Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଉଁଶ କାରିଗରଙ୍କ ବେଉସା ବୁଡ଼େଇ ଦେଲାଣି ପ୍ଲାଷ୍ଟିକ ସାମଗ୍ରୀ

by ସଞ୍ଜୟ ସ୍ୱାଇଁ
May 24, 2025
in State
ବାଉଁଶ କାରିଗରଙ୍କ ବେଉସା ବୁଡ଼େଇ ଦେଲାଣି ପ୍ଲାଷ୍ଟିକ ସାମଗ୍ରୀ
18
VIEWS
Share on FacebookShare on Twitter

ବରୀ, (ବାଘୁଆବାର୍ତ୍ତା): ବୁଡ଼ିଲାଣି କୌଳିକ ବୃତ୍ତି । ପେଟ ପୋଷିବାକୁ ଏବେ ଦାଦନ ଭରସା । ଯାଜପୁର ବରୀ ଅଞ୍ଚଳରେ ବାଉଁଶ କାରିଗରଙ୍କ ଏପରି ଦଶା । ଦିନ ଥିଲା ବାଉଁଶ ପାତିଆକୁ ଛନ୍ଦି କୁଲା, ପାଛିଆ, ଚାଙ୍ଗୁଡ଼ି, ବିଞ୍ଚଣା, ଝୁଡ଼ି, ଡାଲା ଆଦି ତିଆରି କରି ଗୁଜରାଣ ମେଣ୍ଟାଉଥିଲେ । କିନ୍ତୁ ସମୟ ବଦଳିବା ସହିତ ପ୍ଲାଷ୍ଟିକ ସାମଗ୍ରୀ ବାଉଁଶ କାରିଗରଙ୍କ ବେଉସାକୁ ବୁଡ଼େଇ ଦେଲାଣି । ଆଉ ଦେଖିବାକୁ ମିଳୁନି କାରିଗରଙ୍କ ହାତ ତିଆରି ବାଉଁଶ ଜିନିଷ । ବିଭିନ୍ ବାଉଁଶ ତିଆରି ସାମଗ୍ରୀ କାରିଗର ପ୍ରସ୍ତୁତ କଲେ ବି ଲୋକେ କିଣୁନାହାନ୍ତି । ସ୍ଥିତି ଏମିତି ହୋଇଛି ଜିଲ୍ଲାର ବାଉଁଶ କାରିଗର ଏବେ ପେଟ ପୋଷିବାକୁ ଅନ୍ୟ ଉପାୟ ନ ପାଇ ଦାଦନ ଖଟିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ବାଉଁଶ କାରିଗରଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ନ ମିଳିବାରୁ ପାରମ୍ପରିକ କୁଟୀର ଶିଳ୍ପ ଏବେ ବିଲୁପ୍ତ ହେବାକୁ ବସିଛି । ପୂର୍ବରୁ ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଯଥେଷ୍ଟ ପରିମାଣର ବାଉଁଶ ମିଳୁଥିଲା। ଘରକରଣା ସାମଗ୍ରୀ ଭାବେ ବାଉଁଶରେ ତିଆରି ବିଭିନ୍ନ ଘରକରଣା ଜିନିଷ ବଜାରରେ ମିଳୁଥିଲା । ତିଆରି ହୋଇଥିବା ବାଉଁଶ ଗୋରଡ଼ା । ଚାଳଛପର ଘର କିମ୍ବା କଚ୍ଚାଘର ଘର ସଂଖ୍ୟା କମିଯିବାରୁ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀର ଚାହିଦା କମିଯାଇଛି । ଏପରିକି ବାଉଁଶ ଚାଷ କରିବାକୁ ମଧ୍ୟ ଗାଁ ଲୋକଙ୍କ ଭିତରେ ଆଗ୍ରହ ଦେଖାଯାଉନି । ବାଉଁଶ କାରୀଗରଙ୍କ ଉନ୍ନତି ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ସହିତ ବାଉଁଶ ଜଙ୍ଗଲ ସୃଷ୍ଟି ଓ ବାଉଁଶରେ ତିଆରି ସାମଗ୍ରୀ ବିକ୍ରିବଟା ପାଇଁ ବଜାର ସୁବିଧା ଓ ପରିଶ୍ରମ ଅନୁସାରେ ପାରିଶ୍ରମିକ ବ୍ଯବସ୍ଥା କରିବାକୁ ଦାବି କରିଛନ୍ତି ବାଉଁଶ କାରୀଗର ।

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026
ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!