Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରିଲା ୪୨ ଚକ, ଗରଗରା ଓ ଗୟଳ କାମ ଆରମ୍ଭ

by ସଞ୍ଜୟ ସ୍ୱାଇଁ
May 28, 2025
in State
ସରିଲା ୪୨ ଚକ, ଗରଗରା ଓ ଗୟଳ କାମ ଆରମ୍ଭ
26
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ରଥର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଗରଗରା । ବିଶ୍ୱକର୍ମାମାନେ ମଙ୍ଗଳବାର ଏହି ଗରଗରା କାମ ଆରମ୍ଭ କରିଛନ୍ତି । ତିନି ରଥପାଇଁ ୬ ଗୋଟି ଗରଗରା ନିର୍ମାଣ ହେଉଛି । ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସିରେ ହାଣି ଚଉପଟ କରୁଛନ୍ତି । ପ୍ରତି ରଥରେ ଦୁଇଟି ଗରଗରା ଲାଗିବ । ଗରଗରା ଉପରେ ରଥର ଉପର ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ଏଥିସହ ରଥର ଗୟଳ ଚିରଟ ଆରମ୍ଭ କରିଛନ୍ତି କରତି ସେବକ । ରଥରେ ଗୟଳ ପଡ଼ିଲେ ରଥର ପୃଷ୍ଠ ପ୍ରସ୍ତୁତ ହେବ । ଏଥିସହ ରଥତ୍ରୟର ୪୨ ଚକ ନିର୍ମାଣ ଶେଷ ହୋଇଛି । ମଙ୍ଗଳବାର ବର୍ଷା ପାଇଁ ଅଳ୍ପ କିଛି ସମୟ ନିର୍ମାଣକାରୀ କାମ କରିବାରେ ଅସୁବିଧା ଭୋଗିଥିଲେ । ବିଶ୍ୱକର୍ମାମାନେ ଅଖ କାର୍ଯ୍ୟ ଜାରି ରଖିଛନ୍ତି । ରଥର ଦଣ୍ଡା କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି। ତିନି ରଥର ମୂଳ ପାଞ୍ଚ ଦଣ୍ଡା ହେଉଛି ମୁଖ୍ୟ । ଏହାକୁ ରଥର ମୂଳଦୁଆ କୁହାଯାଏ । ଏଥିପାଇଁ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଦାୟିତ୍ୱରେ ବଳିଷ୍ଠ ଭୋଇ ସେବକମାନେ ଦଣ୍ଡା କାଠ ଆଣି ବଡ଼ଦାଣ୍ଡ ରଥଖଳାରେ ରଖିଛନ୍ତି । ଏପଟେ ଚାରିନାହାକା ଚଉପଟ ଜାରି ରହିଛି । ରଥରେ ଚାରିଟି ଲେଖାଏ ଚାରିନାହାକା । ଦଣ୍ଡାରେ ଗରଗରା ପଡ଼ିଲେ ସେଥିରେ ଚାରିନାହାକା ଉଠିବ । ଦଣ୍ଡା ଓ ଗରଗରା ଉପରେ ରଥର ଉପର ଅଂଶର ସମସ୍ତ ଭାରା ରହିବ । ଗତବର୍ଷ ଭଳି ରଥ ଖଳା ପାର୍ଶ୍ୱ ନାରାୟଣ ମହଲା ପରିସରରେ ଚାଲିଛି ରଥର ଗୟଳ ହଣା । ଗୟଳ ପିଠି ପରି ବଙ୍କାଥିବାରୁ ଏହି ରଥାଂଶର ଏଭଳି ନାମକରଣ ହୋଇଛି । ମୁଖ୍ୟ କରତି ସେବକ ରଣଜିତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ତାଳଧ୍ୱଜ ରଥର ଗୟଳ ଚିରଟ ହେଉଛି । ତିନି ରଥଖଳାକୁ ଆବଶ୍ୟକ କାଠ ଯୋଗାଡ଼ିଦେବାରେ ବ୍ୟସ୍ତ ରହିଛନ୍ତି ରଥ ଅମିନ ଲକ୍ଷ୍ମଣ ମହାପାତ୍ର । କମାର ସେବକ ଦଣ୍ଡା କଣ୍ଟା ନିର୍ମାଣ ଓ ରୂପକାର ସେବକ ସାଲଗୁଜରେ ଅଳଙ୍କରଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!