Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଢ଼ିଲା ୧୪ ଖରିଫ୍ ଫସଲର ଏମଏସପି

by ସଞ୍ଜୟ ସ୍ୱାଇଁ
May 28, 2025
in State
ବଢ଼ିଲା ୧୪ ଖରିଫ୍ ଫସଲର ଏମଏସପି
113
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି। ବୁଧବାର କ୍ୟାବିନେଟ ବୈଠକରେ ଖରିଫ୍ ଫସଲ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ ସରକାର ଧାନ, କପା, ସୋୟାବିନ୍ ଏବଂ ମଟର ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି କରିଛନ୍ତି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଧାନର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ସ୍ଥିର କରାଯାଇଛି। ଯାହା ପୂର୍ବ ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ୬୯ ଟଙ୍କା ଅଧିକ। ସେହିଭଳି କପାର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ୭,୭୧୦ ଟଙ୍କା ସ୍ଥିର କରାଯାଇଛି। କପାର ଆଉ ଏକ ପ୍ରକାରର ମଧ୍ୟ ଏମଏସପି ବୃଦ୍ଧି ହୋଇ ୮,୧୧୦ ଟଙ୍କା କରାଯାଇଛି। ଯାହା ପୂର୍ବ ଅପେକ୍ଷା ୫୮୯ ଟଙ୍କା ଅଧିକ। ତେବେ ଏମଏସପି ବୃଦ୍ଧି କାରଣରୁ ସରକାରଙ୍କ ଉପରେ ୨ ଲକ୍ଷ ୭ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଯାହା ପୂର୍ବ ଫସଲ ଋତୁ ତୁଳନାରେ ୭ ହଜାର କୋଟି ଟଙ୍କା ଅଧିକ। ସେହିଭଳି କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ ୨୦୨୫-୨୬ ପାଇଁ କିଷାନ କ୍ରେଡିଟ୍ କାର୍ଡ ସୁଧ ସବସିଡି ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୁଧ ସବସିଡି ଯୋଜନା (MISS) ଜାରି ରଖିବାକୁ ଅନୁମୋଦନ ମିଳିଛି। ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ମଧ୍ୟ ସ୍ଥିର ହୋଇଛି। ଏହି ଯୋଜନା କିଷାନ କ୍ରେଡିଟ୍ କାର୍ଡ (KCC) ମାଧ୍ୟମରେ ଚାଷୀମାନଙ୍କୁ କମ ସୁଧ ହାରରେ ଋଣ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!