କେନ୍ଦ୍ରାପଡ଼ା,(ବାଘୁଆବାର୍ତ୍ତା): କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି ମିଶନଶକ୍ତିର ନିର୍ଦ୍ଦେଶିକା । ରାଜ୍ୟ ସରକାର ମିଶନଶକ୍ତିକୁ ସ୍ୱତନ୍ତ୍ର ବିଭାଗ କରାଯାଇଥିବା ବେଳେ ଏହି କିପରି ଲୋକାଭିମୁଖୀ କରାଯିବ, ସରକାରଙ୍କ ଯୋଜନା କିପରି ମହିଳାକଙ୍କ ପାଖରେ ପହଞ୍ôଚବ ଏବଂ ମହିଳାମାନେ କିପରି ସ୍ୱାବଲମ୍ବି ହୋଇ ଉନ୍ନତି କରିବେ ସେ ସଂପର୍କରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମିଶନଶକ୍ତିର ନିର୍ଦ୍ଦେଶିକା ସୁଜାତା ପାଣ୍ଡିୟାନ । ଉକ୍ତ ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀ ଉପରେ ବୁଝାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଯେମିତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କୌଣସି ବିଭାଗ ଦ୍ୱାରା ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମିଶନଶକ୍ତିର ନିର୍ଦ୍ଦେଶିକା ।






