Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା, ହାଡ଼କୋର୍ ମାଓବାଦୀ ଦଳ ଛାଡ଼ିଲେ

by ସଞ୍ଜୟ ସ୍ୱାଇଁ
May 27, 2025
in Feature News
ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା, ହାଡ଼କୋର୍ ମାଓବାଦୀ  ଦଳ ଛାଡ଼ିଲେ
46
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ଦୀର୍ଘ ବର୍ଷ ପରେ ମାଓବାଦୀ ସଂଗଠନର ହାତ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି ହାଡ଼କୋର୍ ମାଓବାଦୀ ନେତା ବିଜୟାପୁନେମ ଓରଫ ଅଜୟ । ଅଜୟ ବାସଧାରା-ଘୁମସୁର-ନାଗାବଳୀ ଡିଭିଜନର ଜଣେ ହାଡ଼କୋର୍ ମାଓବାଦୀ ଥିଲେ ବୋଲି ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ପି ସ୍ବାଥି ଏସ୍.କୁମାର ସୂଚନା ଦେଇଛନ୍ତି । ଅଜୟଙ୍କ ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା ଅର୍ନ୍ତଗତ ହୁସୁର ଥାନାର ବାଟିଗୁ ଗ୍ରାମରେ । ଅଜୟଙ୍କ ଠାରୁ ପୋଲିସ ଏକ ୯ଏମ୍ଏମ୍ ପିସ୍ତଲ, ୮ ରାଉଣ୍ଡ ଗୁଳି ଏବଂ ଗୋଟିଏ ୱାକିଟାକି ଜବତ କରିଛି । ଆତ୍ମ ସମର୍ପଣ କରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିବା ଏସ୍ପି କହିଛନ୍ତି। ଏସପି ସୂଚନା ମୁତାବକ, ଅଜୟ ୨୦୦୯-୨୦୧୦ରେ ଛତିଶଗଡ଼, ୨୦୧୧-୨୦୧୪ ପର୍ଯ୍ୟନ୍ତ ମାଲକାନଗିରି-କୋରାପୁଟ ଏବଂ ୨୦୧୪-୨୦୨୪ ପର୍ଯ୍ୟନ୍ତ ନୂଆପଡ଼ା ଜିଲାରେ ବିଜିଏନ ଡିଭିଜନର ଘୁମସୁ ଏସିରେ କାର୍ଯ୍ୟରତ ଥିଲେ । ସୂଚନା ଯୋଗ୍ୟ ଅଜୟ ୨୦୦୯ରେ ସିପିଆଇ(ମାଓବାଦୀ) ସଂଗଠନରେ ଯୋଗଦାନ କରିବା ପରେ ପ୍ରଶିକ୍ଷଣ ଶେଷ କରି ମ.ବାଳକ୍ରିଷ୍ଣା ଓରଫ ମନୋଜଙ୍କ ସୁରକ୍ଷା ଟିମ ଦାୟିତ୍ୱରେ ରହିଥିଲେ। ୨୦୧୪ରେ ଅଜୟ ମାଓବାଦୀଙ୍କ ଏସିଏମ୍ ର଼୍ୟାଙ୍କକୁ ପଦୋନ୍ନତି ପାଇ ମନୋଜର ଗନମ୍ୟାନ ଭାବେ କାମ କରିଥିଲେ । ତେବେ ୨୦୨୩ରେ ତାଙ୍କୁ ବିଜିଏନ ଡିଭିଜନକୁ ପଠାଯାଇଥିଲା। ପରେ ସେ ଘୁମସୁର ଏସିରେ କାର୍ଯ୍ୟରତ ଥିଲେ । ଅଜୟ କନ୍ଧମାଳ ଜିଲା କୋଟଗଡ଼ ଥାନାର ବଣ୍ଡିପାଙ୍ଗା ଗ୍ରାମର ମେଟଲା ରଇତଙ୍କ ହତ୍ୟା ମାମଲା, ମାର୍ଚ୍ଚ ୨୦୨୪ରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଥିବା ମେରାଗୁ ମାମଲା, ଶିରଲା ଇଓଏଫ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ମାମଲା ସମେତ ୨୦୨୨ରେ ଛତିଶଗଡ଼ ରାଜ୍ୟର ଯୋଡେଇପାଣି ଓଏଫ, ସିକସାର ଇଓଏଫ, କନ୍ଧମାଳ ଜିଲାରେ ହୋଇଥିବା ଚେଇପାଲି ଇଓଏଫ ଏବଂ କୋଡ଼ଙ୍ଗା ଇଓଏଫ ମାମଲାରେ ଜଡିତ ରହିଛନ୍ତି । ଅଜୟଙ୍କ ନାଁରେ ୭ଟି ମାମଲା ରୁଜୁ ହୋଇଛି । ଅଜୟ ମାଓବାଦୀ ସଂଗଠନ ଛାଡି ଆତ୍ମସର୍ମପଣ କରିବାର ପ୍ରମୁଖ କାରଣ ମଧ୍ୟରେ ସିପିଆଇ(ମାଓବାଦୀ) ସଂଗଠନର ଭୁଲ ଚିନ୍ତାଧାରା, ମୁଖିଆଙ୍କ ଦୁର୍ବ୍ୟବହାର, ଅଞ୍ଚଳରେ ଫୋର୍ସ ଦ୍ୱାରା ବାରମ୍ବାର କୋମ୍ବିଂ, ଓ ଭାଷା ସମସ୍ୟା ଆଦି ସମେତ ୨୦୦୬-୨୦୨୪ ମଧ୍ୟରେ ରାୟଗଡ଼ା ଜିଲାର ୨୯ ମାଓବାଦୀଙ୍କ ଆତ୍ମସର୍ମପଣ ଏବଂ ଓ ପୋଲିସ ନିକଟରେ ୬୭୪ଜଣଳ ମାଓବାଦୀଙ୍କ ଆତ୍ମସର୍ମପଣ ପରେ ସେ ମଧ୍ୟ ଆତ୍ମସର୍ମପଣ କରିଥିବା ଜଣାପଡିଛି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!