ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଯାତ୍ରା କମିଟି ସୁରକ୍ଷା ମଞ୍ଚ ଓ ଯାତ୍ରା ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଦୁଇ କମିଟିଙ୍କ ମଧ୍ୟରେ ଚାଲିଛି ବୈଠକ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବାର ସୂଚନା ମିଳିଛି । ଖବର ଅନୁଯାୟୀ, ରବିବାର ଦିନ ମଧ୍ୟାହ୍ନ ସମୟରେ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ କାଫେରେ ଯାତ୍ରା କମିଟି ସୁରକ୍ଷା ମଞ୍ଚ ଏବଂ ଯାତ୍ରା ମାଲିକ ସଂଘ ମଧ୍ୟରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଉଭୟ କମିଟିରେ ସଦସ୍ୟ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ନେଇ ଆଲୋଚନା ହେଉଛି । ଏହାସହ ଯାତ୍ରାର ଟିକେଟ ଦର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ ନେଇ ମଧ୍ୟ ଆଲୋଚନା କରାଯାଉଛି । ସେହିପରି ଯାତ୍ରାରେ କିପରି ବଳିଷ୍ଠ କାହାଣୀ ଆସିବ, ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଯାତ୍ରା ପାର୍ଟିରେ ବୁକିଂ ପାଇଁ ସର୍ବନିର୍ମ ଓ ସର୍ବାଧିକ ଦର ଧାର୍ଯ୍ୟ କରିବା ଭଳି ପ୍ରସ୍ତାବ ଆସିପାରେ ।






