Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୩ ବର୍ଷ ପରେ ବି ରାଜ୍ୟରେ ପ୍ରତିଷ୍ଠା ହୋଇପାରୁନି ନାଇପର୍

by ସଞ୍ଜୟ ସ୍ୱାଇଁ
May 26, 2025
in State
୧୩ ବର୍ଷ ପରେ ବି ରାଜ୍ୟରେ ପ୍ରତିଷ୍ଠା ହୋଇପାରୁନି ନାଇପର୍
55
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ଦେଶର ୭ଟି ରାଜ୍ୟରେ ରହିଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ନାଇପର । କୋଭିଡ୍ ସମୟରେ ଅନ୍ୟ ସମସ୍ତ ଶିଳ୍ପ ଅବସ୍ଥା ମାନ୍ଦା ଥିବା ବେଳେ ଔଷଧ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟିଥିଲା । ସେବେଠୁ ଦିନକୁ ଦିନ ଔଷଧ ଓ ଔଷଧଜନିତ ଗବେଷଣା ବଢ଼ିଥିବା ବେଳେ ଓଡ଼ିଶାରେ କିନ୍ତୁ ନାଇପର୍ ପ୍ରତିଷ୍ଠା ହୋଇପାରିନି । ତେବେ ଓଡ଼ିଶାରେ ନାଇପର୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଚାହୁଁଥିବା ୨୦୧୨ ମେ ୨୧ରେ ତତ୍କାଳୀନ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ । ଏପରିକି ରାଜ୍ୟ ସରକାର ଜମି ଯୋଗାଇ ଦେଲେ ତାହା ସମ୍ଭବ ହୋଇପାରିବ ବୋଲି ଶ୍ରୀ ଜେନା ରାଜ୍ୟବାସୀଙ୍କୁ ସ୍ୱପ୍ନ ଦେଖାଇଥିଲେ । ଏ ନେଇ ସେ ଯୋଜନା ଆୟୋଗ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତେବେ ୧୩ ବର୍ଷ ପରେ ବି ରାଜ୍ୟରେ ପ୍ରତିଷ୍ଠା ହୋଇପାରୁନି ନାଇପର୍ । ଅପରପକ୍ଷେ ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ନାଇପର୍ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ଚିଠି ଲେଖିଥିଲେ । ଭାରତ ବାୟାଟେକ୍ ଓଡିଶାରେ ତାର ଟିକା ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା କରୁଛି । ତେଣୁ ଓଡ଼ିଶାରେ ନାଇପର ହେଲେ ରାଜ୍ୟରେ ଫାର୍ମା ଶିଳ୍ପ ପାଇଁ ତାଲିମପ୍ରାପ୍ତ ବ୍ୟକ୍ତି ବାହାରି ପାରିବେ ବୋଲି ଯୁକ୍ତି ବାଢିଥିଲେ ଧର୍ମେନ୍ଦ୍ର । ରାଜ୍ୟରେ ଔଷଧ ଓ ଟିକା ସଂକ୍ରାନ୍ତରେ ଗବେଷଣା ବଢ଼ିବା ସହ ଛାତ୍ର ଓ ଗବେଷକଙ୍କ ସଂଖ୍ୟା ବଢିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଓଡିଶାରେ ନାଇପର୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ଼ାଙ୍କୁ ଅନୁରୋଧ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୬ ଏପ୍ରିଲ ୮ରେ ଏ ନେଇ କେନ୍ଦ୍ରକୁ ଚିଠି ଲେଖିଥିଲେ । ଓଡ଼ିଶାରେ ନାଇପର୍ ପ୍ରତିଷ୍ଠା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଏପରିକି କ୍ୟାମ୍ପସ୍ ପ୍ରତିଷ୍ଠା ପାଇଁ ଜାଗା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ନୂଆ ଓଡ଼ିଶା ଫାର୍ମାସୀ ନୀତି ମଧ୍ୟ ଆଣିଥିଲେ । ହେଲେ ଏ ପର୍ଯ୍ୟନ୍ତ ନାଇପର ପ୍ରତିଷ୍ଠା ହୋଇପାରିନି । ଅନ୍ୟପକ୍ଷରେ ନାଇପର୍ ପ୍ରତିଷ୍ଠାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଦାବି ଉଠିଲାଣି । ସମ୍ବଲପୁରରେ ପ୍ରତିଷ୍ଠା ହେଉ ବୋଲି ସ୍ଥାନୀୟ ଜନସାଧାରଣ ଓ ନେତା ଦାବି କରୁଥିବାବେଳେ ବ୍ରହ୍ମପୁରରେ ଏହି ଦାବି ଅଧିକ ଜୋର ଧରିଛି । ‘ଏକତ୍ର ବାଲେଶ୍ୱର’ ପକ୍ଷରୁ ସେଠାରେ ନାଇପର୍ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି । ବ୍ରହ୍ମପୁରରେ ଆଇଜର୍, ସମ୍ବଲପୁରରେ ଆଇଆଇଏମ୍ ଓ ଜଟଣୀରେ ନାଇଜର୍ ଥିବାରୁ ବାଲେଶ୍ୱରକୁ ନାଇପର୍ ଦିଆଯାଉ ବୋଲି ‘ଏକତ୍ର ବାଲେଶ୍ୱର’ର ଆବାହକ ସରୋଜ ଦାଶ ଦାବି କରିଛନ୍ତି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!