Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେରଳ ଭଳି ଓଡ଼ିଶାକୁ ବି ଆଗୁଆ ଆସିବ ମୌସୁମୀ

by ସଞ୍ଜୟ ସ୍ୱାଇଁ
May 25, 2025
in State
କେରଳ ଭଳି ଓଡ଼ିଶାକୁ ବି ଆଗୁଆ ଆସିବ ମୌସୁମୀ
77
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ୱାଭାବିକ ସମୟଠାରୁ ୮ ଦିନ ଆଗୁଆ କେରଳରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏପଟେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି । ଚାରିଆଡ଼େ ମେଘୁଆ ବାଦଲ, କେଉଁଠି ଝିପିଝିପି, ଆଉ କେଉଁଠି ଅସରାଏ ଲେଖାଏଁ ବର୍ଷା । ଅନୁମାନ କରାଯାଉଛି, କେରଳ ଭଳି ଓଡ଼ିଶାକୁ ମଧ୍ୟ ଆଗୁଆ ଆସିବ ମୌସୁମୀ । ପ୍ରାୟ ଦୁଇ ସପ୍ତାହ ଆଗୁଆ ମୌସୁମୀ ଓଡ଼ିଶା ଛୁଇଁପାରେ, ଏଇ ମାସ ଶେଷ ସୁଦ୍ଧା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ହିଁ ମୌସୁମୀକୁ ଟାଣି ଆଣିବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ରାଜ୍ୟରେ ଏବେ ଝିପିଝିପି ବର୍ଷା ଲାଗି ରହିବ । ଆସନ୍ତା ୨୬ କିମ୍ବା ୨୭ରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୨୭ ତାରିଖ ଅପରାହ୍ନରୁ ବର୍ଷା ତୀବ୍ରତା ବଢ଼ିବ । ଆସନ୍ତା ୩୦ ରାତ୍ରି ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ । ଆସନ୍ତା ୨୮ ଓ ୨୯ ତାରିଖରେ ଉପକୂଳ ଅଞ୍ଚଳ ସମେତ ଅନ୍ୟ କେତେକ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଅଧିକ ରହିପାରେ । ଏହି ଲଘୁଚାପଜନିତ ବର୍ଷା ଭିତରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିପାରେ, ଆସନ୍ତା ୨୮ କିମ୍ବା ୨୯ ତାରିଖ ବେଳକୁ । ଅର୍ଥାତ୍ ସ୍ୱାଭାବିକ ସମୟ ଜୁନ୍ ୧୨ ତାରିଖଠାରୁ ପ୍ରାୟ ଦୁଇ ସପ୍ତାହ ଆଗୁଆ ଆସିପାରେ । ୨୦୦୯ରେ ୨୫ ମେ’ ଓ ୧୯୯୯ରେ ୨୮ ମେ’ରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଘୋଷଣା କରିଛି, ମୌସୁମୀ ଆଜି କେରଳ ଛୁଇଁଛି । ସ୍ୱାଭାବିକ ସମୟ (ଜୁନ୍ ୧) ଠାରୁ ପ୍ରାୟ ସପ୍ତାହେ ଆଗରୁ । ଗତବର୍ଷ ଆସିଥିଲା ମେ’ ୩୦ ତାରିଖରେ । ଗତ ୧୬ ବର୍ଷ ଭିତରେ ଚଳିତବର୍ଷ ମୌସୁମୀ ଅତି ଶୀଘ୍ର ଆସିଛି । ଏହା ପୂର୍ବରୁ ୨୦୦୯ରେ ୨୩ ମେ’ରେ ମୌସୁମୀ କେରଳ ପହଞ୍ଚିଥିଲା, ଯାହାକି ୯ ଦିନ ଆଗୁଆ ଥିଲା ।