Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଳିକା ଉଚ୍ଚ ବିଦ୍ୟାଳୟରେ ବଜ୍ରପାତ ସଚେତନତା ଆଲୋଚନାଚକ୍ର

by ସଞ୍ଜୟ ସ୍ୱାଇଁ
May 28, 2025
in Nayagarh, State
ବାଳିକା ଉଚ୍ଚ ବିଦ୍ୟାଳୟରେ ବଜ୍ରପାତ ସଚେତନତା ଆଲୋଚନାଚକ୍ର
191
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ସାଥି ପରି ସଦା ସର୍ବଦା ପାଖେ ପାଖେ ରହି ଆସିଥିବା ବେଳେ ଏହି କେତେ ବର୍ଷ ହେଲା ବଜ୍ର ପାତ ଜନିତ ଧନ ଜୀବନ କ୍ଷୟକ୍ଷତି ଡରାଇବାକୁ ବସିଲାଣି। ସାଧାରଣତଃ ଏହି ଋତୁରେ ଅଦିନିଆ ବର୍ଷା ସାଙ୍ଗକୁ ମେଘ ମାଳାରୁ ସୃଷ୍ଠ ବିଦ୍ୟୁତ୍ ବିସର୍ଜନ ଅଜ୍ଞ ତଥା ଅ ସାବଧାନ ମଣିଷ ଏବଂ ତାର ପାଳିତ ପଶୁ ମାନଙ୍କ ଜୀବନ ନେବା ସହିତ ବାସଗୃହ ରେ ସୁଖ ସୁବିଧା ଯୋଗାଉଥିବା ବୈଦ୍ୟୁତିକ ଉପକରଣ କୁ ନଷ୍ଟ କରି ଦେଇଥାଏ। ଓଡ଼ିଶାରେ ବଜ୍ରପାତ ଜନିତ କ୍ଷୟକ୍ଷତି ବୃଦ୍ଧି ପାଉଥିବାରୁ ସରକାରଙ୍କ ପକ୍ଷରୁ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରିବା ସହିତ ଜନ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରୟାସ ଆରମ୍ଭ ହୋଇ ଯାଇଛି।ଏହି କ୍ରମ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ଆଜି କୁରାଳ ସ୍ଥିତ ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ବିଦ୍ୟାଳୟର ୟୁଥ ଏବଂ ଇକୋ କ୍ଲବ ତରଫରୁ ବଜ୍ରପାତ ଓ ତାର ନିରାକରଣ ଶୀର୍ଷକ ଏକ ଆଲୋଚନା ଚକ୍ର ବିଦ୍ୟାଳୟ ର ଛାତ୍ରୀ,ଅଭିଭାବକ,ପରିଚାଳନା ସଦସ୍ୟ ତଥା ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଅଛି।ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଏବଂ ମୁଖ୍ୟ ବକ୍ତା ରୂପେ ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ଯୋଗ ଦେଇ ବଜ୍ରପାତ ର କାରଣ,ନିରାକରଣ,ସାବଧାନତା ସହ ସରକାରୀ କ୍ଷତିପୂରଣ ସମ୍ବନ୍ଧେ ବିସ୍ତୃତ ଆଲୋଚନା କରିଥିଲେ।ଅତୀତରେ ତାଳ,ଖଜୁରୀ,ନଡ଼ିଆ ଜାତୀୟ ଡେଙ୍ଗା ଗଛ ଗୁଡ଼ିକ ବିସର୍ଜିତ ବିଦ୍ୟୁତ୍ କୁ ନିଜ ଆଡକୁ ନେଇ ଯାଉଥିବାରୁ ବଜ୍ରପାତ କମ୍ ହେଉଥିଲା।

ବିଭିନ୍ନ କାରଣରୁ ତାଳ ଓ ଖଜୁରୀ ଗଛ ଗୁଡ଼ିକ ଅବିଚାରିତ ଭାବେ କଟା ହୋଇ ଯାଇଥିବାରୁ ଆଜି ଏ ଦୁର୍ଦ୍ଦଶା ଆମ ମାନଙ୍କୁ ଭୋଗିବାକୁ ପଡୁଛି ବୋଲି ମୁଖ୍ୟ ବକ୍ତା ଦର୍ଶାଇବା ସହିତ ପ୍ରତିକାର ସ୍ବରୂପ ବ୍ୟାପକ ତାଳ,ଖଜୁରୀ ଇତ୍ୟାଦି ରୋପଣ କରିବା ନିମନ୍ତେ ନିବେଦନ କରିଥିଲେ।ଜାଣିବା,ଜଣାଇବା ଆଉ ଜିଣିବା, ସଚେତନ ହେବା,ସୁରକ୍ଷିତ ରହିବା,ବୃକ୍ଷ ଦେବାୟ ନମଃ,ତାଳ ଲଗାଅ,ଜୀବନ ବଞ୍ଚାଅ ଇତ୍ୟାଦି ସ୍ଲୋଗାନ ସହ ଦାରୁ ଦେବତା ଶ୍ରୀ ଜଗନ୍ନାଥ ଙ୍କ ସହ ତାଳ ବୃକ୍ଷ କୁ ଧୂପ ,ପୁଷ୍ପ ଓ ଜଳ ଦାନ ପୂର୍ବକ ପୂଜନ କରାଯାଇଥିଲା।ଶିକ୍ଷୟିତ୍ରୀ କଳ୍ପନା ପାଣିଗ୍ରାହୀ ସଂଯୋଜନା କରିଥିଲା ବେଳେ, ବିଷ୍ଣୁପ୍ରିୟା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ ଆଲୋଚନା ଚକ୍ର ଟି ଶିକ୍ଷଣୀୟ ହୋଇ ପାରିଥିଲା। ଜଣ ରୁ ଗଣ ସଚେତନ ହେଲେ ଓଡ଼ିଶା ରଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ବଜ୍ରପାତ ବି ହାର ମାନିବ,ଏଥିରେ ସନ୍ଦେହ ର ଅବକାଶ ନାହିଁ।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!