ଧୂଷୁରୀ, (ବାଘୁଆବାର୍ତ୍ତା): ୫୦ ଫୁଟ ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ। ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିଛି ଦିନ ତଳେ ସେହି ସ୍ଥାନରେ ନଦୀବନ୍ଦ ଦବିଯାଇଥିଲା । ପରେ ମରାମତି ହୋଇଥିଲା। ଏବେ ପୁଣି ନଦୀବନ୍ଧ ଦବି ଯାଇଥିବାରୁ ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗ ଆସିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ପ୍ରବାହିତ ହେଉଥିବା ଉପର ସଇଲୋ ଗ୍ରାମ ନିକଟ କୋଚିଳା ନଦୀର ଡାହାଣ ପାର୍ଶ୍ୱ ନଦୀ ବନ୍ଧ ପାଖାପାଖି ୫୦ ଫୁଟ ଧସିଯାଇଛି। ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ମାତ୍ର ନିମ୍ନ ମାନର କାର୍ଯ୍ୟ ପାଇଁ କିଛି ଦିନ ପରେ ବନ୍ଧ ଦବିଯାଇଥିଲା ଏବଂ ମରାମତି ବି ହୋଇଥିଲା। ପୁଣି ଆଜି ଦେଖିବାକୁ ମିଳିଛି ଯେ, ସେହି ସ୍ଥାନରେ ପାଖାପାଖି ୫୦ ଫୁଟରୁ ଅଧିକ ହେବ ବନ୍ଧ ଫାଟି ଯିବା ସହିତ ବନ୍ଧ ନଦୀ ଗର୍ଭକୁ ଧସି ଯାଇଛି । ବାରମ୍ବାର ଏମିତି ଘଟଣା ଘଟିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦୋଷ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା।






