Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହ୍ରାଇଦ୍ରାବାଦରେ ଆଉ ଜଣେ ଦାଦନ ଶ୍ରମିକଙ୍କ ଜୀବନ ଗଲା

by ସଞ୍ଜୟ ସ୍ୱାଇଁ
May 28, 2025
in State
ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ପୋଲିସ ଫୋର୍ସ ମୁତୟନ
28
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ଶିଳ୍ପ ବିହୀନ ଗଜପତି ଜିଲାରେ ଲୋକେ ନିଜ ନିଜ ଅଞ୍ଚଳରେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଆଉଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣେ ହେଲେ ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଖ୍ରୀଷ୍ଟିଆନ ସାହିର ସୁମେଶ ଚନ୍ଦ୍ର ଲିମ୍ମା (୪୦)। କିଛି ବର୍ଷ ତଳେ ସୁମେଶ ପରିବାର ପରିପୋଷଣ ପାଇଁ ହାଇଦ୍ରାବାଦ ସହରର ଏକ ଘରୋଇ କମ୍ପାନୀରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ସୁମେଶ ବୁଧବାର ସକାଳ ସାଢ଼େ ଛଟା ବେଳେ ନିତ୍ୟକର୍ମ ସାରି ଓଦା ଗାମୁଛା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀ ଘର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ସେଠାରେ ରହୁଥିବା ଶ୍ରମିକ ମାନେ। ସୁମେଶଙ୍କ ମୃତ୍ୟ ଖବର ଜାଣିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ମୃତ ଶ୍ରମିକଙ୍କ ପରିବାର କହିଲେ ପତ୍ନୀ ପେରିତା ଲିମ୍ମା। ସେହିପରି ପ୍ରତି ବର୍ଷ ଜିଲାର ସଦରମହକୁମା ସହ ବିଭିନ୍ନ ବ୍ଲକର ଅନେକ ସ୍ଥାନର ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ଏନେଇ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ସୁମେଶଙ୍କ ପରିବାର ଅନୁରୋଧ କରିଛନ୍ତି।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!