Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୪ ଦାଦନ ଶ୍ରମିକଙ୍କୁ କେସିଙ୍ଗା ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
May 26, 2025
in State
୨୪ ଦାଦନ ଶ୍ରମିକଙ୍କୁ କେସିଙ୍ଗା ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର
24
VIEWS
Share on FacebookShare on Twitter

କେସିଙ୍ଗା, (ବାଘୁଆବାର୍ତ୍ତା): କଳାହାଣ୍ଡି ତଥା ପଶ୍ଚିମ ଓଡ଼ିଶାରୁ ପ୍ରତି ଦିନ ଟ୍ରେନ୍ ଯୋଗେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇ ହଇରାଣ ହରକତ ହେଉଥିବା ଦେଖାଯାଇଥିଲା। କଳାହାଣ୍ଡି ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରା କେସିଙ୍ଗା ରେଳ ଷ୍ଟେଶନରୁ ରବିବାର ସନ୍ଧ୍ୟାରେ ଉଦ୍ଧାର କରିଛି। ପରିବାର ଗୁଜୁରାଣ ପାଇଁ କେତେ ଆଶା ରଖି ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ପରିବାର ପ୍ରତି ପୋଷଣ ଆଶା ରଖି ଦଲାଲ କବଜାରେ ପଡ଼ି ଅଗ୍ରୀମ ବାବଦକୁ ମୋଟା ଅଙ୍କରେ ଶ୍ରମିକମାନେ ଦଲାଲଠାରୁ ନେଇଥାଆନ୍ତ। କରଜ ଶୁଝିବା ପାଇଁ ଦଲାଲ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ ଇତ୍ୟାଦି ବାହାର ରାଜ୍ୟକୁ ନେଇଥାଏ। କଳାହାଣ୍ଡି ଜିଲାର ୧୩ଟି ବ୍ଲକରୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକମାନେ ଦାଦନ ଖଟିବାକୁ ସପରିବାର ସହିତ ବିଭିନ୍ନ ପ୍ରଦେଶକୁ ଯାଇଥାନ୍ତି। ସେହିଭଳି ବଲାଙ୍ଗୀର ଜିଲାରୁ ମଧ୍ୟ ଦୈନିକ ଟ୍ରେନ୍ ଯୋଗେ ବାହାର ରାଜ୍ୟକୁ ଯାଉଛନ୍ତି। କିଛି ଦିନ ଭଲରେ କାମ କରିବା ପରେ ଦାଦନ ଶ୍ରମିକଙ୍କୁ ମାଲିକ ଓ ଦଲାଲମାନେ ନିର୍ଯାତନା ଦେଇ ମାଡ଼ ମାରି କାମ କରାଇଥାନ୍ତି। କିଏ ଯଦି ଏହି ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କଲେ ବେଳେବେଳେ ତାଙ୍କର ଜୀବନ ମଧ୍ୟ ଚାଲିଯିବାର ମଧ୍ୟ ନଜରକୁ ଆସିଛି। ଶ୍ରମିକଙ୍କ କାମର ଉଚିତ ମୂଲ୍ୟ ନ ମିଳିବାରୁ ଏବେ ମଧ୍ୟ ବାହାର ରାଜ୍ୟରେ ଜିଲାର ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକମାନେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସେହିଭଳି ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ କେସିଙ୍ଗା, ଜୁନାଗଡ଼ ଓ ମ. ରାମପୁର ବ୍ଲକର ୨୪ ଜଣ ଦାଦନ ବହୁ ନିର୍ଯାତନା ଦେବା ସହ ମାଡ଼ ମାରି ହଇରାଣ ହରକତ କରି ଖାଇବା ପିଇବା ପାଇଁ ଠିକ୍ ଭାବେ ଦିଆ ଯାଉ ନ ଥିଲା। ଶ୍ରମିକମାନେ ବହୁ କଷ୍ଟ ଅନୁଭବ କଲା ପରେ ପରିବାର ଲୋକଙ୍କୁ ଏହି ସବୁ ଦୁଃଖ ଯନ୍ତ୍ରଣା ଜଣାଇଲା ପରେ ପରିବାର ବର୍ଗ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲା ଶ୍ରମ ବିଭାଗ ସେଠାକାର ଜିଲା ପ୍ରଶାସନଙ୍କ ସହ ଯୋଗାଯୋଗ କରି ୨୪ ଜଣ ଦାଦନ ଶ୍ରମିକଙ୍କୁ ଫେରାଇ ଦେବା ପାଇଁ ଚିଠି ଲେଖିଥିଲେ। ଶ୍ରମିକମାନେ ଏରନାକୁଲମ୍ ଏକ୍ସପ୍ରେସରେ ୨୪ ଜଣ ଦାଦନକୁ କେସିଙ୍ଗା ରେଳ ଷ୍ଟେଶନଠାରେ ଗତକାଲି ସନ୍ଧ୍ୟାରେ ପହଞ୍ଚିବା ପରେ ଜିଲା ଶ୍ରମ ଅଧିକାରୀ ଜିତାମ ମାଝୀ ସମସ୍ତଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କ ନାମ ଗ୍ରାମ ଠିକଣା ନୋଟ୍ କରିଥିଲେ। ଦାଦନଶ୍ରମିକଙ୍କୁ ଜଳପାନର ବ୍ୟବସ୍ଥା କରି ନିଜନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟକ୍ରମରେ ଶ୍ରମବାହିନୀ ସଭାପତି ଝସକେତନ ବାଗ, ବିଏସ୍ସିଏସ୍ଡବ୍ଲ୍ୟୁ ୟୁନିଅନର ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ରେଳବାଇ ପୋଲିସ ଉପସ୍ଥିତ ରହି ସହଯୋଗ କରିଥିଲେ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!