Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୨ ତୁମ୍ବରେ ୬୭୨ ଅର ଫିଟିଂ ଶେଷ

by ସଞ୍ଜୟ ସ୍ୱାଇଁ
May 26, 2025
in State
୪୨ ତୁମ୍ବରେ ୬୭୨ ଅର ଫିଟିଂ ଶେଷ
11
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ତିନି ରଥର ୪୨ ତୁମ୍ବ(ଚକର ମଝି ଅଂଶ)ରେ ୬୭୨ ଅର(ସ୍ପୋକ୍) ଫିଟିଂ କାର୍ଯ୍ୟ ରବିବାର ଶେଷ ହୋଇଛି । ଯନ୍ତାଗାଡ଼ରେ ପଡ଼ି ଶେଷ ତିନୋଟି ଚକର ସିଙ୍ଗଡ଼ା(ତୁମ୍ବ ସଂଯୁକ୍ତ ଅର) ପ୍ରସ୍ତୁତ କରିଛନ୍ତି ଭୋଇ ସେବକ । ତିନିଟି ତୁମ୍ବରେ ୪୮ ଟି ଅର ଭୁଞ୍ଜାଯାଇ ତିନି ସିଙ୍ଗଡ଼ା ପ୍ରସ୍ତୁତ ହୋଇଛି । ସେଥିରେ ଅର କଣ୍ଟା ପିଟା ସରିଛି । ଏଥିସହ ରଥ ଖଳାରେ ଚଉତାରେ ବିନ୍ଧ ଅନୁକୂଳ କରାଯାଇଛି। ମୁଖ୍ୟ ବିଶ୍ୱକର୍ମା ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ଚଉତା(ଭୂଇଁର ଅଂଶ) କାଠରେ ଖୋଦେଇ ଆରମ୍ଭ କରିବା ପରେ ନିପୁଣ କାରିଗରମାନେ ବିନ୍ଧ ଖୋଦେଇ କରୁଛନ୍ତି । ରବିବାର ଝିପି ଝିପି ବର୍ଷାକୁ ଖାତିର ନକରି ରଥ କାର୍ଯ୍ୟ ଜାରି ରଖିଥିଲେ ନିର୍ମାଣକାରୀ । ରଥତ୍ରୟର ଶେଷ ଚକ ଏକା ସମୟରେ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ସିଙ୍ଗଡ଼ା ବାଡ଼ିଆ ଆରମ୍ଭରେ ଅନୁକୂଳ ଭଳି ଶେଷ ସିଙ୍ଗଡ଼ା ୩ଟି ପ୍ରସ୍ତୁତି ପୂର୍ବରୁ ମଧ୍ୟ ଅନୁକୂଳ ହୋଇଥାଏ । ମା’ଚର୍ଚ୍ଚିକା ଠାକୁରାଣୀଙ୍କୁ ପୂଜା ପରେ ସିନ୍ଦୁର ଦେଇ ଓ ଶ୍ରୀଫଳ ବାଡ଼େଇ ଶେଷ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟର ଶୁଭାରମ୍ଭ ହେଲା । ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥର କାର୍ଯ୍ୟ କ୍ରମାନ୍ୱୟରେ ଅନୁଷ୍ଠିତ ହୋଇଥିଲା । ଏହାପରେ ରଥ ଖଳାରେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ାରେ ପହି ପିନ୍ଧା ଯାଇ ଏକକାଳୀନ ତିନି ରଥର ଶେଷ ଚକ ସରିବ । ଏହାପରେ ଅଖ କାର୍ଯ୍ୟ ଆରମ୍ଭ ହେବ । ରଥ ଖଳାରେ ଜାରି ରହିଛି ଚଉଦାନାହାକା ହଣା କାର୍ଯ୍ୟ । ରୂପକାର, କରତି ଓ କମାର ସେବକ ନିଜ ନିଜ କାର୍ଯ୍ୟରେ ଲାଗିଛନ୍ତି । ରଥ ଅମିନ ତିନି ଖଳାକୁ କାଠ ଯୋଗାଡ଼ିବା ଦେବାରେ ବ୍ୟସ୍ତ । ମୁଖ୍ୟ ବିଶ୍ୱକର୍ମାଙ୍କ ପରାମର୍ଶ ଅନୁସାରେ ଚାଲିଛି ରଥ ନିର୍ମାଣ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!