Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଠ ପଢିଛନ୍ତି ଦଶମ କିନ୍ତୁ କାମ କରୁଛନ୍ତି ଡାକ୍ତର

by ସଞ୍ଜୟ ସ୍ୱାଇଁ
May 27, 2025
in Crime, State
ପାଠ ପଢିଛନ୍ତି ଦଶମ କିନ୍ତୁ କାମ କରୁଛନ୍ତି ଡାକ୍ତର
84
VIEWS
Share on FacebookShare on Twitter

ଛତ୍ରପୁର, (ବାଘୁଆବାର୍ତ୍ତା): ପାଠ ପଢିଛନ୍ତି ଦଶମ କିନ୍ତୁ କାମ କରୁଛନ୍ତି ଡାକ୍ତରର । ଦୀର୍ଘ ୩ରୁ ୪ବର୍ଷ ହେଲା ଛତ୍ରପୁର ବ୍ଲକ ବଡ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଗାନ୍ଧି ଛକ ନିକଟରେ ଏକ ଘରୋଇ କ୍ଲିନିକ କରି ଲୋକଙ୍କୁ ଚିକିତ୍ସା କରୁଛନ୍ତି । ପାଖରେ ନାହିଁ ଡାକ୍ତରୀ ପ୍ରମାଣପତ୍ର କିନ୍ତୁ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । କୋଲକତାରୁ ଆସି ସେ ଏଠାରେ ଲୋକଙ୍କ ଜୀବନ ସହ ଖେଳୁଛନ୍ତି । ନକଲି ଡାକ୍ତର ପ୍ରସନ୍ନଜିତ ସରକାରଙ୍କ ଘର କୋଲକତା ହୋଇଥିଲେ ବି ସେ ପୂର୍ବରୁ ମଧ୍ୟପ୍ରଦେଶ ଓ ପରେ ଏଠାକୁ ଆସି ଏକ ଘରୋଇ କ୍ଲିନିକ୍ କରି ଲୋକଙ୍କୁ ଦୈନିକ ଚିକିତ୍ସା କରାଉଛନ୍ତି ବୋଲି କହିଛନ୍ତି । ତାଙ୍କର କୌଣସି ଡାକ୍ତରୀ ପ୍ରମାଣପତ୍ର କିମ୍ବା ଲାଇସେନ୍ସ ନଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି । ଆଗକୁ ଲାଇସେନ୍ସ କରିବେ ବୋଲି କହିଛନ୍ତି । ଏପରିକି ସେ ଏଠାକାର ସ୍ଥାନୀୟ ଆଧାର କାର୍ଡ କରିବା ସହ ଭୋଟ୍ ପରିଚୟ ମଧ୍ୟ କରିଦେଇଛନ୍ତି । ଏତେ ବର୍ଷ ହେଲା ନକଲି ଡାକ୍ତର ସାଜି କୌଣସି ଦକ୍ଷତା ନଥାଇ ଦୈନିକ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବେଳେ ମାତ୍ର ୪ରୁ ୫ କି.ମି. ଦୂରରେ ଥିବା ଛତ୍ରପୁରର କୌଣସି ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର କିପରି ନଜର କି ଦୃଷ୍ଟି ପଡୁନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ଜଣେ ନୁହନ୍ତି ଏପରି ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ବହୁ ଜଣ କୋଲକତାରୁ ଆସି ଏଠାରେ ନୀରିହ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଏଠାରେ ନିଜ ନିଜର ଆଧାର କାର୍ଡ କରିବା ସହ ଭୋଟ୍ ପରିଚୟ ପତ୍ର ମଧ୍ୟ ସ୍ଥାନୀୟ ଅଞ୍ଚଳର କରିଦେଇଥିବା ନଜିର ରହିଛି । ପଞ୍ଚାୟତର କୌଣସି ଲୋକଙ୍କ ଦେହ ଖରାପ ହେଲେ ପ୍ରଥମେ ସେମାନେ ଏହି ନକଲି ଡାକ୍ତରମାନଙ୍କ ଉପରେ ଭରଷା କରିଦିଅନ୍ତି, ଯଦି ଭଲ ନହୁଏ ତେବେ ସେମାନେ ଛତ୍ରପୁର କିମ୍ବା ବ୍ରହ୍ମପୁର ମେଡିକାଲ ଉପରେ ନିର୍ଭର କରିଥାନ୍ତି । ଶେଷରେ ରୋଗୀ ଗୁରୁତର ହୋଇ ମୃତ୍ୟୁ ହେବାର ମଧ୍ୟ ନଜିର ରହିଛି । ବେଳ ଥାଉ ଥାଉ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଅନେକ ଲୋକଙ୍କ ଜୀବନ ଏହି ନକଲି ଡାକ୍ତରଙ୍କ ହାତରେ ଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!