Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ହାତ ବାନ୍ଧି ମରଣାନ୍ତକ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
May 24, 2025
in State
ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ହାତ ବାନ୍ଧି ମରଣାନ୍ତକ ଆକ୍ରମଣ
29
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଖବର ସଂଗ୍ରହ ବେଳେ ପିଟିଲେ ଠିକାଦାର । ଜୀବନରୁ ମାରିଦେବାକୁ ଦେଲେ ଧମକ । ଏଭଳି ଅଭିଯୋଗ ଆଣିଛନ୍ତି ବଲାଙ୍ଗିରର କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନ । ସେପଟେ ଆକ୍ରମଣ ଘଟଣାର ପ୍ରତିବାଦ କରି ଜିଲ୍ଲା ସାମ୍ବାଦିକ ସଙ୍ଘ ତଥା କାର୍ଯ୍ୟରତ ସାମ୍ବାଦିକ ମାନେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି I ପୁଇଁତଳା ବ୍ଲକ କୁଲୁଥିପାଲି ଗାଁରେ ନିମ୍ନମାନର ସରକାରୀ କାମ ହେଉଥିବା ଅଭିଯୋଗ ପାଇ ଖବର ସଂଗ୍ରହ ପାଇଁ ଯାଇଥିଲେ ବିଜୟ । ସେହି ସମୟରେ ଠିକାଦାର ଓ ତାଙ୍କ ସହଯୋଗୀ ମାନେ ପହଞ୍ଚି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ସାମ୍ବାଦିକ ଜଣଙ୍କ ପୁଇଁତଳା ଥାନାରେ ଅଭିଯୋଗ କରିଛନ୍ତି I ସାମ୍ବାଦିକଙ୍କ ୩ଟି ମୋବାଇଲ, ୫ଟି ସିମ୍, ବୁମ୍, ଏଟିଏମ୍ କାର୍ଡ ଆଦି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ I ସାମ୍ବାଦିକଙ୍କୁ କିଛି ଲୋକ ଉଦ୍ଧାର କରି ପୋଲିସକୁ ଏନେଇ ଖବର ଦେଇଥିଲେ I ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ସାମ୍ବାଦିକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ I ତାଙ୍କ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି I ଠିକାଦାର ଗଜେନ୍ଦ୍ର ଦଲେଇ ଓ ତାଙ୍କ ସହଯୋଗୀ ମାନେ ଆକ୍ରମଣ କରିଥିବା ସାମ୍ବାଦିକ ଜଣଙ୍କ ଅଭିଯୋଗ କରିଛନ୍ତି I ଏନେଇ ପୁଇଁତଳା ଥାନାରେ ଆହତ ସାମ୍ବାଦିକ ବିଜୟ ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି I ସେପଟେ ଘଟଣାର ପ୍ରତିବାଦ କରି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଙ୍ଘ ତଥା କାର୍ଯ୍ୟରତ ସାମ୍ବାଦିକ ଏସ୍ପିଙ୍କ ଦ୍ୱାରସ୍ତ ହୋଇ କିଛି ସମୟ ଧାରଣାରେ ବସିଥିଲେ । ଏହାସହ ଏସ୍ପିଙ୍କୁ ଦାବି ପତ୍ର ଦେଇଥିଲେ । ତେବେ ଖୁବ୍ଶୀଘ୍ର ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026
ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!