Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଞ୍ଜୁଶ୍ରୀଙ୍କ ପାଇଁ ମଞ୍ଚରୁ ହାତ ପାତିଲେ

by ସଞ୍ଜୟ ସ୍ୱାଇଁ
May 27, 2025
in State
ମଞ୍ଜୁଶ୍ରୀଙ୍କ ପାଇଁ ମଞ୍ଚରୁ ହାତ ପାତିଲେ
93
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଯାତ୍ରା କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ମଞ୍ଚରେ ଭିକ୍ଷା ମାଗିଲେ ନାଟ୍ୟ ନିର୍ଦ୍ଦେଶକ । ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ପକ୍ଷରୁ ଯୁବ ଓ ଅଭିଜ୍ଞ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ କଳାକାରଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗିଛନ୍ତି। କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାର ରମ୍ଭାର ଚନ୍ଦନ ଯାତ୍ରାରେ ଅପେରା ଚାଲିଥିବା ବେଳେ ଜଣେ ଆଇଟମ୍ ଗର୍ଲ ଅର୍ଦ୍ଧଲଗ୍ନ ହୋଇ ମଞ୍ଚରେ ନାଚି ଥିଲେ । ଏହା ମଞ୍ଚ ଓ ସଭ୍ୟ ସମାଜକୁ ନିନ୍ଦିତ କରିଥିଲେ । ହେଲେ ବର୍ତ୍ତମାନ ଅପେରା ମଞ୍ଚରେ ଜଣେ ନାଟ୍ୟ ନିର୍ଦ୍ଦେଶକ ମହିଳା କଳାକାରଙ୍କ ଚିକିତ୍ସା ପାଇଁ ସଂଗୀତର ତାଳେ ତାଳେ ଭିକ୍ଷା ମାଗି ଚର୍ଚ୍ଚାକୁ ଆସିଛନ୍ତି । ନାଟ୍ୟ ନିର୍ଦ୍ଦେଶକଙ୍କ ମାନବିକତା ଓ ତାଙ୍କ ଉଦ୍ୟମକୁ କଳାକାରମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି । ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ମର୍ଦମେଖ ଗାଁରେ ସ୍ଥାନୀୟ କଳାକାରମାନେ ଅପେରା “କାନ୍ଦୁଛି କେବଳ ତୋରି ପାଇଁ” ମଂଚସ୍ଥ କରିଥିଲେ । ନାଟକର ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଂଜାମ ଜିଲ୍ଲା ଶାଖାର ଯୁବ ଓ ଅଭିଜ୍ଞ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ । ନାଟକ ପୂର୍ବରୁ ପ୍ରଥମେ ଆରମ୍ଭ ହୋଇଥିଲା ମେଲୋଡି । ମେଲୋଡିର ପ୍ରଥମ ଗୀତ ବାଜିଥିଲା “କିଏ କେବେ ଦେଖିଛ କି କଳାକାର କାନ୍ଦିବାର” । ଗୀତର ତାଳେ ତାଳେ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗିଥିଲେ । ଏଥିରେ ପ୍ରାୟ ୧୬,୮୬୫ ଟଙ୍କା ମିଳିଥିଲା । ଜଣେ ନାଟ୍ୟ ନିର୍ଦ୍ଦେଶକଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା ମିଳିଛି । ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକଙ୍କ ଏଭଳି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଛନ୍ତି ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜ ଗୋପାଳ ପାଢ଼ୀ ଓ ପୂରା ଟିମ୍ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!