Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିଜି ଅପେକ୍ଷା ବିଏଡ୍ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ

by ସଞ୍ଜୟ ସ୍ୱାଇଁ
May 28, 2025
in Education, State
ପିଜି ଅପେକ୍ଷା ବିଏଡ୍ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ
86
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ରାଜ୍ୟରେ ବ୍ୟାଚ୍ଲର୍ ଅଫ୍ ଏଜୁକେସନ (ବିଏଡ୍) ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ଚଳିତ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ପାଇଁ ସ୍ନାତକୋତ୍ତର (ପିଜି) ଡିଗ୍ରୀ କରିବା ଅପେକ୍ଷା ବିଏଡ୍ ପାଠ୍ୟକ୍ରମ ପାଇଁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି । ଏପରିକି ବିଏଡ୍ ପାଠ୍ୟକ୍ରମରେ ରାଜ୍ୟରେ ଥିବା ସିଟ୍ ସଂଖ୍ୟାଠାରୁ ୪୭ ଗୁଣା ଅଧିକ ଆଶାୟୀ ଅନ୍ଲାଇନରେ ପଞ୍ଜୀକରଣ କରିଛନ୍ତି । କିନ୍ତୁ ସେହି ଅନୁସାରେ ସ୍ନାତକୋତ୍ତର (ପିଜି) ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁନାହିଁ।ଆସନ୍ତା ଜୁନ୍ ୧ ତାରିଖରେ ବିଏଡ୍ ଏବଂ ବ୍ୟାଚଲର ଅଫ୍ ହିନ୍ଦୀ ଏଜୁକେସନ (ବିଏଚ୍ଏଡ୍) ପାଠ୍ୟକ୍ରମ ପାଇଁ ଏବଂ ଏମ୍ଏଡ୍ ପାଇଁ ଜୁନ୍ ୪ ତାରିଖରେ ପ୍ରବେଶିକା ପରୀକ୍ଷା ହେବ ବୋଲି ଜଣାପଡ଼ିଛି । ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଆସନ୍ତା ଜୁନ୍ ଜୁଲାଇରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହେବ । ଏଥିପାଇଁ ମଇ ମାସରୁ ଆବେଦନ ଆରମ୍ଭ ହୋଇଯାଇଛି । ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସାମ୍ସ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବିଏଡ୍ ପାଠ୍ୟକ୍ରମ ପାଇଁ ମୋଟ୍ ୩୧ଟି ଅନୁଷ୍ଠାନ ଥିବାବେଳେ ସିଟ୍ ସଂଖ୍ୟା ରହିଛି ୨ ହଜାର ୭୫୦ । ମାତ୍ର ମୋଟ୍ ୧ ଲକ୍ଷ ୨୯ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପଢ଼ିବାକୁ ଅନ୍ଲାଇନ୍ରେ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ବିଏଡ୍ ପାଇଁ ୧ ଲକ୍ଷ ୨୬ ହଜାର ୧୨୫ ଜଣ ଆଶାୟୀ ଥିବାବେଳେ ହିନ୍ଦୀ ଶିକ୍ଷା (ବିଏଚ୍ଏଡ୍) ପାଇଁ ୧୯୩୬ ଜଣ ଏବଂ ଏମ୍ଏଡ୍ ପାଇଁ ୧୬୫୧ ଜଣ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରେ ୮୬ ହଜାର ୯୩ ଜଣ ଛାତ୍ରୀ ଥିବାବେଳେ ୪୩ ହଜାର ୬୧୨ ଜଣ ଛାତ୍ର ଏବଂ ୭ ଜଣ ଟ୍ରାନ୍ସଜେଣ୍ଡର୍ ଥିବା ସାମ୍ସରୁ ଜଣାପଡ଼ିଛି । ଅର୍ଥାତ ଛାତ୍ରଙ୍କ ତୁଳନାରେ ୨ ଗୁଣା ଅଧିକ ଛାତ୍ରୀ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ ମୋଟ ୧ ଲକ୍ଷ ୨୨ ହଜାର ୭୫୦ ଜଣ ଛାତ୍ରଛାତ୍ରୀ କମନ୍ ଆପ୍ଲିକେସନ୍ ଫି’ ଦାଖଲ କରିଛନ୍ତି । ଅନ୍ୟପଟେ ରାଜ୍ୟରେ ଥିବା ମୋଟ ୧୨୧ଟି ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ପାଇଁ ମୋଟ୍ ୩୦ ହଜାର ୮୦୨ଟି ସିଟ୍ ରହିଛି । ଏଥିପାଇଁ ମୋଟ୍ ୬୨ ହଜାର ୩୨୧ ଜଣ ଆଶାୟୀ ଆବେଦନ କରିଥିବାବେଳେ ୫୯ ହଜାର ୫୩୩ ଜଣ କମନ୍ ଆପ୍ଲିକେସନ ଫି’ ଦାଖଲ କରିଛନ୍ତି । ଗୋଟିଏପଟେ ବିଏଡ୍ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ଆବେଦନ ବଢୁଥିବା ବେଳେ ଉଚ୍ଚଶିକ୍ଷା ବା ସ୍ନାତକୋତ୍ତର ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ କମିଥିବା ଦେଖିବାକୁ ମିଳିଛି । ବିଏଡ୍ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢୁଥିଲେ ମଧ୍ୟ ସେହି ତୁଳନାରେ ରାଜ୍ୟରେ ବିଏଡ୍ ଶିକ୍ଷାନୁଷ୍ଠାନ ଏବଂ ସିଟ୍ ନାହିଁ । ଫଳରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ବିଏଡ୍ ପଢ଼ିବାକୁ ଆଗ୍ରହୀ ଥିଲେ ମଧ୍ୟ ସିଟ୍ ସଂଖ୍ୟା କମ୍ ଥିବାରୁ ପଢ଼ି ପାରୁନାହାନ୍ତି । ବିଏଡ୍ ପ୍ରତି ବଢୁଥିବା ଆଗ୍ରହ ସମ୍ପର୍କରେ ଶିକ୍ଷାବିତ୍ ଡ. ସତ୍ୟକାମ ମିଶ୍ର କହିଛନ୍ତି, ରାଜ୍ୟରେ ବହୁ ଶିକ୍ଷକ ପଦବି ଖାଲି ରହିଥିବାରୁ ସରକାର ଶିକ୍ଷକ ନିଯୁକ୍ତି କରୁଛନ୍ତି । ଏହାଛଡ଼ା ନୂଆ ଶିକ୍ଷକ ପଦବି ମଧ୍ୟ ସୃଷ୍ଟି ହେଉଛି । ନିଯୁକ୍ତି ସୁଯୋଗ ଥିବାରୁ ବିଏଡ୍ ପଢ଼ିବାକୁ ଅଧିକ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁଛନ୍ତି । ଅନ୍ୟପଟେ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ପଢ଼ି ବିଶେଷ ନିଯୁକ୍ତି ସୁଯୋଗ ପାଉନଥିବାରୁ ଏହି ପାଠ୍ୟକ୍ରମ ପ୍ରତି ଆଗ୍ରହ କମୁଛି । ତେଣୁ ସରକାର ବିଏଡ୍ ସିଟ୍ ସଂଖ୍ୟା ଅଧିକ ବଢ଼ାଇବା ଉଚିତ୍ ବୋଲି ସେ କହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!