ଗୁଣପୁର, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲା ଗୁଣପୁର ବନ ବିଭାଗକୁ ବଡ଼ ସଫଳତା । ବାହାର ରାଜ୍ୟକୁ କାଠ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ। ସୂଚନାନୁଯାୟୀ, ଗୁଣପୁର ବ୍ଲକ୍ ଜଗନ୍ନାଥପୁର ଅଞ୍ଚଳରୁ ଆନ୍ଧ୍ରକୁ ଶାଗୁଆନ କାଠଗଣ୍ଡି ଚୋରା ଚାଲାଣ ହେଉଥିଲା। ସୋମବାର ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ ଗୋଟଲପଦର ଛକଠାରେ ଏକ କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିଛି । ଗାଡ଼ିରୁ ଲକ୍ଷାଧିକ ଟଙ୍କାର ୨୯ଟି କାଠଗଣ୍ଡି ଜବତ ହୋଇଛି । ବନଖଣ୍ଡ ଅଧିକାରୀ ଗଙ୍ଗାଧର ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି । ଦୀର୍ଘ ଦିନ ହେବ ସୀମାନ୍ତ ଅଞ୍ଚଳରୁ ଆନ୍ଧ୍ର କାଠ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି ।






