Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜନଗହଳି ପୂର୍ଣ୍ଣ ଟ୍ରାଫିକ୍ରୁ ହଟିବ ରେଡ୍ ଲାଇଟ୍

by ସଞ୍ଜୟ ସ୍ୱାଇଁ
May 24, 2025
in State
ଜନଗହଳି ପୂର୍ଣ୍ଣ ଟ୍ରାଫିକ୍ରୁ ହଟିବ ରେଡ୍ ଲାଇଟ୍
46
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଜନଗହଳି ପୂର୍ଣ୍ଣ ଟ୍ରାଫିକ୍ରୁ ହଟିବ ରେଡ୍ ଲାଇଟ୍ । ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଜନଗହଳି ପୂର୍ଣ୍ଣ ଟ୍ରାଫିକ୍ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ୍ । ପୂର୍ତ୍ତ ବିଭାଗ ସହିତ ଏନେଇ ଆଲୋଚନା ସରିଛି । ମୁଖ୍ୟମନ୍ତ୍ରୀ ଏ ନେଇ ବୈଠକ କରିଛନ୍ତି । କାମ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାରମ୍ଭିକ ଭାବେ ନନ୍ଦନକାନନ ରୋଡ୍ ଓ କଳ୍ପନା ରୋଡ୍ରେ ପଦକ୍ଷେପ ନିଆଯିବ । ଡିପିଆର ପ୍ରସ୍ତୁତ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ସେପଟେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଭୁବନେଶ୍ବର ସହର ହେବ ଭିଡ଼ ମୁକ୍ତ ସହର । ରିଙ୍ଗ ରୋଡ଼ କରିବ ଟ୍ରାଫିକ୍ ସମସ୍ୟାର ସମାଧାନ । ସେଥିପାଇଁ ରାଜ୍ୟ ସରକାର ଆଣିଛନ୍ତି ମାଷ୍ଟର ପ୍ଲାନ୍ । ଜୁନ୍ ୧୨ ତାରିଖରେ ସରକାରଙ୍କୁ ବର୍ଷେ ପୁରଣରେ ଏକାଧିକ ରାସ୍ତା ଓ ପ୍ରକଳ୍ପର ଶିଳାନ୍ୟାସ କରିବେ ସରକାର । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମାସେ ଭିତରେ ସରିବ । ଅଢେଇରୁ ୩ବର୍ଷ ଭିତରେ ସବୁ ପ୍ରକଳ୍ପ କାମ ଶେଷ ହୋଇ ରାଜଧାନୀ ପାଇବେ ଚକାଚକ ରୋଡ଼ । ମାସେ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ଼ କାମ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ । ଗତ ସରକାର ଅକ୍ଷମତା ପ୍ରଦର୍ଶନ କରିଥିଲେ । ତେଣୁ ରିଙ୍ଗ ରୋଡ଼ କାମ ଆଗକୁ ନେବାକୁ ନିଷ୍ପତ୍ତି ହୋଇଛି । ଜୟଦେବ ବିହାରରୁ ନନ୍ଦନ କାନନ ଯାଏଁ ରାସ୍ତା ଟ୍ରାଫିକ୍ ଲାଇଟ୍ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି, ବଦଳିବ ମେଟ୍ରୋ ଡିପିଆର । ତ୍ରିସୁଳିଆରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ନୂଆ ଡିପିଆର ପ୍ରସ୍ତୁତ କରାଯିବ । ମେଟ୍ରୋ ରୁଟ୍ କ’ଣ ରହିବ, କେଉଁ ପର୍ଯ୍ୟନ୍ତ ଯିବ ସେ ସବୁ କଥା ନେଇ ଦୁଇ ତିନି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କେମିତି ହେଲେ ଭଲ ହେବ ସେନେଇ ଉଚ୍ଚସ୍ତରୀୟ ବୈଠକ ବସିବ । ପୂର୍ବରୁ ଦୁଇଟି ବୈଠକ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଆଉ ଏକ ବୈଠକ ବସିବ । ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏନେଇ ବଡ଼ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026
ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!