Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତର ଶ୍ରେଷ୍ଠ ୧୦ ମହିଳା ବୈଜ୍ଞାନିକଙ୍କ ମଧ୍ୟରେ ଓଡ଼ିଆ ଝିଅ

by ସଞ୍ଜୟ ସ୍ୱାଇଁ
May 24, 2025
in State
ଭାରତର ଶ୍ରେଷ୍ଠ ୧୦ ମହିଳା ବୈଜ୍ଞାନିକଙ୍କ ମଧ୍ୟରେ ଓଡ଼ିଆ ଝିଅ
60
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାରତର ଶ୍ରେଷ୍ଠ ୧୦ ମହିଳା ବୈଜ୍ଞାନିକଙ୍କ ମଧ୍ୟରେ ଓଡ଼ିଆ ଝିଅ। ବିଜ୍ଞାନ ବଳରେ କୃଷି କ୍ଷେତ୍ରରେ ଆଣିଛନ୍ତି ପରିବର୍ତ୍ତନ। ୧୦ ହଜାରରୁ ଅଧିକ ଫାର୍ମ ପରୀକ୍ଷଣର କରିଛନ୍ତି ଆୟୋଜନ । କମିକ୍ ପୁସ୍ତକ ହର୍ ଷ୍ଟୋରୀରେ ଓଡ଼ିଶାର କୃଷିବିଜ୍ଞାନୀ ଡ. ସ୍ୱାତୀ ନାୟକ । କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ଦକ୍ଷିଣ ଏସିଆରେ ଡ. କୃଷି ନାୟକଙ୍କ କୃଷି ଗବେଷଣା ଓ କୃଷି କ୍ଷେତ୍ର ପ୍ରତି ଅଙ୍ଗୀକାରବଦ୍ଧତା ବି ଉଦାହରଣ। ମାଟିରୁ ଚାଷ ଯାଏଁ.. ପାଣିରୁ ବିହନ… କୃଷି ଓ ଜଳବାୟୁ କ୍ଷେତ୍ରରେ ତାଙ୍କର ରହିଛି ଉଲ୍ଲେଖନୀୟ ଅବଦାନ। ଓଡ଼ିଆ ଝିଅ ସ୍ୱାତୀ ନାୟକ। କୃଷି କ୍ଷେତ୍ରରେ ଗବେଷଣା ତାଙ୍କୁ ଦେଇଛି ପରିଚୟ। ଡକ୍ଟର ସ୍ୱାତୀ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI)ର ଜଣେ ବୈଜ୍ଞାନିକ। ବର୍ତ୍ତମାନ ଦକ୍ଷିଣ ଏସିଆର ସିଡ୍ ଆଣ୍ଡ ପ୍ରଡକ୍ଟ ମ୍ୟାନେଜମେଣ୍ଟର ମୁଖ୍ୟ ଅଛନ୍ତି ସ୍ୱାତୀ। ସିଜିଆଇଆର ସାଇନ୍ସ ପ୍ରୋଗ୍ରାମ ଅଧୀନରେ ସିଡ ଡେଲିଭରିର ଗ୍ଲୋବାଲ କୋଡିନେଟର୍ ଭାବରେ ସେ କାର୍ଯ୍ୟ କରୁଛନ୍ତି। କୃଷି କ୍ଷେତ୍ରରେ କିଭଳି ଫସଲରେ ଜେନେଟିକ୍ ଲାଭ ପ୍ରଦାନ କରି ପ୍ରଜନନକୁ ବୃଦ୍ଧି କରାଯାଇ ପାରିବ ତା ଉପରେ କାର୍ଯ୍ୟ କରୁଛନ୍ତି କୃଷି ବିଜ୍ଞାନୀ ସ୍ୱାତୀ ନାୟକ। ଦି ସିଡ୍ ଲେଡି ଅଫ୍ ଇଣ୍ଡିଆ ଡକ୍ଟର ସ୍ୱାତୀ ନାୟକ। ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଦ୍ୱାରା ପ୍ରକାଶିତ ପ୍ରତିଷ୍ଠିତ କମିକ୍ ବୁକ୍ ହର୍ ଷ୍ଟୋରୀରେ ହୋଇଛନ୍ତି ସ୍ଥାନିତ। ପୁସ୍ତକରେ ସେ କୃଷିକୁ ପ୍ରତିନିଧିତ୍ୱ କରିଛନ୍ତି। ଏହି ପୁସ୍ତକରେ ସେହିମାନେ, ଯେଉଁମାନେ ବିଜ୍ଞାନ ଓ ଗବେଷଣା ମାଧ୍ୟମରେ ବିଶ୍ୱକୁ ଦେଇଛନ୍ତି ପରିବର୍ତ୍ତନର ଆଧାର । ସମାଜର ବିଭିନ୍ନ କ୍ଷେତ୍ରରେ ଏହି ପ୍ରତିଭାଧାରୀ ୧୦ ମହିଳା ବୈଜ୍ଞାନିକଙ୍କୁ ନେଇ ଲେଖାଯାଇଛି କମିକ୍ ବୁକ୍ ହର୍ ଷ୍ଟୋରୀ। ଓଡ଼ିଶାର ଝିଅ। ଯାହାଙ୍କ ପାଇଁ ଗର୍ବ କରନ୍ତି ଓଡ଼ିଆ। କୃଷିର ମାଟି ଓଡ଼ିଶା, ଯେଉଁ କୃଷିକୁ ସମୃଦ୍ଧ କରିବାରେ ରହିଛି ସ୍ୱାତୀ ନାୟକଙ୍କ ଭୂମିକା। କେବଳ ଓଡ଼ିଶା ନୁହେଁ, ଦକ୍ଷିଣ ଏସିଆରେ ସବୁଜ ବିପ୍ଳବର ସେ ଜନକ। ୨୦୨୩ରେ ବୈଜ୍ଞାନିକ ଡ.ସ୍ୱାତୀଙ୍କୁ ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ୍ରୁ ନର୍ମାନ ବାରଲାଗ୍ ପୁରସ୍କାର ମିଳିଥିଲା। ଓଡ଼ିଶାର ପ୍ରଥମ ମହିଳା ଓ ଦେଶର ଦ୍ୱିତୀୟ ମହିଳା ଭାବେ ସେ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ୨୦୨୪ରେ ଏନ୍ଡିଟିଭି ଇଣ୍ଡିଆ ଦ୍ୱାରା Climate Impact of The Year Award ମଧ୍ୟ ପାଇଥିଲେ ଡ. ସ୍ୱାତୀ। ଦୀର୍ଘ ୧୫ ବର୍ଷ ଧରି ଗ୍ରାମୀଣ ନବସୃଜନ ମଡେଲ, ସ୍ଥାୟୀ ଏବଂ ଜଳବାୟୁ ସ୍ମାର୍ଟ କୃଷିର ସ୍କେଲିଂ, ନୋବେଲ ଜର୍ମପ୍ଲାଜମ୍ସ ଏବଂ ଗୁଣାତ୍ମକ ବିହନ ଉପରେ ଗବେଷଣା କରୁଛନ୍ତି ସେ। ୨୦୦୭ରେ Acharya NG Ranga Agriculture Universityରୁ କୃଷି ବିଜ୍ଞାନରେ ସ୍ନାତକ ଓ ୨୦୧୦ରେ “Institute of Rural Management Anandରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଡକ୍ଟର ସ୍ୱାତୀ ନାୟକ ୨୦୨୨ରେ ଅମିତି ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସେ ୧୦ ହଜାରରୁ ଅଧିକ ଫାର୍ମ ପରୀକ୍ଷଣ ଆୟୋଜନ ମଧ୍ୟ କରିଛନ୍ତି । ୨୦ରୁ ଅଧିକ ଉଚ୍ଚ ଅମଳକ୍ଷମ ଜଳବାୟୁ ପ୍ରତିରୋଧୀ ଜୈବ-ସୁରକ୍ଷିତ କିସମର ପ୍ରସାରକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଭୂମିକା। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃଷି ଓ କୃଷି ବିଜ୍ଞାନ କ୍ଷେତ୍ରକୁ ଏବେବି ଜାରି ରହିଛି ତାଙ୍କର ଗବେଷଣା।

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026
ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!