Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ବଲପୁରରେ ହାତୀ ଛୁଆର ମୃତଦେହ ଠାବ

by ସଞ୍ଜୟ ସ୍ୱାଇଁ
May 24, 2025
in State
ସମ୍ବଲପୁରରେ ହାତୀ ଛୁଆର ମୃତଦେହ ଠାବ
17
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ବନଖଣ୍ଡରେ ପୁଣି ହାତୀ ମୃତ୍ୟୁ ଘଟିଛି । ଯୁଯୁମୁରା ବ୍ଲକ୍ ସଦର ରେଞ୍ଜରୁ ହାତୀ ଶାବକ ମୃତଦେହ ଉଦ୍ଧାର ହୋଇଛି। ଝାଙ୍କରପାଲି ସେକ୍ସନ ମୁଣ୍ଢେର ହାଲୁଖୁଲିଆ ନିକଟରୁ ଶନିବାର ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି । ମୃତଦେହଟି ୩ରୁ ୪ ଦିନ ତଳର ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ସୂଚନା ମୁତାବକ, ସମ୍ବଲପୁର ବନଖଣ୍ଡ ହାତୀ ମୃତ୍ୟୁ ଯନ୍ତାରେ ପରିଣତ ହୋଇଛି। ଗତ କିଛି ବର୍ଷ ହେଲା ନିୟମିତ ଭାବେ ହାତୀଙ୍କ ଜୀବନ ଯାଉଛି । ଶନିବାର ସମ୍ବଲପୁର ବନଖଣ୍ଡ ଝାଙ୍କରପାଲି ସେକ୍ସନ ମୁଣ୍ଢେର ହାଲୁଖୁଲିଆ ନିକଟରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ୩ରୁ ୪ ଦିନ ତଳର ବୋଲି ଅନୁମାନ କରାଯାଉଛି । ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । କହିରଖୁ କି, ସଦର ରେଞ୍ଜରେ ହାତୀ ମୃତ୍ୟୁ ନୂଆ ନୁହେଁ । ଚଳିତ ବର୍ଷ ଏହା ତୃତୀୟ ହାତୀ ମୃତ୍ୟୁ ଘଟଣା । ଗତ ଜାନୁଆରୀ ୨୯ ତାରିଖରେ ସଦର ରେଞ୍ଜ ଯାଦୁଲୁଇସିଂହ ଜଙ୍ଗଲରୁ ଗୋଟିଏ ୨୦ ବର୍ଷର ଦନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହାର ଠିକ୍ ୩ ଦିନ ପୂର୍ବରୁ ବିଦ୍ୟୁତ୍ ଆଘାତରେ ସେହି ସଦର ରେଞ୍ଜ ଖସୁଆ ପାଲି ଲଭଡେରା ବୋଲଙ୍ଗା ସଂରକ୍ଷିତ ଜଙ୍ଗଲରୁ ଆଉ ଏକ ହାତୀର ମୃତଦେହ ଠାବ କରାଯାଇଥିଲା। ଅଧିକାଂଶ ଘଟଣାରେ ହାତୀକୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରାଯାଉଛି। ଏହା ସତ୍ତ୍ୱେ ବନ ବିଭାଗ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନଥିବାରୁ ହାତୀ ମୃତ୍ୟୁ ହାର ବଢ଼ିଚାଲିଛି। ଯାହାକି ଉଦବେଗଜନକ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026
ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

April 28, 2026
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

April 28, 2026
ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!