Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବର୍ଷାରେ ବି ବନ୍ଦ ହେବନି ମାଓ ଶିକାର, ଡ୍ରୋନ୍ ସହାୟତାରେ ଠାବ ହେବ ମାଓ କ୍ୟାମ୍ପ

by ସଞ୍ଜୟ ସ୍ୱାଇଁ
May 27, 2025
in State
ବର୍ଷାରେ ବି ବନ୍ଦ ହେବନି ମାଓ ଶିକାର, ଡ୍ରୋନ୍ ସହାୟତାରେ ଠାବ ହେବ ମାଓ କ୍ୟାମ୍ପ
31
VIEWS
Share on FacebookShare on Twitter

ରାୟପୁର, (ବାଘୁଆବାର୍ତ୍ତା): ମାଓବାଦୀ ନିପାତ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ (୨୦୨୬ ମାର୍ଚ୍ଚ ୩୧) ପାଖ ହୋଇ ଆସୁଥିବାରୁ ଚଳିତ ବର୍ଷ ବର୍ଷା ଋତୁରେ ମଧ୍ୟ ଅପରେସନ ବନ୍ଦ ନ କରିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସାଧାରଣତଃ ବର୍ଷା ଦିନେ କେବେ ହେଲେ ସୁରକ୍ଷା ବାହିନୀ ଅପରେସନ କରନ୍ତି ନାହିଁ କି ମାଓବାଦୀମାନେ ମଧ୍ୟ କୌଣସି ପ୍ରକାର ହିଂସା ଭିଆଇବାକୁ ଆସନ୍ତି ନାହିଁ । ବର୍ଷା ଦିନରେ ବଣଜଙ୍ଗଲରେ ନଦୀ-ନାଳ ବଢ଼ୁଥିବାରୁ ଏବଂ ରାସନ ସାମଗ୍ରୀ ମିଳିବା, ଯାତାୟାତ ସମସ୍ୟା ରହିଥାଏ । ତେଣୁ ମାଓବାଦୀମାନେ ଘଞ୍ଚ ଜଙ୍ଗଲର କୌଣସି ଗୋଟିଏ ସ୍ଥାନ ପସନ୍ଦ କରି କ୍ୟାମ୍ପ କରିବା ସହ କ୍ୟାଡରମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି । ପରବର୍ତ୍ତୀ ଶୀତ ଓ ଗ୍ରୀଷ୍ମ ଋତୁରେ କିଭଳି କେଉଁଠାରେ ହିଂସା ଘଟାଇବେ ତାର ବ୍ଲୁପ୍ରିଣ୍ଟ ମଧ୍ୟ ଏହି ସମୟରେ ପ୍ରସ୍ତୁତ କରାଯାଇଥାଏ । ବର୍ଷା ଋତୁ ସରିବା ପରେ ମାଓ ସଙ୍ଗଠନ ଆରମ୍ଭ କରିଥାଏ ଟିସିଓସି (ଟାକ୍ଟିକାଲ କାଉଣ୍ଟର ଅଫେନ୍ସିଭ୍ ମିସନ) । ଚଳିତ ବର୍ଷ ମାଓବାଦୀଙ୍କ ରଣନୀତିକୁ ବିଫଳ କରିବାକୁ ସୁରକ୍ଷା ବାହିନୀ ରଣନୀତି ପ୍ରସ୍ତୁତ କରିଛି । ଛତିଶଗଡ଼, ମହାରାଷ୍ଟ୍ର, ତେଲଙ୍ଗାନା ଓ ଝାଡ଼ଖଣ୍ଡର ଅନେକ ଜଙ୍ଗଲ ଭିତରେ ଯବାନମାନେ କ୍ୟାମ୍ପ ପ୍ରତିଷ୍ଠା କରିସାରିଛନ୍ତି । ବର୍ଷା ଋତୁରେ ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପସ୍ଥଳ ବାବଦରେ ଡ୍ରୋନ୍ ସହାୟତାରେ ଚିହ୍ନଟ କରି ଅଚାନକ ହମ୍ଲା କରିବାକୁ ମଧ୍ୟ ଯୋଜନା ହୋଇଛି । ଅପରପକ୍ଷେ, ସିପିଆଇ-ମାଓବାଦୀ ମହାସଚିବ ନମ୍ବାଲା କେଶବରାଓ ଓରଫ ବାସବରାଜ ନିହତ ହେବା ପରେ କ୍ୟାଡରମାନଙ୍କ ମନୋବଳ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଖୋଦ୍ ସଙ୍ଗଠନ ପକ୍ଷରୁ ଦିନେ ତଳେ ଏକ ପ୍ରେସ୍ ବିବୃତି ଜାରି କରି ଏହା ସ୍ୱୀକାର କରାଯାଇଛି । ସଙ୍ଗଠନର ମୁଖପାତ୍ର ବିକଳ୍ପ ଏହା ଜାରି କରିଛନ୍ତି । ସେଥିରେ କୁହାଯାଇଛି, ଗତ ୨୧ ତାରିଖରେ ୨୭ ନୁହେଁ ୨୮ ଜଣ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । କମାଣ୍ଡର ନିଲେଶଙ୍କ ମୃତଦେହ ପିଏଲଜିଏ କ୍ୟାଡରମାନଙ୍କ ନିକଟରେ ରହିଛି । ବାସବରାଜ ଓରଫ ବି.ଆର ଦାଦାଙ୍କ ସହ ୩୪ ଜଣ କ୍ୟାଡର ଥିଲେ । ୭ ଜଣ ଖସିଯିବାରେ ସକ୍ଷମ ହୋଇଥିଲେ । କ୍ୟାଡରମାନେ ଘେରାବନ୍ଦୀ କରି ବାସବରାଜଙ୍କୁ ଖସାଇଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କର ଜିଦ୍ ଥିଲା ଯୁବ କ୍ୟାଡରମାନେ ପ୍ରଥମେ ଖସିଯାଆନ୍ତୁ । କିନ୍ତୁ ଯବାନଙ୍କ ଘେରାବନ୍ଦୀ କାଟି ଅଧିକ କ୍ୟାଡର ଖସିବାରେ ବିଫଳ ହେଲେ । ଏନକାଉଣ୍ଟରରେ ନାଗେଶ୍ୱର ରାଓ ଓରଫ ଜଙ୍ଗ ନବୀନ, ସଙ୍ଗୀତା, ଭୂମିକା, ବିବେକ, କମଳା, ନାଗେଶ, ରାଜେଶ, ରବି, ସୁନିଏ ସରିତାଙ୍କ ସମେତ ଅନେକ ବରିଷ୍ଠ କ୍ୟାଡର ପ୍ରାଣ ହରାଇଛନ୍ତି । ଯବାନମାନେ ବାସବରାଜଙ୍କୁ ଧରିବା ପରେ ହତ୍ୟା କରିଥିବା ବିବୃତିରେ ଅଭିଯୋଗ କରାଯାଇଛି । ବିଗତ ୪୦ ଦିନ ଧରି ସଙ୍ଗଠନ ପକ୍ଷରୁ ଏକତରଫା ଅସ୍ତ୍ରବିରତି ଘୋଷଣା କରାଯାଇ କୌଣସି ହିଂସା ହୋଇନଥିଲା । ଏହାରି ସୁଯୋଗରେ ଯବାନମାନେ ଅପରେସନ କରିଥିବା ବିବୃତିରେ କୁହାଯାଇଛି । ବାସବରାଜଙ୍କ ସୁରକ୍ଷା ପାଇଁ ସର୍ବଦା ୬୫ ଜଣ କ୍ୟାଡର ରହୁଥିଲେ । ତେବେ ଯବାନଙ୍କ କ୍ରମାଗତ ଅପରେସନ ଯୋଗୁ ଏହି ସଂଖ୍ୟାକୁ ହ୍ରାସ କରାଯାଇଥିଲା । ଏହାପରେ ଏହି କମିଟିର ୭ ଜଣ କ୍ୟାଡର ନିକଟରେ ଆତ୍ମସମର୍ପଣ କରିବା ସହ ବିଶ୍ୱାସଘାତକତା କରି ପୁଲିସକୁ ସଙ୍ଗଠନ ବାବଦରେ ଅନେକ ଗୁପ୍ତ ତଥ୍ୟ ଦେଇଥିବାରୁ ସଙ୍ଗଠନର ବଡ଼ କ୍ଷତି ହେଲା । ଏହାର ପ୍ରତିଶୋଧ ନିଆଯିବ ବୋଲି ପ୍ରେସ ବିବୃତିରେ ଶପଥ ନିଆଯାଇଛି । ଯୁବ କମାଣ୍ଡରମାନଙ୍କ ପାଇଁ ବାସବରାଜ ଆଦର୍ଶ ଥିଲେ । ସେମାନେ ପ୍ରତିଶୋଧ ନେବାକୁ ଶପଥ ଦେଇଥିବା ବିକଳ୍ପ କହିଛନ୍ତି । ଇତି ମଧ୍ୟରେ ବାସବରାଜ ଓ ଅନ୍ୟ ଜଣେ କମାଣ୍ଡର ଭୂମିକାଙ୍କ ପରିବାର ମୃତଦେହ ପାଇବାକୁ ତେଲଙ୍ଗାନା ହାଇକୋର୍ଟଙ୍କ ଶରଣ ନେଇଥିଲେ । ଛତିଶଗଡ଼ ଆସି ମୃତଦେହ ନେବାକୁ ସେମାନଙ୍କୁ କୁହାଯାଇଥିଲା । କିନ୍ତୁ ସେମାନେ ଆସିନଥିଲେ । ତେଣୁ ଆଜି ୧୯ ଜଣଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ବାସବରାଜଙ୍କ ସମେତ ୮ ଜଣଙ୍କ ଅନ୍ତ୍ୟେଷ୍ଟି ପୁଲିସ ପକ୍ଷରୁ କରାଯାଇଛି । ବାସବରାଜଙ୍କର ୪ ଭାଇଙ୍କ ମଧ୍ୟରେ ଇଞ୍ଜିନିୟର, ଡାକ୍ତର ଏବଂ ଭିଜିଲାନ୍ସ ଅଫିସର ରହିଛନ୍ତି । ମାଓବାଦୀଙ୍କ ଠାରୁ ଜବତ ହୋଇଥିବା ୩ଟି ଏକେ-୪୭, ୪ଟି ଏସ୍ଏଲ୍ଆର, ୬ଟି ଇନ୍ସାସ୍, ୬ଟି ଥ୍ରୀ ନଟ୍ ଥ୍ରୀ, ଗୋଟିଏ କାର୍ବାଇନ, ୩ଟି ୧୨ ବୋର୍ ଗନ୍, ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ବିଜିଏଲ ଲଞ୍ଚର, ୨ଟି ରକେଟ ଲଞ୍ଚର୍, ୨ଟି ଭରମାର୍ ଚିହ୍ନଟ କରାଯାଇଛି । ଏଗୁଡ଼ିକରୁ ଅଧିକାଂଶ ୨୦୧୦ (ଦାନ୍ତେୱାଡ଼ାର ତାଡ଼ମେଟଲା ଓ ନାରାୟଣପୁରର ଗୱାଡି) ଓ ୨୦୧୭ (ସୁକ୍ମା ଜିଲ୍ଲାର ବୁର୍କାପାଲ) ମାଓବାଦୀ ହିଂସାକାଣ୍ଡ ବେଳ ଯବାନଙ୍କ ଠାରୁ ଲୁଟ୍ ହୋଇଥିଲା ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!