Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା, ଆଜି ଆସିବ ରାୟ

by ସଞ୍ଜୟ ସ୍ୱାଇଁ
May 28, 2025
in State
ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା, ଆଜି ଆସିବ ରାୟ
59
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ସାଢେ ସାତ ବର୍ଷ ପରେ ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଆଜି ଆସିବ ଚୂଡ଼ାନ୍ତ ରାୟ। କଣ ମିଳିବ ଅଭିଯୁକ୍ତ ପୁଂଜିଲାଲକୁ ଦଣ୍ଡ ? ବୋମା ବିସ୍ଫୋରଣରେ ବଳି ପଡିଥିବା ସୌମ୍ୟ ଶେଖର ସାହୁଙ୍କ ପରିବାରକୁ ନ୍ୟାୟ ମିଳିବ କି ? ଏହାକୁ ନେଇ ପାଟଣାଗଡ଼ ଏଡିଜେ କୋର୍ଟଙ୍କ ଚୁଡାନ୍ତ ରାୟକୁ ଅପେକ୍ଷା କରି ରହିଛି ସାରା ଓଡିଶା। ୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ରିସେପସନ ମଣ୍ଡପରେ ଫୁଟିଥିଲା ପାର୍ସଲ ବୋମା। ବିସ୍ଫୋରଣରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ। ଦୀର୍ଘଦିନର ଚିକିତ୍ସା ପରେ ରୀମା ସୁସ୍ଥ ହୋଇଥିଲେ। ଘଟଣାର ଗୁରୁତ୍ବକୁ ଦେଖି ତତ୍କାଳୀନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଏକମାତ୍ର ଅଭିଯୁକ୍ତ ଭାବେ ୨୦୧୮ ଏପ୍ରିଲ ୨୫ ତାରିଖରେ ପାଟଣାଗଡ ଭଇଁଷା କଲେଜର ଅଧ୍ୟାପକ ପୁଂଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୁଂଜିଲାଲ ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ଭଇଁଷା କଲେଜରେ ଏକାଠି କାମ କରୁଥିଲେ । ମା ସଂଯୁକ୍ତା ଭଇଁଷା କଲେଜକୁ ଅଧ୍ୟକ୍ଷା ଭାବେ ବଦଳି ହୋଇ ଆସିବା ପୂର୍ବରୁ ପୁଂଜିଲାଲ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ସଂଯୁକ୍ତାଙ୍କ ଅଧ୍ୟକ୍ଷା ପଦବୀକୁ ନେଇ ପୁଞ୍ଜିଲାଲ ଅସନ୍ତୁଷ୍ଟ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲେ ପୁଞ୍ଜିଲାଲ। ୨୦୨୨ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାରେ ଅଦ୍ୟାବଧି ୬୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଏଡିଜେ କୋର୍ଟ। ଏବେ ଅଭିଯୁକ୍ତ ପୁଞ୍ଜିଲାଲ ବିଚାରାଧୀନ କଏଦୀ ଭାବେ ବଲାଙ୍ଗୀର ଜେଲରେ ରହିଛି। ଅଭିଯୁକ୍ତକୁ ଫାଶୀଦଣ୍ଡ ମିଳୁ ବୋଲି ସୌମ୍ୟଙ୍କ ପରିବାର ଦାବି କରୁଥିବା ବେଳେ ପୁଞ୍ଜିଲାଲଙ୍କ ଓକିଲ ଘଟଣାର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବା ଯୁକ୍ତି ବାଢିଥିଲେ। ପୂର୍ବରୁ ପୁଞ୍ଜିଲାଲଙ୍କ ଓକିଲ ମଧ୍ୟ କ୍ରାଇମବ୍ରାଞ୍ଚର ବିସ୍ଫୋରଣ ସିନ ରିକ୍ରିଏସନ ଭିଡିଓ ଗଣମାଧ୍ୟମକୁ ଲିକ ହେବା ନେଇ ପ୍ରଶ୍ନ ଉଠାଇଥିଲେ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!