Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋମଣ୍ଡ ମାଙ୍କଡ଼ା ଖଣି ଅଡିଓ ଭାଇରାଲ ପ୍ରସଙ୍ଗ

by ସଞ୍ଜୟ ସ୍ୱାଇଁ
May 28, 2025
in Nayagarh, State
କୋମଣ୍ଡ ମାଙ୍କଡ଼ା ଖଣି ଅଡିଓ ଭାଇରାଲ ପ୍ରସଙ୍ଗ
762
VIEWS
Share on FacebookShare on Twitter

ତଦନ୍ତ ଦାବି କଲେ ସାମ୍ବାଦିକ ଭବନ ସଦସ୍ୟ

ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ କୋମଣ୍ଡ ବେଆଇନ ମାଙ୍କଡ଼ା ଖଣି କାରବାରକୁ ନେଇ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସାମ୍ବାଦିକଙ୍କୁ ଦିଆଯାଉଥିବା କୁହାଯାଇଥିଲା । ଏହା ସହିତ ସାମ୍ବାଦିକଙ୍କ ନାଁରେ ଅଶ୍ଳିଳ ଭାଷା ବ୍ୟବହାର କରାଯାଇଛି । ଯାହାକୁ ଆଜି ସାମ୍ବାଦିକ ଭବନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଏଭଳି ଅପ୍ରାସଙ୍ଗିକ ପ୍ରସଙ୍ଗରେ ସାମ୍ବାଦିକଙ୍କ ନାଁ ଯୋଡ଼ି ସେମାନଙ୍କୁ ବଦନାମ କରାଯାଉଥିବା ସଦସ୍ୟମାନେ ମତ ଦେଇଛନ୍ତି । ଅଡିଓ ଭାଇରାଲ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ଦାବି ହୋଇଛି । ନୟାଗଡ଼ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍ଥିକ ଦେଣନେଣ ଓ ଅଡିଓର ସତ୍ୟାସତ୍ୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତଦନ୍ତ କରି ଉନ୍ମୋଚନ କରୁ ବୋଲି ମତ ପ୍ରକାଶ ପାଇଛି ।

ଏନେଇ ଆଜି ସାମ୍ବାଦିକ ଭବନ ସଦସ୍ୟମାନେ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତତସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଷୀରୋଦ ପଟ୍ଟନାୟକ, ନିହାର ରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ, ଗୈାରୀ ଶଙ୍କର ଦାଶ, ବିଭୂତି ଭୂଷଣ ସ୍ୱାଇଁ, ଅମିତ ପଟ୍ଟନାୟକ, ବିଶ୍ୱଜିତ ନାୟକ, ଭାସ୍କର ଚନ୍ଦ୍ର ସ୍ୱାଇଁ, ନବକିଶୋର ମିଶ୍ର, ବିଭୂତି ଭୂଷଣ ମାହାପାତ୍ର, ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ କୁମାର ଜେନା, ଦେବବ୍ରତ ନାୟକ, ରବୀନ୍ଦ୍ର କୁମାର ଦାଶ, ରାଜ କୁମାର ସାହୁ, ସ୍ୱରୁପ ପଟ୍ଟନାୟକ ପ୍ରମୂଖ ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!