Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟୁତ୍ ଟାରିଫ୍ ଓଡ଼ିଶାରେ ଅଧିକ

by ସଞ୍ଜୟ ସ୍ୱାଇଁ
May 25, 2025
in State
ବିଦ୍ୟୁତ୍ ଟାରିଫ୍ ଓଡ଼ିଶାରେ ଅଧିକ
46
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ୨୦୨୦-୨୧ରେ ଟାଟା ପାୱାର କମ୍ପାନି ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିଲା। ୫ ବର୍ଷ ଅତିବାହିତ ହୋଇ ଯାଇଥିଲେ ବି ମୂଳଲକ୍ଷ୍ୟକୁ ପୂରଣ କରିବା ପାଇଁ ଟାଟା ପାୱାର ଯେଉଁ ଟାରିଫ୍ ନୀତି ଗ୍ରହଣ କରିଛି, ସେ ଦୃଷ୍ଟିରୁ ଆସନ୍ତାଦିନରେ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଟାଟା କମ୍ପାନିର ଏହି ନିଷ୍ପତ୍ତି ପ୍ରତିବାଦରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଦରଖାସ୍ତ ଦାଖଲ କରିବ‌ା ସହିତ ଟାଟା ସହ ସମସ୍ତ ଅଂଶୀଦାରମାନଙ୍କୁ ତା’ର ନକଲ ପଠାଇଥିଲେ। ଟାଟାର ଟାରିଫ୍ ପରାମର୍ଶଦାତା ପରିବର୍ତ୍ତନ ଆବଶ୍ୟକ ଥିବା ଦର୍ଶାଇ ଆୟୋଗଙ୍କୁ ଏହା ଉପରେ ଏକ ନିର୍ଦ୍ଦେଶନାମ‌ା ଜାରି କରିବା ପାଇଁ ଦାବି କରିଥିଲେ। ଆୟୋଗ ଆସନ୍ତା ଜୁନ୍ ୩ରେ ଏହାର ଜନଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏପରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଦାଖଲର ଦୁଇଦିନ ପରେ ଟାଟା ପାୱାର କମ୍ପାନିର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରବୀର ସିହ୍ନା ତ୍ୱରିତ ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛନ୍ତି। କମ୍ପାନି ଜାରି କରିଥିବା ନିର୍ଦ୍ଦେଶ ଅନୁସାରେ ଟାଟା ପାୱାର ମୁଖ୍ୟ ଶ୍ରୀ ସିହ୍ନା ଏବେ ଟାଟା ବିତରଣ ଓ ପରିବହନ ବିଭାଗର ମୁଖ୍ୟ ରହିବେ। ଓଡ଼ିଶାରେ ବିଦ୍ୟୁତ୍ ବିତରଣ କମ୍ପାନିଗୁଡ଼ିକର ସୁପରିଚାଳନା ପାଇଁ ଟାଟା ଉତ୍ତର ଓଡ଼ିଶା ବିତରଣ କମ୍ପାନିର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଦ୍ୱିଜଦାସ ବସାକଙ୍କୁ ଓଡ଼ିଶା ବିଦ୍ୟୁତ୍ ବିତରଣର ପ୍ରମୁଖ ପରିଚାଳକ ଭାବେ ନିଯୁକ୍ତ କରାଯାଇଛି। ଏଭଳି ପରିବର୍ତ୍ତନକୁ ଶକ୍ତି ସମୀକ୍ଷକ ଶ୍ରୀ ମହାପାତ୍ର ସ୍ବାଗତ କରିବା ସହ କିଛି ନୈତିକ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ଗୁଜୁରାଟଠାରୁ ତାମିଲନାଡ଼ୁ ପର୍ଯ୍ୟନ୍ତ ଭାରତର ସମସ୍ତ ବିକଶିତ ରାଜ୍ୟ କେନ୍ଦ୍ର ସରକାରଙ୍କ ଅକ୍ଷୟଶକ୍ତି ମନ୍ତ୍ରଣାଳୟ ପ୍ରଣୀତ କରିଥିବା ‘କୁସୁମ-ଏ ଅକ୍ଷୟଶକ୍ତି’ ଯୋଜନା ବଦଳରେ ‘କୁସୁମ-ବି ଓ ସି’ ଯୋଜନାକୁ ଆପଣାଇଛନ୍ତି। ଅଥଚ ଓଡ଼ିଶାରେ ଟାଟା ପାୱାର ଏହାକୁ ଅଗ୍ରାଧିକାର ଦେଇନାହାନ୍ତି। କେନ୍ଦ୍ର ଅକ୍ଷୟଶକ୍ତି ମନ୍ତ୍ରଣାଳୟ ଓଡ଼ିଶାକୁ ‘କୁସୁମ-ଏ’ ଯୋଜନାରେ ପୂର୍ବରୁ ମଞ୍ଜୁର ହୋଇଥିବା ୫୦୦ ମେଗାୱାଟ୍ ପ୍ରକଳ୍ପ କ୍ଷମତାକୁ କମ କରି ୪୦ ମେଗାୱାଟ୍ କରିଥିବା ବେଳେ କାହିଁକି ଏହି ଯୋଜନାରେ ଅତିରିକ୍ତ ୧୫୦ ମେଗାୱାଟ୍ ମଗାଯାଉଛି? ପୂର୍ବ ନିର୍ଦ୍ଧାରିତ ୟୁନିଟ୍ ପିଛା ୩ ଟଙ୍କା ୮ ପଇସା ଟାରିଫ୍କୁ ବୃଦ୍ଧି କରି ୩ ଟଙ୍କା ୩୩ ପଇସା କରିବାକୁ ଯେତେବେଳେ ୨୦୨୩ରେ ‘ଓରିଡା’ ନିବେଦନ କରିଥିଲା, ତାହାକୁ ଟାଟା ପାୱାର ବିରୋଧ କରିଥିଲା। ସରକାରଙ୍କଠାରୁ ସ୍ୱୀକୃତି ପାଇଲା ପରେ ଟାଟା କର୍ତ୍ତୃପକ୍ଷ ୟୁନିଟ୍ ପିଛା ୪ ଟଙ୍କା ୪୦ ପଇସା ଟାରିଫ୍ ଧାର୍ଯ୍ୟ କରିବା ପାଇଁ ନିବେଦନ କରିବାବେଳେ ତାହାକୁ ଆୟୋଗ କିପରି ଅନୁମୋଦନ କରିଦେଲେ? ଖୋଲା ବଜାରରେ ଭାରତ ସରକାରଙ୍କ ‘ସେକି’ (ସୋଲାର୍ ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ) ସୌର ଟାରିଫ୍ ୟୁନିଟ୍ ପିଛା ୩ ଟଙ୍କା ଭିତରେ ଉପଲବ୍ଧ ଥିବାବେଳେ ଟାଟା କିପରି ୟୁନିଟ୍ ପିଛା ୪ ଟଙ୍କା ୪୦ ପଇସା ଧାର୍ଯ୍ୟ କଲେ? ବିଦ୍ୟୁତ୍ ଆଇନ ଧାରା ୬୩ରେ ଥିବା ପଦ୍ଧତି ଅନୁସାରେ ସୌର ଟାରିଫ୍ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଧାରା ୬୧ରେ ଥିବା ମୂଲ୍ୟଯୁକ୍ତ ଟାରିଫ୍ ପଦ୍ଧତିକୁ ଅନୁସରଣ କରିନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!