Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଥ ବ୍ରେକ୍ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି

by ସଞ୍ଜୟ ସ୍ୱାଇଁ
May 27, 2025
in State
ରଥ ବ୍ରେକ୍ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
17
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ରଥ ନିର୍ମାଣ ଅବସରରେ ସୋମବାର ଥିଲା ଏକ ବ୍ୟସ୍ତବହୁଳ ଦିନ । ଖଳାରେ ୪୦ ଫୁଟିଆ କାଠ ପହଞ୍ଚିଲା ପରେ ରଥର ଅଖ ଓ ଦଣ୍ଡା କାମ ଆଗଉଛି । ରଥର ଆଗପଛ ବ୍ରେକ୍ ଅଖ ତିଆରି ଆରମ୍ଭ କରିଛନ୍ତି ବିଶ୍ୱକର୍ମା । ରଥ ନିର୍ମାଣରେ ଏହି ଅଖକୁ ସାନ ଉଛୁଳା ଅଖ କୁହାଯାଏ । ସେହିଭଳି ସୋମବାର ରଥ ଖଳାରେ ଗରଗରା କାଠ ପଡ଼ିଛି । ଇତିମଧ୍ୟରେ ଚାରିନାହାକା କାର୍ଯ୍ୟ ଆରମ୍ଭ ହୋଇଛି । ଚଉଦନାହାକା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚକରେ ପନ୍ଦାରି ଚାବି ଲଗାଇ ଶେଷ ହେଉଛି ଚକ ନିର୍ମାଣ । ଏଥିସହ ଦଣ୍ଡା କାଠ ମଧ୍ୟ ବିଶ୍ୱକର୍ମାଙ୍କୁ ଯୋଗାଯାଇଛି । ସୋମବାର ଅପରାହ୍ଣରେ କାଠ ଶଗଡ଼ିରେ ବୋହି ଭୋଇ ସେବକମାନେ ଗରଗରା କାଠ ଆଣି ରଥଖଳାରେ ଥୋଇଛନ୍ତି । ତିନି ରଥ ପାଇଁ ୨ଟି ଲେଖାଏଁ ୬ଟି ଗରଗରା କାଠ ରଥଖଳାରେ ପ୍ରସ୍ତୁତ ହେବ । ରଥର ମୂଳଦୁଆ ତିଆରିରେ ଲାଗିଛନ୍ତି ନିର୍ମାଣକାରୀ । ଖୁବ୍ଶୀଘ୍ର ରଥର ଚକ କାର୍ଯ୍ୟ ଶେଷ ହେବ । ଦଣ୍ଡା କାଠ ମିଳିବା ପରେ ୫ ଦଣ୍ଡା ନିର୍ମାଣ ମଧ୍ୟ ଆରମ୍ଭ ହୋଇଯିବ । ଅଖ ନିର୍ମାଣ ସରିଲେ ଚକ ଓ ଅଖ ସଂଯୁକ୍ତ ହୋଇ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ। ଗରଗରା ଉପରେ ଚାରି ନାହାକା ଉଠିବ । ଏହା ରଥ ଉପରି ଭାଗ କାମ । ୪ ନାହାକା ଉପରେ ଭୂଇଁ ଟୁଙ୍ଗୁରା ହେବ । ପ୍ରଥମ ଭୂଇଁ ଉପରେ ୪ଟି ଖମ୍ବୀ ଓ ଦ୍ୱିତୀୟ ଭୂଇଁ ଉପରେ ୪ଟି ଖମ୍ବୀ ଲାଗିବ । ତା’ ଉପରେ ପୋଟଳ ଖମ୍ବୀ ଲାଗି ତୃତୀୟ ଭୂଇଁ ରହିବ । ରଥତ୍ରୟର ୨୧ ଅଖ ଓ ୪୨ ଚକ ନିର୍ମାଣ ସାରିବା ବିଶ୍ୱକର୍ମାଙ୍କ ପ୍ରଥମ ଟାର୍ଗେଟ ରହିଛି । ଏପଟେ ରୂପକାର, କରତି, କମାର ସେବକ ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!