Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହିଡମାର ହାତ ଛାଡ଼ୁଛନ୍ତି କ୍ୟାଡର

by ସଞ୍ଜୟ ସ୍ୱାଇଁ
May 28, 2025
in State
ହିଡମାର ହାତ ଛାଡ଼ୁଛନ୍ତି କ୍ୟାଡର
47
VIEWS
Share on FacebookShare on Twitter

ରାୟପୁର, (ବାଘୁଆବାର୍ତ୍ତା): ମାଓବାଦୀ ସଙ୍ଗଠନକୁ ପୁଣି ଧକ୍କା ଲାଗିଛି । ସିପିଆଇମାଓବାଦୀ ସଙ୍ଗଠନର ମହାସଚିବ ନମ୍ବାଲା କେଶବରାଓ ଓରଫ ବାସବରାଜ ନିହତ ହେବାରେ ୬ ଦିନ ମଧ୍ୟରେ ୫୧ ଜଣ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଏନକାଉଣ୍ଟର ଭୟରେ ସେମାନେ ଜଙ୍ଗଲରୁ ବାହାରି ସମାଜର ମୁଖ୍ୟ ସ୍ରୋତକୁ ଫେରୁଥିବା କହିଛନ୍ତି ବସ୍ତର ଆଇଜିପି ପି.ସୁନ୍ଦରରାଜ । ଏମାନଙ୍କ ମଧ୍ୟରେ ସିପିଆଇମାଓବାଦୀ ପିଏଲଜିଏ (ପିପୁଲ୍ସ ଲିବରେସନ ଗରିଲା ଆର୍ମି) ବାଟାଲିଅନ୍ ନଂ-୧ର ୪ ଜଣ କ୍ୟାଡରଙ୍କ ଆତ୍ମସମର୍ପଣ ହିଁ ବେଶ୍ ଗୁରୁତ୍ୱ ବହନ କରୁଥିବା କୁହାଯାଇଛି । କାରଣ ମାଓ ସଙ୍ଗଠନ କେନ୍ଦ୍ରୀୟ କମିଟିର ସର୍ବକନିଷ୍ଠ ସଦସ୍ୟ ହିଡମା ଅଧୀନରେ ହିଁ ଅଛି ବାଟାଲିଅନ-୧ । କିଛି ଦିନ ତଳେ ବାସବରାଜଙ୍କ ଅଧୀନରେ ଥିବା ପ୍ଲାଟୁନର ୭ ଜଣ କ୍ୟାଡର ଆତ୍ମସମର୍ପଣ କରିଥିଲେ ଏବଂ ସେମାନଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ ବାସବରାଜଙ୍କ ଏନକାଉଣ୍ଟର ହୋଇଥିଲା । ଏବେ ସୁରକ୍ଷା ବାହିନୀର ନଜର ରହିଛି ମାଡଭୀ ହିଡ଼ମା ଓରଫ ହିଡମାଳୁ ଓରଫ ସନ୍ତୋଷ ଉପରେ । ୨୦୦୮ ମସିହା ପରେ ମାଓ ସଙ୍ଗଠନର ପ୍ରତ୍ୟେକ ବଡ଼ ହିଂସାରେ ହିଡମା ସଂପୃକ୍ତ । ବିଶେଷ କରି ଅପରେସନର ନେତୃତ୍ୱ ସେ ନିଜେ ନେଉଥିବାରୁ ଦୁର୍ଦ୍ଦାନ୍ତ ଓ ଚତୁର କମାଣ୍ଡର ତାଲିକାରେ ତା ନାମ ରହିଛି । ୧୯୮୧ ମସିହାରେ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ପୁରଭାଟି ଗ୍ରାମରେ ଜନ୍ମିତ ହିଡମା ପଞ୍ଚମ ଶ୍ରେଣୀ ପାସ୍ କରିଛି । ସେ ମୁରିଆ ଆଦିବାସୀ ସମ୍ପ୍ରଦାୟର ଏବଂ ମାଓ ସଙ୍ଗଠନରେ ଉଚ୍ଚ ପଦବୀରେ ଥିବା ଛତିଶଗଡ଼ର ଏକମାତ୍ର ଆଦିବାସୀ । ୧୯୯୦ ମସିହାରେ ସେ ପିଲାବେଳୁ ମାଓ ସଙ୍ଗଠନରେ ସାମିଲ ହୋଇଥିଲା । ଖୁବ ଶୀଘ୍ର ସେ ଗରିଲା ଯୁଦ୍ଧରେ ପାରଙ୍ଗମ ହୋଇ ପଦୋନ୍ନତି ପାଇଚାଲିଥିଲା । ସେ କେନ୍ଦ୍ରୀୟ କମିଟିର ସଦସ୍ୟ ରହିବା ସହ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ମଧ୍ୟ ରହିଛି । ବାସବରାଜ ନିହତ ହେବା ପରେ ହିଡମାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ ବାଟାଲିଅନ-୧ର ୮୦%ରୁ ଅଧିକ କ୍ୟାଡରଙ୍କ ପାଖରେ ରହିଛି ଏକେ-୪୭, ସେମିଅଟୋମେଟିକ ରାଇଫଲ, ଏସଏଲଆର ଏବଂ ମେସିନଗନ୍ । ତିନି ସ୍ତରୀୟ ସୁରକ୍ଷା ଘେରରେ ହିଡମା ବୁଲୁଥିବା ବେଳେ ତା’ ସହ ବାଟାଲିଅନ-୧ରୁ କ୍ୟାଡର ଆତ୍ମସମର୍ପଣ କରିବା ଘଟଣାରୁ ହିଡମାର ଆଧିପତ୍ୟ ହ୍ରାସର ସୂଚନା ମିଳୁଛି ବୋଲି ସୁନ୍ଦରରାଜନ କହିଛନ୍ତି । ଗତ ଜାନୁଆରୀ ୧୯ ତାରିଖରେ ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟରରେ ହିଡମାର ଗୁରୁ ଚଲାପତି ଓରଫ ଆପ୍ପା ରାଓ ନିହତ ହୋଇଥିବା ବେଳେ ହିଡମା ଅଳ୍ପକେ ବର୍ତ୍ତି ଯାଇଥିଲା । ଏହା ପୂର୍ବରୁ ସେହି ମାସ ୧୬ ତାରିଖରେ ଛତିଶଗଡ଼ର ପୂଜାରୀକାଙ୍କେର ଅଞ୍ଚଳରେ ମଧ୍ୟ ସେ ଏନକାଉଣ୍ଟରରୁ ବର୍ତ୍ତିଥିଲା । ହିଡମା ବାସବରାଜଙ୍କ ପାଖରୁ ମଧ୍ୟ ଗରିଲା ଯୁଦ୍ଧର ପ୍ରଶିକ୍ଷଣ ପାଇଛି । ତେଣୁ ମାଓ ସଙ୍ଗଠନ ପୁଣି ସକ୍ରିୟ ହୋଇପାରିବ କି ନାହିଁ ତାହା ହିଡମା ଉପରେ ନିର୍ଭର କରୁଛି । ଏଭଳି ସ୍ଥିତିରେ ହିଡ଼ମାକୁ ନିପାତ କରି ମାଓ ସଙ୍ଗଠନରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସୁରକ୍ଷା ବାହିନୀ ତତ୍ପର ହୋଇଉଠିଛି । ଅପରପକ୍ଷରେ ପରିବାର ଲୋକଙ୍କୁ ବାସବରାଜର ମୃତଦେହ ହସ୍ତାନ୍ତର ନକରି ଅନ୍ତ୍ୟେଷ୍ଟି କରିଥିବାରୁ ଛତିଶଗଡ଼ ପୁଲିସକୁ ଦେଶର ବିଭିନ୍ନ ସଙ୍ଗଠନ ସମାଲୋଚନା କରିଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଛତିଶଗଡ଼ ପୁଲିସ ମାନିନଥିବା କହିଛନ୍ତି ବାସବଙ୍କ ଭାଇ ଏନ. ଧିଲେଶ୍ୱର ରାଓ କହିଛନ୍ତି । ପୁଲିସ ବିରୋଧରେ ସେ କୋର୍ଟ ଅବମାନନା ମାମଲା କରିବେ ବୋଲି କହିଛନ୍ତି । ଧିଲେଶ୍ୱର ଏବଂ ଅନ୍ୟ ଜଣେ ଭାଇ ରାମପ୍ରସାଦ ଛତିଶଗଡ଼ର ନାରାୟଣପାଟଣା ପୁଲିସକୁ ମୃତଦେହ ହସ୍ତାନ୍ତର ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ବାସବଙ୍କ ସହ ପରିବାର ଫଟୋ ମାଗିଥିଲେ । ମାତ୍ର ୫୦ ବର୍ଷ ପୂର୍ବରୁ ବାସବ ଘରୁ ପଳାଇଥିବାରୁ ଫଟୋ ନଥିବା ସେମାନେ ଦର୍ଶାଇଥିଲେ । ଏହି କାରଣରୁ ସେମାନେ ମୃତଦେହ ପାଇଁ ଆଇନଗତ ଦାବିଦାର ହୋଇପାରିବେନି ବୋଲି ପୁଲିସ ସଫେଇ ଦେଇଛି ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!