Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୁବ୍ ଶୀଘ୍ର ବୁର୍ଲା ଥାନାର ନୂଆ କୋଠା ଉଦ୍ଘାଟନ୍

by ସଞ୍ଜୟ ସ୍ୱାଇଁ
May 26, 2025
in State
ଖୁବ୍ ଶୀଘ୍ର ବୁର୍ଲା ଥାନାର ନୂଆ କୋଠା ଉଦ୍ଘାଟନ୍
19
VIEWS
Share on FacebookShare on Twitter

ବୁର୍ଲା, (ବାଘୁଆବାର୍ତ୍ତା): ଭଙ୍ଗା ଦଦରା କୋଠା ତଳେ ଚାଲିଥିବା ସମ୍ବଲପୁର ଜିଲ୍ଲାର ସବୁଠାରୁ ଗୁରୁତ୍ୱ ବହନ କରୁଥିବା ବୁର୍ଲା ଥାନା ଆଉ କିଛିଦିନ ମଧ୍ୟରେ ନୂତନ କୋଠାକୁ ସ୍ଥାନାନ୍ତର ହେବ । ୩ କୋଟି ୪୫ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ଏହି ନୂତନ କୋଠା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଆସନ୍ତା ମାସ ପ୍ରଥମ ସପ୍ତାହ ଆଡକୁ ଏହି ନୂତନ କୋଠା ଉଦ୍ଘାଟନ ହେବ ବୋଲି ଜଣାପଡିଛି । ଏହି କୋଠା ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ବୋଲି ପୁଲିସ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ କିଏ ଉଦ୍ଘାଟନ କରିବେ ତାହା ସ୍ୱଷ୍ଟ ସୂଚନା ମିଳିପାରିନାହିଁ । ହୀରାକୁଦ ଡ୍ୟାମ୍ ନିର୍ମାଣ ସମୟରୁ ସୁରକ୍ଷା ଦୃଷ୍ଟି କୋଣରୁ ବୁର୍ଲା ସହରରେ ଥାନା ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଥାନା ପାଇଁ ନିଜସ୍ୱ କୋଠା ନଥିବା ବେଳେ ଡ୍ୟାମ୍ ଡିଭିଜନର ଏକ କୋଠାରେ ଥାନା ସ୍ଥାପନ ହୋଇଥିଲା । ସେହିଦିନ ଠାରୁ ସେହି କୋଠାରେ ଆଜି ପର୍ଯ୍ୟନ୍ତ ବୁର୍ଲା ଥାନା ଚାଲିଛି । ଏହି କୋଠାଟି ପୁରୁଣା ହୋଇଥିବା ବେଳେ ଭଙ୍ଗା ଦଦରା କୋଠାରେ କାର୍ଯ୍ୟ କରୁଛନ୍ତି ପୁଲିସ କର୍ମଚାରୀ । ପୂର୍ବରୁ ଏହି ଥାନା କୋଠା ଦୁର୍ବଳ ଯୋଗୁଁ ଅନେକ ସମୟରେ ଛାତରୁ ସିଲିଙ୍ଗ ଖସିବା ନଜିର ରହିଛି । ଅଳ୍ପକେ ବିପଦରୁ ବର୍ତ୍ତିଯାଇଥିଲେ ପୁଲିସ କର୍ମଚାରୀ । ଏପରିକି ଥାନାରେ ହାଜତ ନ ଥିବାରୁ ପୁଲିସ ଅଫିସର୍ସ ମାନେ ଯେଉଁଠାରେ କାର୍ଯ୍ୟ କରନ୍ତି ସେହି ଅଫିସ୍ କୋଠାରେ ଅପରାଧୀଙ୍କୁ ରଖାଯାଇଥାଏ । ଏଭଳି ଅନେକ ସମସ୍ୟା ଦେଇ ଗତିକରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଥାନାର ଶୋଚନୀୟ ଅବସ୍ଥାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା । ପୂର୍ବ ସରକାରଙ୍କ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଥାନା ନିର୍ମାଣ କରାଯାଇଥିଲେ ମଧ୍ୟ ବୁର୍ଲା ଥାନାକୁ ଗୁରୁତ୍ୱ ଦିଆଯାଇ ନଥିଲା । ତେବେ ନୂତନ ସରକାର ଆସିବା ପରେ ବୁର୍ଲା ଥାନାକୁ ଏକ ଅତ୍ୟାଧୁନିକ ଥାନାରେ ପରିଣତ କରିବା ପାଇଁ ପଦକ୍ଷେପ ନେଇଥିବା ଜଣାପଡିଛି । ବୁର୍ଲା ସହରର ପ୍ଲାନେଟୋରିୟମ୍ ଛକ ନିକଟରେ ଥିବା ସରକାରୀ ଜମିକୁ ବୁର୍ଲା ଥାନା ନାମରେ କରାଇ ଏକ ନୂତନ କୋଠା ନିର୍ମାଣ କରାଯାଉଛି । ରାଜ୍ୟ ସରକାର ଏହି ନୂତନ ଥାନା ନିର୍ମାଣ ପାଇଁ ୩ କୋଟି ୪୫ ଲକ୍ଷ ୩୯ ହଜାର ୭୦୪ ଟଙ୍କା ବ୍ୟୟ ବରାଦ କରିଛନ୍ତି । ତିନି ମହଲାକୁ ମିଶାଇ ଚାରିମହଲା ବିଶିଷ୍ଟ ଏହି ନୂତନ କୋଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିବ ବୋଲି କୁହାଯାଉଛି । ଅଫିସର୍ସ ଏବଂ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ କୋଠାରୀ ରହିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଚାଲୁଥିବା ଏହି ପୁରୁଣା କୋଠାରେ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ମଧ୍ୟ ନଥିବା ବେଳେ ନୂତନ କୋଠାରେ ସବୁ ପ୍ରକାର ବ୍ୟବସ୍ଥା ଯାହା ଗୋଟିଏ ଥାନା ପାଇଁ ଆବଶ୍ୟକ ସେହି ସବୁ ବ୍ୟବସ୍ଥା ରହିବ ବୋଲି କୁହାଯାଉଛି । ସୂଚନା ଥାଉ କି ବୁର୍ଲା ଥାନା ଅଧିନରେ ମୁଖ୍ୟତଃ ହୀରାକୁଦ ଜଳଭଣ୍ଡାର, ଓଏଚ୍ପିସି, ଭିମ୍ସାର୍, ଭିସୁଟ୍, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଆଇଆଇଏମ୍, କୃଷି ମହାବିଦ୍ୟାଳୟ ସମେତ ଅନେକ ବଡ଼ ବଡ଼ ପ୍ରତିଷ୍ଠାନ ଏବଂ କଳକାରଖାନାର ସୁରକ୍ଷା ବ୍ୟବସ୍ଥା ନିର୍ଭର କରେ । ବୁର୍ଲା ଥାନା ଅଧିନରେ ଚାରୋଟି ପୁଲିସ ଫାଣ୍ଡି ରହିଛି । ତେବେ ଏତେବଡ଼ ଗୁରୁଦାୟିତ୍ୱ ରହିଥିବା ବୁର୍ଲା ଥାନା ଆଗକୁ ନବକଳେବର ହେବାକୁ ଯାଉଛି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!