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଏଭଳି ପାଗ ବର୍ତ୍ତମାନ ଜାରି ରହିବ । ୨୭ରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ଅଛି । ଏହା ପ୍ରଭାବରେ ବର୍ଷା ଆହୁରି ବଢ଼ିପାରେ । ପୂର୍ବାନୁମାନ ହେଲା, ରବିବାର (୨୫ ତାରିଖ) ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଓ ଉତ୍ତର ଓଡ଼ିଶାର ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା, ୩୦-୪୦ କିମି ବେଗରେ ପବନ, ବଜ୍ରପାତ ହୋଇପାରେ । ମାଲକାନଗିରି, ବାଲେଶ୍ୱର, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳରେ ବି ବଜ୍ରପାତ, ପବନ ଆଶଙ୍କା ଅଛି । ବର୍ତ୍ତମାନ ଏଭଳି କାଳବୈଶାଖୀ ବର୍ଷା ଲାଗି ରହିବ । ୨୮, ୨୯ ଓ ୩୦ରେ ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ହୋଇପାରେ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ଲଘୁଚାପ ସମ୍ଭାବନା ଅଛି । ମାତ୍ର ବାତ୍ୟାର କୌଣସି ସମ୍ଭାବନା ନାହିଁ । ତେଣୁ ଏଭଳି ଗୁଜବରେ ବିଶ୍ୱାସ କରି ଅଯଥାରେ ଆତଙ୍କିତ ହୁଅନ୍ତୁ ନାହିଁ । ରାଜ୍ୟରେ ବର୍ଷା ଯୋଗୁ ତାତି ପୂରା ଛୁ’ ହୋଇଯାଇଛି । ପ୍ରାୟତଃ ତାପମାତ୍ରା ୩୧-୩୩ ଡିଗ୍ରୀ ଭିତରେ ଅଛି । ବାଲେଶ୍ୱର, ଚାନ୍ଦବାଲି, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୋନପୁର, ବଲାଙ୍ଗିର, ଝାରସୁଗୁଡ଼ା, ପାରାଦୀପରେ ହାଲୁକା ବର୍ଷା ହୋଇଛି । ବର୍ତ୍ତମାନ ତାତିରୁ ଆଶ୍ୱସ୍ତି ମିଳିଛି । ସୋଆ ସିଇସି ନିର୍ଦ୍ଦେଶକ ଡ. ସାହୁ କହିଛନ୍ତି, ୩୦ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ରହିବ । ତା’ପରେ ବର୍ଷା କମିବ । ଏପରିକି ଜୁନ୍ ୨ ତାରିଖ ବେଳକୁ ପୁଣି ଗରମ ବଢ଼ିପାରେ । ଆଇଏମ୍ଡି ଅନୁସାରେ ମୌସୁମୀ ରବିବାର ସୁଦ୍ଧା ତାମିଲନାଡୁ ଓ କର୍ଣ୍ଣାଟକର କେତେକ ଅଞ୍ଚଳ ଛୁଇଁପାରେ । ଜୁନ ୪ ତାରିଖ ସୁଦ୍ଧା ଏହା କେନ୍ଦ୍ରୀୟ ଓ ପୂର୍ବ ଭାରତରେ ପ୍ରବେଶ କରିବା ସମ୍ଭାବନା ଅଛି । ଗତ ଏପ୍ରିଲରେ ଆଇଏମଡି ଆକଳନ କରିଥିଲା, ଏଥର ମୌସୁମୀ ଋତୁରେ ଏଲ୍-ନିନୋର କୌଣସି ସମ୍ଭାବନା ନାହିଁ । ଚଳିତବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଗତ ୧୫୦ ବର୍ଷ ଭିତରେ କେରଳରେ ମୌସୁମୀ ପହଞ୍ଚିବାର ତାରିଖ ଭିନ୍ନ ଭିନ୍ନ ରହିଆସିଛି । ୧୯୧୮ରେ ମୌସୁମୀ ମେ ୧୧ ତାରିଖରେ କେରଳ ପହଞ୍ଚିଥିଲା, ଯାହାକି ସର୍ବକାଳୀନ ରେକର୍ଡ । ସେହିପରି ୧୯୭୨ରେ ଜୁନ ୧୮ ତାରିଖରେ କେରଳ ଛୁଇଁଥିଲା ମୌସୁମୀ, ଯାହାକି ସବୁଠାରୁ ବିଳମ୍ବିତ ତାରିଖ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!