Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଠନ ହେଉନି ଶ୍ରୀମନ୍ଦିର ପରିଚାଳନା କମିଟି

by ସଞ୍ଜୟ ସ୍ୱାଇଁ
May 28, 2025
in State
ଗଠନ ହେଉନି ଶ୍ରୀମନ୍ଦିର ପରିଚାଳନା କମିଟି
15
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ମହାପ୍ରଭୁଙ୍କ ପ୍ରତି ବି ଚରମ ଅବହେଳା। ବିନା ପରିଚାଳନା କମିଟିରେ ଶ୍ରୀମନ୍ଦିର ପାଇଁ ନିଆଯାଉଛି ନିଷ୍ପତ୍ତି। ପୁରୁଣା କମିଟି ଭାଙ୍ଗିବାର ଇତିମଧ୍ୟରେ ୯ ମାସ ପୂରିବ। ହେଲେ ଏଯାଏ ନୂଆ କମିଟି ଗଠନ ହୋଇପାରୁନି। କାହିଁକି ଏତେ ବିଳମ୍ବ ହେଉଛି କମିଟି ଗଠନ; ଏହାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ହେଉଛି। ଆଗକୁ ରଥଯାତ୍ରା ଥିବାରୁ ନୀତି ବିଭ୍ରାଟ ଭୟରେ ନା କମିଟିରେ କାହାକୁ ସ୍ଥାନ ଦିଆଯିବ, ସେନେଇ ବିଭାଗ ଉପରେ ଚାପ ରହିଛି ବୋଲି ଆଲୋଚନା ହେଉଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର କାହିଁକି ଏତେ ଉଦାସୀନ ବୋଲି ଅନେକ ପ୍ରଶ୍ନ ଉଠାଇଲେଣି। ଶ୍ରୀମନ୍ଦିରର ପରିଚାଳନା, ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜାର ମୁଖ୍ୟ ହେଉଛି ପରିଚାଳନା କମିଟି। କମିଟିରେ ହିଁ ନିଆଯାଇଥାଏ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ତେଣୁ ପରିଚାଳନା କମିଟି ଗଠନ ପୂର୍ବରୁ ସବୁ ଦିଗକୁ ବିଚାରକୁ ନିଆଯାଇଥାଏ। ପରିଚାଳନା କମିଟି ସଦସ୍ୟ ସଂଖ୍ୟା ୧୮। ଏହାର ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜା ରହିଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଙ୍କର ଜଣେ ଅଧିକାରୀ କାର୍ଯ୍ୟକାରୀ ଅଧ୍ୟକ୍ଷ, ସଚିବ ରାଙ୍କର ଜଣେ ଅଧିକାରୀ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଉପମୁଖ୍ୟ ପ୍ରଶାସକ, ଆଇନ ବିଭାଗର ଅତିରିକ୍ତ ସଚିବ, ଦେବୋତ୍ତର କମିଶନର, ଏସ୍ପି ଏବଂ ଏଏସ୍ଆଇ ଅଧୀକ୍ଷଣ ଯନ୍ତ୍ରୀ କମିଟିର ସଦସ୍ୟ ରହିଥା’ନ୍ତି। ଏମାନଙ୍କ ବାଦ୍ ଅନ୍ୟ ୧୦ଜଣ ହେଉଛନ୍ତି ମନୋନୀତ ସଦସ୍ୟ। ଏମାନଙ୍କ ମଧ୍ୟରେ ୫ଜଣ ସେବାୟତ ପ୍ରତିନିଧି, ଜଣେ ମଠ ପ୍ରତିନିଧି, ଜଣେ ମୁକ୍ତିମଣ୍ଡପ ପ୍ରତିନିଧି, ଜଣେ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଏବଂ ଦୁଇଜଣ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ରହିଥା’ନ୍ତି। ଯଦିଓ କମିଟିକୁ ୧୦ ମନୋନୀତ ସଦସ୍ୟ ଯିବାର ବ୍ୟବସ୍ଥା ରହିଛି, କିନ୍ତୁ ୫ ସେବାୟତଙ୍କ ପ୍ରତିନିଧିତ୍ୱକୁ ନେଇ ସବୁବେଳେ ଛକାପଞ୍ଝା ଚାଲେ। କିନ୍ତୁ କିଛି ବର୍ଷ ହେବ ସଦସ୍ୟତାକୁ ନେଇ ଏକ ନୂଆ ବିବାଦ ଉପୁଜିଛି। ନିର୍ଦ୍ଦିଷ୍ଟ ଭାବେ ୫ ସେବାୟତ ନିଯୋଗ (ପୂଜାପଣ୍ଡା, ପ୍ରତିହାରୀ, ଦଇତାପତି, ପୁଷ୍ପାଳକ ଏବଂ ସୁଆର ମହାସୁଆର) କାହିଁକି କମିଟିକୁ ଯିବେ, ଅନ୍ୟ ନିଯୋଗକୁ କାହିଁକି ସୁଯୋଗ ଦିଆଯାଉନାହିଁ ବୋଲି କେତେକ ନିଯୋଗ ସ୍ୱର ଉଠାଇଛନ୍ତି। ଏହି ସ୍ୱର କେବଳ ପୁରୀରେ ସୀମିତ ନାହିଁ; ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ବି କଥା ଯାଇଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ୫ ଜଣ ସେବାୟତ ପ୍ରତିନିଧିଙ୍କୁ ନେଇ ଅଙ୍କ ଛିଣ୍ଡୁନି। ଯେଉଁଥିପାଇଁ ପରିଚାଳନା କମିଟି ଗଠନ ବିଳମ୍ବ ହେଉଥିବା କୁହାଯାଉଛି। ଅନ୍ୟପକ୍ଷରେ, ୨୦୨୧ ମସିହାରେ ଗଠିତ ହୋଇଥିବା ପରିଚାଳନା କମିଟିର କାର୍ଯ୍ୟକାଳ ୨୦୨୪ ସେପ୍ଟେମ୍ବର ୩ରେ ଶେଷ ହୋଇଛି। ଶ୍ରୀମନ୍ଦିରର ନିୟମାବଳୀ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ନୂଆ ପରିଚାଳନା କମିଟି ଗଠନ ହେବ। ଏଥିରେ ୫ଟି ନିଯୋଗର ସେବାୟତ ପ୍ରତିନିଧିଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ପରିଚାଳନା କମିଟିରେ ରାଜ୍ୟ ସରକାର ମନୋନୀତ କରିଥା’ନ୍ତି। ତେବେ ସେବାୟତ ନିଯୋଗ ପ୍ରତିନିଧିଙ୍କୁ ନେଇ ଚାପରେ ଆଇନ ବିଭାଗ ରହିଥିବା କୁହାଯାଉଛି। ଗୋଟିଏ ଗୋଟିଏ ନିଯୋଗରୁ ବହୁସଂଖ୍ୟକ ଆଶାୟୀ ଥିବାରୁ କାହାକୁ ନେଇ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିହେବ, ତାହାର ଅଙ୍କ ଛିଣ୍ଡୁନି। ବଡ଼କଥା ହେଉଛି ଆଗକୁ ରଥଯାତ୍ରା। ଯଦି କମିଟି ଗଠନକୁ ନେଇ ନିଯୋଗ ମଧ୍ୟରେ କିଛି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ରଥଯାତ୍ରାରେ ବିଭ୍ରାଟ ହୋଇପାରେ। ଏହି ଭୟ ମଧ୍ୟ ଆଇନ ବିଭାଗକୁ ଗୋଡାଉଛି। ତେଣୁ କୌଣସି ମତେ ରଥଯାତ୍ରା ପର ପର୍ଯ୍ୟନ୍ତ କମିଟି ଗଠନକୁ ଗଡ଼ାଇ ନେବାର ଚକ୍ରାନ୍ତ ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟ ଏକ ପ୍ରସଙ୍ଗକୁ ନେଇ ମଧ୍ୟ ଲୋକେ ଆଲୋଚନା କରୁଛନ୍ତି। ସେବାୟତ ପ୍ରତିନିଧିଙ୍କୁ ନେଇ ଚାପରେ ଆଇନ ବିଭାଗ ରହିଥିବା କହୁଛନ୍ତି। କାରଣ ଗୋଟିଏ ଗୋଟିଏ ନିଯୋଗରୁ ତାଙ୍କ ଦଳର ଏକାଧିକ ସମର୍ଥକ ଆଶାୟୀ ଅଛନ୍ତି। ବିଭିନ୍ନ ବାଟରେ ସମସ୍ତେ ଲବି କରୁଛନ୍ତି। ତେଣୁ କାହାକୁ ଚୟନ କରାଯିବ, ତାକୁ ନେଇ ଆଇନ ବିଭାଗ ଚାପରେ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। କେବେ ଏହି ଚର୍ଚ୍ଚା, ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ି ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ଗଢ଼ା ହେବ, ତାହାକୁ ଚାହିଁ ରହିଛନ୍ତି ଭକ୍ତ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!