Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶାରୁ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
May 23, 2025
in State
ଓଡ଼ିଶାରୁ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
230
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୮ମାସ ପରେ ଓଡ଼ିଶାକୁ ଫେରିଛି କୋଭିଡ୍ । ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ଜଣେ ବୟସ୍କ ବ୍ୟକ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀ-ହରିଦ୍ୱାରରୁ ଫେରିଥିବାରୁ ତାଙ୍କୁ ସଂଗରୋଧରେ ରଖାଯାଇଛି । ତେବେ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ବିଦେଶ, ପରେ ଦେଶ, ଆଉ ଏବେ ଓଡ଼ିଶାରୁ ପୁଣି ଚିହ୍ନଟ ହୋଇଛି କରୋନା । ବୁଧବାର ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଜଣେ ୭୫ବର୍ଷ ବୟସ୍କ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଯଦିଓ ସେ ବହୁରୋଗରେ ପୀଡ଼ିତ ଅଛନ୍ତି, ସେଥିପାଇଁ ତାଙ୍କୁ ସଂଗରୋଧରେ ରଖାଯାଇଛି । ନିକଟରେ ସେ ଦିଲ୍ଲୀ-ହରିଦ୍ୱାରରୁ ଫେରିଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ପରିଚୟକୁ ଗୁପ୍ତ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ରେସିଂ ପ୍ରକ୍ରିୟା ଜାରି ରହିଛି । ସ୍ୱାସ୍ଥ୍ୟସଚିବ କହିଛନ୍ତି, ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତାହା କରୋନାର ମାଇଲ୍ଡ ଭାରିଆଣ୍ଟ । ଏହା ବ୍ୟାପିବାର ସମ୍ଭାବନା କମ୍ । ଭୟଭୀତ ହେବାର ଆବଶ୍ୟକ ନାହିଁ । ଦେଶରେ କୋଭିଡ୍ ଚିହ୍ନଟ ହୋଇଥିଲେ ବି ଭାରତ ସରକାରଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍ ଜାରି ହୋଇନାହିଁ । ମେ’ ୧୯ ତାରିଖ ସୁଦ୍ଧା ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ମହାରାଷ୍ଟ୍ରରେ ଦୁଇଜଣଙ୍କ କରୋନାଜନିତ ମୃତ୍ୟୁ ପରେ ସାମାନ୍ୟ ଚିନ୍ତା ବଢ଼ାଇଛି । କାରଣ ଏସିଆ ମଦାଦେଶରେ ସିଙ୍ଗାପୁର ଓ ହଂକଂ ଭଳି ଦେଶରେ ସପ୍ତାହକ ମଧ୍ୟରେ ସଂକ୍ରମଣରେ ବେଶ୍ ବୃଦ୍ଧି ହୋଇଛି । ସିଙ୍ଗାପୁରରେ ୧୧ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଂକଂରେ ୧ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ତେଣୁ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ଓଡ଼ିଶାରେ ଶେଷଥର ପାଇଁ ୨୦୨୪ ଅକ୍ଟୋବର ମାସରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!