Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେମୁ ଟ୍ରେନ ପ୍ରଚଳନ ଏବଂ ବଗି ସଂଖ୍ୟା ବୃଦ୍ଧି କରିବା ଦାବିରେ ରେଳ ଷ୍ଟେସନରେ ନାଗରିକ ମଞ୍ଚର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

by ସଞ୍ଜୟ ସ୍ୱାଇଁ
May 25, 2025
in Nayagarh, State
ମେମୁ ଟ୍ରେନ ପ୍ରଚଳନ ଏବଂ ବଗି ସଂଖ୍ୟା ବୃଦ୍ଧି କରିବା ଦାବିରେ ରେଳ ଷ୍ଟେସନରେ ନାଗରିକ ମଞ୍ଚର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
200
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରେଳ କର୍ତ୍ତୃପକ୍ଷଙ୍କ ନୟାଗଡ଼ ଜିଲ୍ଲା ପ୍ରତି କ୍ରମାଗତ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ରେଳ ଷ୍ଟେସନ ସମ୍ମୁଖରେ ଆଜି ପୂର୍ବାହ୍ନରେ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଏବଂ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା। ଖୋଦ୍ ପୂର୍ବତଟ ରେଳ ମହା ପ୍ରବନ୍ଧକ ପରମେଶ୍ୱର ଫୁଂକୱାଲ ଗତ ମାସ ୨୧ ତାରିଖରେ ଦଶପଲ୍ଲା ଗସ୍ତ କରୁଥିବା ସମୟରେ ନାଗରିକ ମଞ୍ଚ ତାଙ୍କୁ ନୟାଗଡ଼ ଷ୍ଟେସନ ଠାରେ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲା। ସେ ମହାଶୟ ଖୁବ ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ। ମାତ୍ର ତାଙ୍କ ପ୍ରତିଶୃତି ପାଣିର ଗାର ପାଲଟିଛି। ଯେଉଁଠି ଖୋଦ ବିଭାଗୀୟ ମୁଖ୍ୟ ତାଙ୍କ ପ୍ରତିଶୃତି ରକ୍ଷା କରି ପାରୁ ନାହାନ୍ତି ସେଠାରେ ରେଳବାଇ କିପରି ଚାଲିଛି ବୋଲି ନାଗରିକ ମଞ୍ଚ ପ୍ରଶ୍ନ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଘୋଷଣା କରିଛି। ସୂଚନା ଯୋଗ୍ୟ ବାରମ୍ବାର ଦାବି ପରେ ଗତ ଜାନୁଆରୀ ମାସରୁ ଦଶପଲ୍ଲା-ପୁରୀ ପାସେଞ୍ଜର ଟ୍ରେନକୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା ପାଇଁ ପୂର୍ବତଟ ରେଳ ପକ୍ଷରୁ ନଭେମ୍ବର ୧୪ ତାରିଖ ୨୦୨୪ ମସିହାରେ ଚିଠି ନଂ-୪୭୫ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ତେବେ ଏହା ମଧ୍ୟରେ ୫ ମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ମେମୁ ଟ୍ରେନ ଚାଲିଲା ନାହିଁ। ନୟାଗଡ଼ ଜିଲ୍ଲାରେ ରେଳ ସେବା ଆରମ୍ଭ ହେବାର ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ ପାରିଲେ ନାହିଁ । କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ, ଉଚ୍ଚଶିକ୍ଷା,ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ରାଜ୍ୟ ବହାରକୁ ଯଥା କୋଲକତା,ବେଙ୍ଗାଲୁରୁ,ବିଶାଖାପାଟଣା,ମୁମ୍ବାଇ ଆଦି ସ୍ଥାନକୁ ଯାଇଥାନ୍ତି । ମୁଖ୍ୟତଃ ଜିଲ୍ଲାର ଅଧିକାଂଶ ଅଧିବାସୀ ବ୍ୟବସାୟ ପାଇଁ କୋଲକତା ତଥା ଉଚ୍ଚଶିକ୍ଷା ଏବଂ ଚାକିରୀ ପାଇଁ ବେଙ୍ଗାଲୁରୁ ଉପରେ ନିର୍ଭର କରିଥାନ୍ତି । ତେବେ ନୟାଗଡ଼ରୁ ଏହି ସବୁ ସ୍ଥାନ ଗୁଡ଼ିକ ସହିତ ସିଧାସଳଖ ରେଳ ସଂଯୋଗ ନଥିବାରୁ ବ୍ୟବସାୟୀ ଏବଂ ଶିକ୍ଷାର୍ଥୀମାନେ ନାନା ଭାବରେ ହଇରାଣ ହୋଇଥାନ୍ତି । ତେଣୁ ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ତୁରନ୍ତ ରେଳ ସଂଯୋଗ କରାଯିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦାବି କରାଯାଇଛି । ସେହିପରି ଅଧିକାଂଶ ଜିଲ୍ଲାବାସୀ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଏବଂ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟ ଉପରେ ନିର୍ଭର କରୁଥିବାରୁ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ(ନଂ ୧୮୪୨୩/୧୮୪୨୪)କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ(ନଂ ୬୮୪୪୯/୫୦)କୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା,ବିର୍ତ୍ତମାନ ଦିନକୁ ଦିନ ରେଳଯାତ୍ରୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା, ରେଳ ଷ୍ଟେସନରେ ଆଉ ଏକ ଟିକେଟ କାଉଣ୍ଟର ଖୋଲିବା କିମ୍ବା ନୂତନ କରି ସ୍ଥାପିତ ହୋଇଥିବା ଟିକେଟ ଭେଣ୍ଡିଂ ମେସିନରେ କର୍ମଚାରୀ ନିଯୁକ୍ତି କରିବା,ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଅଧିକ ପାସେଞ୍ଜର ଟ୍ରେନ ଚଳାଚଳ କରିବା ତଥା ନୟାଗଡ଼ ଟାଉନ ଷ୍ଟେସନ ପରିସର ଏବଂ ଏହାର ପରିବେଶ ସଫା ସୁତୁରା ରଖିବା ଆଦି ଦାବି କରାଯାଇ ଲିଖିତ ଦାବିପତ୍ର ଗତମାସ ୧୬ ତାରିଖରେ ପୂର୍ବତଟ ରେଳପଥ ସାଧାରଣ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିବା ବେଳେ ରେଜିଷ୍ଟର ଡାକ ଯୋଗେ ମଧ୍ୟ ପଠା ଯାଇଥିଲା । ତେବେ ଦୀର୍ଘ ଏକମାସରୁ ଉର୍ଦ୍ଧ୍ଵ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ବାଧ୍ୟ ହୋଇ ଆଜି ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଷ୍ଟେସନ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ବରିଷ୍ଠ ସଦସ୍ୟ ବସନ୍ତ କୁମାର ମିଶ୍ର,ସୁରେନ୍ଦ୍ର ନାଥ ମହାପାତ୍ର,ପୂର୍ଣଚନ୍ଦ୍ର ଶତପଥୀ,ତ୍ରିନାଥ ସାହୁ, ଲକ୍ଷ୍ମୀଧର ମହାପାତ୍ର, କୈଳାସ ରଥ,ଡ. ମାନସ ରଞ୍ଜନ ଶତପଥୀ,ପ୍ରଦ୍ୟୁମ୍ନ ନନ୍ଦ, ପ୍ରଦୀପ୍ତ କୁମାର ପାତ୍ର,ପ୍ରଦୀପ କୁମାର ଡାକୁଆ,ଭିକାରି ଚରଣ ଦାସ,ଅଜିତ କୁମାର ମିଶ୍ର,ଶେଖ ଅବଦୁଲ ଆହାଦ,ଶିବରଞ୍ଜନ ସାହୁ, ଅମ୍ଲାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତି ପ୍ରକାଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!