Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୮ ବର୍ଷ ପରେ ମିଳୁନି ଜମିପଟ୍ଟା

by ସଞ୍ଜୟ ସ୍ୱାଇଁ
May 24, 2025
in State
୨୮ ବର୍ଷ ପରେ ମିଳୁନି ଜମିପଟ୍ଟା
19
VIEWS
Share on FacebookShare on Twitter

ଭବାନୀପାଟଣା, (ବାଘୁଆବାର୍ତ୍ତା): ସରକାର ଗରିବ ଆଦିବାସୀମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସେହି ଯୋଜନା ଅଦ୍ୟାବଧି ସେମାନଙ୍କ ପାଖରେ ଅପହଞ୍ଚ ହୋଇରହିଛି। ତିନି ଦଶନ୍ଧି ଧରି ବସବାସ ପରେ ମଧ୍ୟ ସେମାନଙ୍କୁ ଜମିପଟ୍ଟା କିମ୍ବା ଘରଡିହ ମିଳିପାରି ନାହିଁ। ସବୁଦିନିଆ ରାସ୍ତା ଗ୍ରାମବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି। ଏଭଳି ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳ ବୁଢ଼ୀଦର ପଞ୍ଚାୟତର ପାହାଡ଼ ଉପରେ ଥିବା ବେହେରାଗୁଡା ଗ୍ରାମରେ। ଏହି ଗ୍ରାମରେ ୧୫ ଆଦିବାସୀ ପରିବାର ବହୁବର୍ଷ ପୂର୍ବେ ବାଙ୍କପଲାସ ପଞ୍ଚାୟତ ଅନ୍ତର୍ଗତ ସାନଟିକ୍ରାଗୁଡା ତରାଯୋର ଗ୍ରାମକୁ ଆସି ବସବାସ କଲେ। ସେଠାରେ ପ୍ରାୟ ୧୩ ବର୍ଷ ବସବାସ କଲା ପରେ ବନ ବିଭାଗ ପକ୍ଷରୁ ଏହି ୧୫ ଆଦିବାସୀ ପରିବାରକୁ ଉଠାଇ ଦେଇ ରତନପଲା ଗ୍ରାମ ନିକଟ ଭାଲୁଚୁଆଁଠାରେ ଥିବା ସରକାରୀ ଜମିରେ ବସବାସ କରିବାକୁ କୁହାଗଲା। ଫଳରେ ସେହି ଦିନଠାରୁ ଏହି ଆଦିବାସୀମାନେ ଭାଲୁଚୁଆଁଠାରେ ଦୀର୍ଘ ୨୮ ବର୍ଷ ହେଲା ବସବାସ କରିଆସୁଛନ୍ତି। ସରକାରୀ ଜମିରେ ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଅଣଦେଖା କରାଯାଉଛି। ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନିରୀହ ଆଦିବାସୀ। ଆଉ କେତେବର୍ଷ ରହିବା ପରେ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ଆଦିବାସୀମାନେ ପ୍ରଶ୍ନ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ଆମକୁ ଆମ ଜାଗାର ପଟ୍ଟା ପ୍ରଦାନ କରନ୍ତୁ ବୋଲି ଗ୍ରାମର ରଜନୀ ମାଝୀ, କ୍ରିଷ୍ଣା ମାଝୀ, ସାନୁ ମାଝୀ, ସାଏବନୀ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026
ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

April 28, 2026
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

April 28, 2026
ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!