Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୁହା ପ୍ଲେଟ ଚୋରିକରୁଥିଲେ, ମାଡିବସିଲେ ରେଳବିଭାଗ

by ସଞ୍ଜୟ ସ୍ୱାଇଁ
May 27, 2025
in State
ଲୁହା ପ୍ଲେଟ ଚୋରିକରୁଥିଲେ, ମାଡିବସିଲେ ରେଳବିଭାଗ
35
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ରେଳ ଧାରଣାରୁ ଲୁହା ପ୍ଲେଟ ଓ ଲୁହା ଖଣ୍ଡ ଚୋରି କରୁଥିଲେ । ଏତିକିବେଳେ ମାଡ଼ି ବସିଲା ରେଳ ବିଭାଗ କର୍ମଚାରୀ । ବିପୁଳ ଲୁହା ପ୍ଲେଟ ସହ ଦୁଇ ଅଟକ ରହିଛନ୍ତି । ଭଦ୍ରକ ଜିଲ୍ଲା ବାଉଦପୂର୍ ଷ୍ଟେସନ ନିକଟରେ ଏକ ନିକାଞ୍ଚନ ସ୍ଥାନରେ ଦୁଇ ଯୁବକ ବୁଲୁଥିବା ବେଳେ ରେଳ ବିଭାଗର ଟ୍ରେନ୍ ଲାଇନ ମରାମତି ଦାୟିତ୍ଵରେ ଥିବା କେତେକ କର୍ମଚାରୀ ଦେଖିଥିଲେ । ସନ୍ଦେହ ହେବାରୁ ସେମାନଙ୍କ ନିକଟକୁ ଯିବା ବେଳେ ଦୁଇ ଯୁବକ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ କେତେକ କର୍ମଚାରୀ ଦୁଇ ଜଣଙ୍କୁ କାବୁ କରିଥିଲେ । ତେବେ ପରେ ସେମାନଙ୍କ ନିକଟରୁ ରେଳ ଧାରଣାରେ ବ୍ୟବହାର ହେଉଥିବା କେତେକ ଲୁହା ପ୍ଲେଟ ଓ ଲୁହା ଖଣ୍ଡ ଜବତ୍ ହୋଇଥିଲା । ଘଟଣା ବିଷୟରେ ରେଳବାଇ ପୋଲିସକୁ ଅବଗତ କରିବା ପରେ ଆରପିଏଫ ଆସି ଦୁଇ ଯୁବକଙ୍କୁ ଅଟକ ରଖିବା ସହ ଲୁହା ପ୍ଲେଟ ଗୁଡ଼ିକୁ ଜବତ କରିଛି । ଏହି ଲୁହା ପ୍ଲେଟ ଗୁଡ଼ିକୁ ରେଳ ଧାରଣାରୁ କେଉଁ ସ୍ଥାନରୁ ବାହାର କରାଯାଇଛି ସେ ନେଇ ଯାଞ୍ଚ ଆରମ୍ଭ ହୋଇଚି । ଅଟକ ଯୁବକ ଦୁଇ ଜଣ କେଉଁ ଅଞ୍ଚଳର ଓ କେଉଁ ଉଦ୍ଦେଶ୍ୟରେ ଟ୍ରେନ ଲାଇନରୁ ଲୁହା ପ୍ଲେଟ କଢ଼ା ଯାଉଥିଲା ସେ ନେଇ ପଚରାଉଚରା ଆରମ୍ଭ କରିଛି ଆରପିଏଫ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!