Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟପର୍ବ ଆରମ୍ଭ

by ସଞ୍ଜୟ ସ୍ୱାଇଁ
May 28, 2025
in State
ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟପର୍ବ ଆରମ୍ଭ
27
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି। ଆଜି ରାତିରେ ସର୍ବପୁରାତନ ନନ୍ଦପଡ଼ା ଯାତ୍ରା କମିଟି ତରଫରୁ ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଛି। ରାତି ୮ଟାରେ ମନ୍ଦିରରେ ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପୂଜାର୍ଚ୍ଚନା ପରେ ବରପିତା ରାମଚରଣ ମିଶ୍ର, ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, ବିବାହ ପୁରୋହିତ ଶଶାଙ୍କ ମିଶ୍ର ଓ ସପ୍ତଋଷି ସୁସଜ୍ଜିତ ରଥରେ ସବାର ହୋଇ ଏକ ଭବ୍ୟ ଶୋଭାଯାତ୍ରାରେ ଦେବଦେବ ମହାଦେବଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରିଥିଲେ। ଶଙ୍ଖ, ଘଣ୍ଟ, ଦୁଲ୍ଦୁଲି, ଧମାଲ ବାଦ୍ୟ, ମୟୂର ଝାର ନୃତ୍ୟ, ଯୋଡ଼ି ଶଙ୍ଖ ଆଦିରେ ରାସ୍ତା କମ୍ପିଥିଲା। ଶୋଭାଯାତ୍ରା ହାଟପଡ଼ା, ନନ୍ଦପଡ଼ା, ମହାନ୍ତିପଡ଼ା, କଂସାରିପଡ଼ା, ବୈଦ୍ୟନାଥ ଛକ, ଶକ୍ତି ସଂଘ ଛକ ଦେଇ ମ୍ୟୁନିସିପାଲିଟି ଛକସ୍ଥିତ କନ୍ୟା ପିତାମାତା ପ୍ରତାପ ନନ୍ଦ ଓ ଲିପିକା ନନ୍ଦଙ୍କ ଅସ୍ଥାୟୀ ବାସଭବନ ନାରୀ ସେବା ସଦନରେ ପହଞ୍ଚିଥିଲା। ବିଜୟ ମିଶ୍ର, କାମପାଳ ହୋତା, ଗୋଲକ ବିହାରୀ ମିଶ୍ର, ଅଶୋକ କୁମାର ମିଶ୍ର, ଚକ୍ରଧର ମିଶ୍ର, ପୂର୍ଣ୍ଣାନନ୍ଦ ମିଶ୍ର, ଅମରେନ୍ଦ୍ର ପୂଜାରୀ ସପ୍ତର୍ଷି ଭୂମିକା ନିର୍ବାହ କରିଥିଲେ। ପାରମ୍ପରିକ ରୀତିରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ କଥୋପକଥନ ପରେ ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ସ୍ଥିର ହୋଇଥିଲା। ବୁଧବାର ନୃସିଂହ ନିଉତା ଅନୁଷ୍ଠିତ ହେବ। ବାଲୁଙ୍କେଶ୍ବର ବାବା ଓ ଜଗତ୍ଜନନୀ ମାତା ପାର୍ବତୀଙ୍କ ବିବାହ ନିମନ୍ତେ ପ୍ରଭୁ ନୃସିଂହ ଶୋଭାଯାତ୍ରାରେ ବିଭିନ୍ନ ଦେବାଳୟକୁ ଯାଇ ଦେବାଦେବୀଙ୍କୁ ଗୁଆନିଉତା ଦେଇ ନିମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି। ୩୦ ତାରିଖ ଦିନ ବାଲୁଙ୍କେଶ୍ବର ବାବାଙ୍କ ବିବାହରେ ସାକ୍ଷୀ ରହିବା ନିମନ୍ତେ ପ୍ରଭୁ ସାକ୍ଷୀ ଗୋପୀନାଥଙ୍କୁ ସାକ୍ଷୀପଡ଼ାରୁ ନନ୍ଦପଡ଼ାକୁ ଏକ ଶୋଭାଯାତ୍ରାରେ ନିଆଯିବ। ଆସନ୍ତା ୩୧ ତାରିଖ ମଧ୍ୟରାତ୍ରରେ ଶିବ-ପାର୍ବତୀଙ୍କ ବିବାହ, ଜୁନ୍ ୧ ତାରିଖ ଦିନ ଦେବଦମ୍ପତିଙ୍କ ନଗର ପରିକ୍ରମା ଆରମ୍ଭ ପରେ ୨ ତାରିଖ ଅପରାହ୍ଣରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!