Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିମିଳିପାଳର ୯ଟି ଫାୟାର ଆଲର୍ଟ ସମେତ ୭୦୦ଟି ଫାୟାର ଆଲର୍ଟ ପଂଜିକରଣ ହୋଇଛି

by ସଞ୍ଜୟ ସ୍ୱାଇଁ
March 12, 2021
in Feature News
ଶିମିଳିପାଳର ୯ଟି ଫାୟାର ଆଲର୍ଟ ସମେତ ୭୦୦ଟି ଫାୟାର ଆଲର୍ଟ ପଂଜିକରଣ ହୋଇଛି
51
VIEWS
Share on FacebookShare on Twitter

ଭୁବନେଶ୍ବର,(ବାଘୁଆବାର୍ତ୍ତା):  ରାଜ୍ୟରେ ବନାଗ୍ନି ପ୍ରଶମନ ଏବଂ ପରିଚାଳନା ପାଇଁ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ଜଙ୍ଗଲ ଅଗ୍ନି ସତର୍କ ସୂଚନା ଅନୁଯାୟୀ ଗତକାଲି ରାଜ୍ୟରେ ଶିମିଳିପାଳ ଜଙ୍ଗଲର ୯ଟି ଫାୟାର ଆଲର୍ଟ ସମେତ ସର୍ବମୋଟ ୭୦୦ଟି ଫାୟାର ଆଲର୍ଟ ପଂଜିକରଣ କରାଯାଇଛି ଏବଂ ବର୍ତ୍ତମାନ ରାଜ୍ୟରେ ଅଗ୍ନି ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆହୁରି ମଧ୍ୟ ଶିମିଳିପାଳ ଜଙ୍ଗଲ ସମେତ ରାଜ୍ୟର କିଛି ଅଂଶରେ ଗତକାଲି ବର୍ଷା ହୋଇଛି, ଯାହା ରାଜ୍ୟରେ ବନାଗ୍ନି ବିସ୍ତାରକୁ ରୋକିବାରେ ସହାୟକ ହେବ। ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲରେ ବନାଗ୍ନି ଯେପରି ବିସ୍ତାର ନହୁଏ, ସେଥିପାଇଁ ସତର୍କ ରହିବାକୁ ସରକାର ବନ କର୍ମଚାରୀମାନଙ୍କୁ ସଜାଗ ରହିବାକୁ କହିଛନ୍ତି। ରାତିରେ ପାଟ୍ରୋଲିଂ କରିବା ସହ ଅଗ୍ନି ସତର୍କତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫରେଷ୍ଟ ଆଇଟି ଏବଂ ଜିଓମେଟ୍ରିକ୍‌ ସେଣ୍ଟର (ଏଫ୍‌ଟିଜିସି) ଦ୍ବାରା ପ୍ରତିଦିନ ଏସ୍‌ଏନ୍‌ପିପି, ଏମ୍‌ଓଡିଆଇଏସ୍‌ ଉପଗ୍ରହରୁ ଏଫ୍‌ଏସ୍‌ଆଇ ମାଧ୍ୟମରେ ପ୍ରାପ୍ତ ତଥ୍ୟକୁ ବିଟ୍‌ ସ୍ତରର କର୍ମଚାରୀଙ୍କୁ ଅବିଳମ୍ବେ ଉପଲବ୍ଧ କରାଯାଉଛି। କ୍ଷେତ୍ର ବନକର୍ମଚାରୀ ପ୍ରାପ୍ତ ସୂଚନା ଆଧାରରେ ଫାୟାର ପଏଣ୍ଟକୁ ଯିବା ପରେ ଓଏଫ୍‌ଏମ୍‌ଏସ୍‌ରେ ଫଟୋ ସହିତ ସୂଚନା ଅପ୍‌ଲୋଡ୍‌ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାପ୍ତ ଏହି ସମସ୍ତ ଅଗ୍ନି ପଏଣ୍ଟଗୁଡ଼ିକରୁ ୯୫ ପ୍ରତିଶତରୁ ଅଧିକ ସ୍ଥାନର ନିରାକରଣ କରାଯାଇଛି। ପିସିସିଏଫ୍‌/ପିସିସିଏଫ (ବନ୍ୟପ୍ରାଣୀ) ଏବଂ ସମସ୍ତ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ୨୪X୭ ଘଣ୍ଟିଆ ଫରେଷ୍ଟ ଫାୟାର ସେଲ୍‌ କାର୍ଯ୍ୟ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!