Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋର୍ଦ୍ଧା-ବଲାଙ୍ଗୀର ଟନେଲ ଭୁଶୁଡିବା ଘଟଣା, ପରିଦର୍ଶନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

by ସଞ୍ଜୟ ସ୍ୱାଇଁ
May 27, 2025
in State
ଖୋର୍ଦ୍ଧା-ବଲାଙ୍ଗୀର ଟନେଲ ଭୁଶୁଡିବା ଘଟଣା, ପରିଦର୍ଶନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
194
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ବୌଦ୍ଧ ଖୋର୍ଦ୍ଧା ବଲାଙ୍ଗୀର ରେଳ ଟନେଲ ଭୁଶୁଡ଼ିବା ଘଟଣା। ଘଟଣାସ୍ଥଳରେ ପହଞ୍ଚିଲା ODRAF ଟିମ୍ । ବୌଦ୍ଧ ODRAFର ଗୋଟିଏ ଟିମ୍ ପହଞ୍ଚିଛି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛି ଟିମ୍ । ମାଟି ଅତଡା ଖସିଥିବା ସ୍ଥାନରୁ ୨୦ ଫୁଟ ଦୂରରେ ପାଣି ଜମି ଥିବାରୁ ଘଟଣାସ୍ଥଳକୁ ଯାଇ ପାରୁନଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଠିକା ସଂସ୍ଥା କର୍ମଚାରୀ ମନା କରିଦେଇଛି । ଖୋର୍ଦ୍ଧା- ବଲାଙ୍ଗୀର ରେଳ ଟନେଲ ଭୁଶୁଡିଥିଲା । ଟନେଲ ଭୁଶୁଡି ୩୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । କିଛିଦିନ ତଳେ କାର୍ଯ୍ୟକ୍ଷମ ହୋଇଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେର ଚାରି ନମ୍ବର ଟନେଲ ଧସିଯାଇଛି । ଏହି ଟନେଲ ଭାରତର ଦୀର୍ଘତମ ଟନେଲ ବୋଲି କୁହାଯାଉଛି । ଯାହାର ଲମ୍ବ ପ୍ରାୟ ଚାରି କିଲୋମିଟରରୁ ଅଧିକ । ଆଡ଼େନିଗଡ଼ କଖାରୁଫାଳ ନିକଟରେ ଟନେଲଟି ଧସି ଯାଇଛି । ପ୍ରାୟ ୩୦ ଫୁଟରୁ ଅଧିକ ତଳକୁ ମାଟି ଭୁଶୁଡ଼ି ଯାଇଛି । ଭୁଶୁଡ଼ି ଯାଇଥିବା ଟନେଲର ଚାରିପଟେ ଆବଦ୍ଧ କରି ଦିଆଯାଇଛି। ଟନେଲ ଭିତରେ କିଏ କିଏ ରହିଯାଇଛି କି, କେତେଜଣ କାମ କରୁଥିଲେ ତାହା ଅସ୍ପଷ୍ଟ ରହିଛି । ଏହି ଟନେଲ କାମ GRIL ନାମକ ଏକ ଠିକା ସଂସ୍ଥା କରୁଛି । ଟନେଲ ଧସିବା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।…ଟନେଲର ନିମ୍ନମାନର କାମ ଅଭିଯୋଗ କରିଛନ୍ତି ପିସିସି ସଭାପତି । କାମର ତଦାରଖ କିମ୍ବା ସମୀକ୍ଷା ମଧ୍ୟ କରାଯାଇନଥିବା ସେ କହିଛନ୍ତି । କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚି ନିରୀକ୍ଷଣ କରିବେ ବୋଲି ସୂଚନା ମିଳିଛି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!