Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରକ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର, ଦୁଇ ମୃତ

by ସଞ୍ଜୟ ସ୍ୱାଇଁ
May 28, 2025
in Accident, State
ଟ୍ରକ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର, ଦୁଇ ମୃତ
37
VIEWS
Share on FacebookShare on Twitter

ବେତନଟୀ, (ବାଘୁଆବାର୍ତ୍ତା): ମୟୂରଭଞ୍ଜ ଜିଲ୍ଲା ୧୮ ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ଆଗ୍ରିଆ ବଡପୋଲଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ବିଜେନ୍ଦ୍ର ଭାରତୀଙ୍କ ପୁଅ ଅତୁଲ ଭାରତୀ ଏବଂ ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅଧୀନ ପଡା ଗାଁର ଜଗଦେବ ଦୋଡ଼ଙ୍କ ପୁଅ ସୁନ୍ଦର ଦୋଡ଼ ବୋଲି ଜଣାପଡିଛି । ଖବର ଅନୁଯାୟୀ, ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅଧୀନ ରାମଜୋର କଟାବାଗ ସେକ୍ଟର ୩୨ ଥାନା ଅଞ୍ଚଳର ଚନ୍ଦ୍ରହାସଙ୍କ ପୁଅ ପ୍ରଦୀପ ରଞ୍ଜନ, ହେରିଟେଜ ଅଞ୍ଚଳର ବଲୱାନ କଲ୍ୟାଣଙ୍କ ପୁଅ ବିକାଶ କଲ୍ୟାଣ, ଇନ୍ଦିରା କଲୋନୀ ଜୁନ୍ଦାଲା ଗେଟ ସଦରଥାନା ଅଞ୍ଚଳର ସୁରେନ୍ଦ୍ର ଭଟନାଗରଙ୍କ ପୁଅ କରନ ଭଟନାଗରଙ୍କ ସମେତ ସୁନ୍ଦର ଦୋଡ଼ ଏବଂ ଅତୁଲ ଭାରତୀ ବାରିପଦାରୁ ଟ୍ରାକ୍ଟର ନେଇ ବାଲେଶ୍ୱର ଫେରୁଥିଲେ। ବୁଧବାର ଭୋର ୫ଟା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଉକ୍ତ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟର୍ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଆଉ ୩ ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣାପରେ ଟ୍ରକ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଖବର ପାଇ ପ୍ରଥମେ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ପୁଲିସ ଖଣ୍ଡ ବିଖଣ୍ଡିତ ଟ୍ରାକ୍ଟରକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!