Monday, August 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଛରୁ ମାଡ଼ିଗଲା ତେଲ ଟ୍ୟାଙ୍କର, ଚାଲିଗଲା ଜୀବନ

by ସଞ୍ଜୟ ସ୍ୱାଇଁ
May 27, 2025
in Accident, State
ପଛରୁ ମାଡ଼ିଗଲା ତେଲ ଟ୍ୟାଙ୍କର, ଚାଲିଗଲା ଜୀବନ
40
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଏନ ଏଚ-୫୫ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଗୋଟିଏ ପରିବାର ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗର ନିକଟରେ ଏକ ତେଲ ଟ୍ୟାଙ୍କର ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି। ତେବେ ବାଇକରେ ଥିବା ତାଙ୍କର ଦେଢ଼ ବର୍ଷର ଶିଶୁ ସୁରକ୍ଷିତ ଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଗ୍ରାମର । ମୃତ ମହିଳା ରଶ୍ମିରଞ୍ଜନ ଖୁଣ୍ଟିଆଙ୍କ ପତ୍ନୀ ୨୦ବର୍ଷୀୟା ଲୁସି ଖୁଣ୍ଟିଆ ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ରଶ୍ମି ରଞ୍ଜନ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ତାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ରକୁ ନେଇ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଆନନ୍ଦ ନଗର ଛକରେ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ପଛରୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ମାନେ ଦୁର୍ଘଟଣା ସ୍ଥଳରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ୫୫ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମୂର୍ଣ୍ଣ ଠପ ହୋଇଯାଇଥିଲା। ଜାତୀୟ ରାଜପଥ ରେ କଲେଜ ବାଇଲାସ ଓଭର ବ୍ରିଜ ନିର୍ମାଣ ଯୋଗୁଁ ତିଆରି ହୋଇଥିବା ସର୍ଭିସ ରୋଡ଼ ଅଣା ଓସାରିଆ ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ଯାହାକୁ ନେଉ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳକୁ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏନ୍ ଏଚ୍ କର୍ତ୍ତୃପକ୍ଷଙ୍କୁ ଲୋକଙ୍କ ଦାବିକୁ ଜଣାଇ ଉଚିତ ପଦକ୍ଷେପ ନେବାକୁ ପ୍ରତିଶୃତି ପରେ ରାସ୍ତା ଅବରୋଧରୁ ହଟିଥିଲେ ସ୍ଥାନୀୟ ଲୋକେ । ପରେ ସକାଳ ପ୍ରାୟ ୯ଟା ସମୟରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କରକୁ ପୁଲିସ ଜବତ କରିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!