Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେବୋତ୍ତର ବିଭାଗ ଡେପୁଟି କମିଶନରଙ୍କ ରଘୁନାଥ ମନ୍ଦିର ପରିଦର୍ଶନ

by ସଞ୍ଜୟ ସ୍ୱାଇଁ
May 25, 2025
in Nayagarh, State
ଦେବୋତ୍ତର ବିଭାଗ ଡେପୁଟି କମିଶନରଙ୍କ ରଘୁନାଥ ମନ୍ଦିର ପରିଦର୍ଶନ
222
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଆଜି ରାଜ୍ୟସରକାରଙ୍କ ଦେବୋତ୍ତର ବିଭାଗ ଡେପୁଟି କମିଶନର ଦିଲ୍ଲୀପ କୁମାର ଶତପଥୀ ସପତ୍ନୀକ ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ଶ୍ରୀ ଜୀଉଙ୍କ ଦର୍ଶନ କରିଛନ୍ତି।ମନ୍ଦିର ପରିସର ବୁଲି ଦେଖିବା ସହ ଏହାର କାରୁକାର୍ଯ୍ୟ,ନିର୍ମାଣ ଶୈଳୀର ଖୁବ ପ୍ରଶଂସା କରିଥିଲେ ଓ ମନ୍ଦିର ଇତିହାସ ସମ୍ପର୍କରେ ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ଶ୍ରୀ ଶତପଥୀଙ୍କୁ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଶ୍ରୀ ଜୀଉଙ୍କ ମନ୍ଦିର ସିଂହାସନ ରୁପା ଛାଉଣୀ ହେବା ସମ୍ପର୍କରେ ପୂଜକମାନଙ୍କ ସହ ବିଷଦ ଭାବରେ ଆଲୋଚନା କରିଥିଲେ।ଅନ୍ୟପକ୍ଷେ କାର୍ଯ୍ୟରତ ସେବାୟତମାନଙ୍କର ପ୍ରାପ୍ତ ବୃଦ୍ଧି କରିବା ନିମନ୍ତେ ସେବାୟତମାନେ ଅନୁରୋଧ କରିଥିଲେ।ଖୁବ ଶୀଘ୍ର ଏହାକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଶତପଥୀ କହିଥିଲେ।ମନ୍ଦିର ପ୍ରଶାସନ ତରଫରୁ ଶ୍ରୀ ଶତପଥୀଙ୍କୁ ଉତ୍ତରୀୟ ଓ ମହାପ୍ରଭୁଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା।ଗସ୍ତ ସମୟରେ ଦେବୋତ୍ତର ମ୍ୟାନେଜର ତାପନରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!