Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଅବ୍ୟକ୍ତ’ ଭାସ୍କର୍ଯ୍ୟ କଳା ଶିବିର ଉଦଯାପିତ

by ସଞ୍ଜୟ ସ୍ୱାଇଁ
May 25, 2025
in Nayagarh, State
‘ଅବ୍ୟକ୍ତ’ ଭାସ୍କର୍ଯ୍ୟ କଳା ଶିବିର ଉଦଯାପିତ
233
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଓ ଦି ଷ୍ଟୋନ ୱାଲ ଆନୁକୁଲ୍ୟରେ ‘ଅବ୍ୟକ୍ତ’ ଏକ ଭାସ୍କର୍ଯ୍ୟ କଳା ଶିବିର ନୟାଗଡ ସ୍ଥିତ ଦି ଷ୍ଟୋନ ୱାଲ ଷ୍ଟୁଡିଓରେ ଉଦଯାପିତ ହୋଇଯାଇଛି । ଉଦ୍ୟାପନ ଉତ୍ସବରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଏବଂ ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଉପସ୍ଥିତ ରହି ଶିବିରରେ ଭାଗ ନେଇଥିବା କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଅଧ୍ୟାପକ ବିଶ୍ବ ରଞ୍ଜନ କର, ମନୋରଞ୍ଜନ ଦାସ, ପ୍ରଶାନ୍ତ କୁମାର ମିଶ୍ର ଓ ୧୨ ଜଣ ଛାତ୍ରଛାତ୍ରୀ ଯଥା ଅମରେଶ ଦାସ, ସ୍ଵାତୀ ସାଗରିକା ଜାଣ୍ଡି, ଶୁଭଲକ୍ଷ୍ମୀ ରାଉତ, ସ୍ମୃତି ରଞ୍ଜନ ସ୍ବାଇଁ, ସନ୍ତୋଷ ଦାସ, ପୂଜାରାଣୀ ଦାସ, ଶୁଭଦୀପ ମହାରଣା , ହିମାଂଶୁ ଭୋଇ,ଏସ. ଶିବା, ରୁଦ୍ର ନାରାୟଣ ବେହେରା, ସଞ୍ଜୟ କୁମାର ସାହୁ ଓ ତ୍ରିଲୋଚନ ମହାରଣାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶିବିରର ପରିଚାଳକ ଗୋପାଳ କୃଷ୍ଣ ରଥ ଅତିଥିଙ୍କର ପରିଚୟ ପ୍ରଦାନ କରି ସ୍ଵାଗତ ଭାଷଣ କରିଥିଲେ। ଓଡ଼ିଶା ଓଡିଶା ମଡର୍ନ ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ଓ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ତାରକାନ୍ତ ପରିଡ଼ା ୧୦ ଦିନ ଧରି ଚାଲିଥିବା ଏହି ଭାସ୍କର୍ଯ୍ୟ ଶିବିରର ଅନୁଭୂତିକୁ ପ୍ରତିପାଦନ କରିବା ସହିତ ସମସ୍ତ ଜନସାଧାରଣ ଓ କଳା ପ୍ରେମୀଙ୍କର ସହଯୋଗରେ ଏହି କାର‌୍ୟ୍ୟକ୍ରମଟି ବହୁ ଉଚ୍ଚ କୋଟିର ହୋଇପାରିଛି ବୋଲି କହିଥିଲେ । ଓଡିଶା ମଡର୍ନ ଆର୍ଟ ଗ୍ୟାଲେରୀ କର୍ମକର୍ତ୍ତା ସୁବ୍ରତ ମହାନ୍ତି କଲେଜର ଅଧ୍ୟାପିକା ସ୍ଵର୍ଣ୍ଣଲତା ଶତପଥୀ, ଅର୍ଦ୍ଧେନ୍ଦୁ କୁମାର ମାଝି, ବସେନ ତୁଡୁ, ଦୁଷ୍ମନ୍ତ କୁମାର ମୁଖୀ ଓ ଅନିତା ସାହୁ ଏବଂ ନଯାଗଡର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସମସ୍ତ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଅଧ୍ୟାପକ ରଘୁନାଥ ସାହୁଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!