Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଥ ଖଳା ହାଲ୍ ଚାଲ୍, ଆଜି ଭୂଇଁ କାଠରେ ବିନ୍ଧ ଅନୁକୂଳ

by ସଞ୍ଜୟ ସ୍ୱାଇଁ
May 24, 2025
in State
ରଥ ଖଳା ହାଲ୍ ଚାଲ୍, ଆଜି ଭୂଇଁ କାଠରେ ବିନ୍ଧ ଅନୁକୂଳ
17
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ରଥ ନିର୍ମାଣ ଅବସରରେ ରଥ ଖଳାରେ ଶୁକ୍ରବାର ମୁହାଁଟରେ ବିନ୍ଧ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ତିନି ରଥର ମୁଖ୍ୟ ବିଶ୍ୱକର୍ମା ମୁହାଁଟରେ ବିନ୍ଧ ଅନୁକୂଳ କରିଥିଲେ । ଏହାପରେ ନିପୁଣ କାରିଗରମାନେ ବିନ୍ଧ ଖୋଦେଇ କଲେ । ଦଣ୍ଡାରେ ଲାଗିବ ମୁହାଁଟ । ଦଣ୍ଡା ହେଉଛି ରଥର ଚେସିସ୍ । ଚଉତା କାଠରେ ମାପଚୁପ ହୋଇ ସୂତା ମରାଯାଇଛି । ଚଉତା ହେଉଛି ରଥର ଉପରିଭାଗ ଭୂଇଁ କାର୍ଯ୍ୟ । ଶନିବାର ଚଉତାରେ ବିନ୍ଧ ଅନୁକୂଳ ହେବ ବୋଲି ସୂଚନା ରହିଛି । ବିଶ୍ୱକର୍ମା ସୁଧାକର ମହାପାତ୍ର କୁହନ୍ତି ମୁହାଁଟରେ ଦାଗ ଦିଆଯିବା ପରେ ବିନ୍ଧ କରାଯାଇଛି । ଗୋଟିଏ ମୁହାଁଟରେ ୫ଗୋଟି ବିନ୍ଧ କରାଯାଇଛି । ଏହିଭଳି ପ୍ରତି ରଥରେ ଦୁଇଗୋଟି ଲେଖାଏଁ ମୁହାଁଟରେ ୫ଟି କରି ୧୦ ଗୋଟି ବିନ୍ଧ ହେଉଛି । ୫ଦଣ୍ଡାର ଆଗରେ ପଛରେ ମୁହାଁଟ ସଂଯୁକ୍ତ ହେବ । ରଥର ଚେସିସ୍କୁ ବାନ୍ଧିରଖେ ମୁହାଁଟ । ରଥରେ ରହିଛି ଚାରିଟି ମୁହାଁଟ । ରଥର ଆଗ, ପଛ ଓ ୨ ପାଶ୍ୱର୍ରେ ମୁହାଁଟ ସ୍ଥାପନ କରାଯାଏ । ମୁହାଁଟ ମୁଖ୍ୟତଃ ଧଉରା ଓ ଅସନ କାଠରେ ନିର୍ମିତ ହୋଇଥାଏ । ରଥ ନିର୍ମାଣରେ ଏହି ଅଂଶର ଅଧିକ ଗୁରୁତ୍ୱ ରହିଥିବା କହନ୍ତି ନିର୍ମାଣକାରୀ । ରଥ ଖଳାରେ ଭୂଇଁ ଚଉତା କାମ ଚାଲିଛି । ପ୍ରତି ରଥର ତିନୋଟି ଲେଖା ଭୂଇଁରେ ୧୨ଟି ଚଉତା କାଠ ରହିଥାଏ । ଚକ ଓ ଅଖ ସଂଯୁକ୍ତ ହୋଇ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ । ଏହା ରଥ ଉପରି ଭାଗ କାମ । ୪ ନାହାକା ଉପରେ ଭୂଇଁ ଟୁଙ୍ଗୁରା ହେବ । ପ୍ରଥମ ଭୂଇଁ ଉପରେ ୪ଗୋଟି ଖମ୍ବୀ ଓ ଦ୍ୱିତୀୟ ଭୂଇଁ ଉପରେ ୪ଗୋଟି ଖମ୍ବୀ ଲାଗିବ । ତା’ ଉପରେ ପୋଟଳ ଖମ୍ବୀ ଲାଗି ତୃତୀୟ ଭୂଇଁ ରହିବ । ରଥ ଖଳାରେ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ବାକିଆ ଚକର ପହି ଓ ଅର ପହଞ୍ଚିଛି । ରୂପକାର ରଥ ଅଳଙ୍କରଣରେ ନିମଗ୍ନ । ଗୁଜରେ ସିଂହବିରାଳ ମୂର୍ତ୍ତି ଖୋଦେଇ ଶେଷ କରୁଛନ୍ତି । ଚକ କାର୍ଯ୍ୟରେ ଲାଗିବା ସହ କରତି ସେବକଙ୍କ ଅପେକ୍ଷା କାଠ ମିଳିଲେ ରଥର ଗୟଳ ପ୍ରସ୍ତୁତ ହେବ । କମାର ସେବକମାନେ ଦୋଳବେଦିରେ ରଥ ପାଇଁ ଲୌହ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026
ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

April 28, 2026
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

April 28, 2026
ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!