Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ବରରେ ଗଡ଼ିବ ହାଇଡ୍ରୋଜେନ୍ ବସ୍

by ସଞ୍ଜୟ ସ୍ୱାଇଁ
May 24, 2025
in State
ଭୁବନେଶ୍ବରରେ ଗଡ଼ିବ ହାଇଡ୍ରୋଜେନ୍ ବସ୍
60
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ବରରେ ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୩ଟି ବସ୍ ଚଳାଚଳ କରିବ । ଏନେଇ ନଗର ଉନ୍ନୟନ ବିଭାଗ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନଗର ଉନ୍ନୟନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସ୍ମାର୍ଟ ସିଟି କେନ୍ଦ୍ର ସରକାରଙ୍କ ଯୋଜନା ଥିଲା । ଏହାକୁ ଯେଉଁ ଉଦ୍ଦେଶ୍ୟ କେନ୍ଦ୍ର ସରକାର କରିଥିଲେ, ତାହା ସମ୍ପୂର୍ଣ୍ଣ ଭାବେ ସାଧିତ ହୋଇପାରି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କରିଛନ୍ତି । ତେଣୁ ସ୍ମାର୍ଟ ସିଟିକୁ କିଭଳି ପୂର୍ଣ୍ଣ ନିର୍ମାଣ କରାଯିବ, ସହରକୁ କିପରି ସୌନ୍ଦର୍ଯ୍ୟକରଣ କରାଯିବ, ସହର କିପରି ବିକଶିତ ହେବ, ତା’କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁଭବ କରିଛନ୍ତି । ଏହାକୁ ନେଇ ଏକ ବୈଠକ ଅନୁଷ୍ଠିତ କରି ଯୋଜନା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ଏହାଛଡ଼ା ସ୍ମାର୍ଟ ସିଟିରେ ପ୍ରଦୂଷଣକୁ ରୋକିବା ପାଇଁ ଯୋଜନା ହୋଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ତିନୋଟି ହାଇଡ୍ରୋଜେନ୍ ବସ୍ ପରୀକ୍ଷାମୂଳକ ଭାବେ ଗଡ଼ିବ । ଏନେଇ ନଗର ଉନ୍ନୟନ ବିଭାଗ ସହିତ ଚୁକ୍ତି ହୋଇଛି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!