Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୂକମ୍ପରେ ଥରିଲା ନେପାଳ

by ସଞ୍ଜୟ ସ୍ୱାଇଁ
May 23, 2025
in NATIONAL NEWS
ଭୂକମ୍ପରେ ଥରିଲା ନେପାଳ
85
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭୂକମ୍ପରେ ଥରିଲା ନେପାଳ । ଅଧରାତିରେ ନେପାଳକୁ ଲାଗିଲା ଭୂକମ୍ପ ଝଟକା । ରାତି ୧ଟା ୩୩ ମିନିଟରେ ଥରିଲା ନେପାଳ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ବାରା ଭୂକମ୍ପ ନେଇ ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ ଏଯାଏଁ କିଛି ଖବର ଆସିନି । ସେପଟେ ଦୁଇ ଦିନ ତଳେ ଅର୍ଥାତ ୨୦ ତାରିଖରେ ବି ନେପାଳରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା । ପୂର୍ବରୁ ମେ ୧୪ରେ ୪.୬ ତୀବ୍ରତାରେ ଭୂକମ୍ପରେ ଥରିଥିଲା ନେପାଳ । ମେ ମାସରେ ତିନି ତିନିଟି ଭମିକମ୍ପରେ ଭୟଭୀତ ଲୋକେ । ଗତକାଲି ଭୂକମ୍ପରେ ଥରିଥିଲା ଗ୍ରୀସ୍ । ସକାଳେ ସକାଳେ ଗ୍ରୀସରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ସକାଳ ୮ଟା ୪୯ ମିନିଟରେ ଗ୍ରୀସରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ରେକର୍ଡ କରାଯାଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଥିଲା । ଗ୍ରୀସର କାସୋସ୍ ଦ୍ୱୀପ ନିକଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏବଂ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଲୋକଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ଭୂକମ୍ପ ପରେ ସୁନାମୀ ନେଇ ମଧ୍ୟ ସତର୍କ କରାଯାଇଥିଲା । ତେବେ ଗତ ସପ୍ତାହରେ ଗ୍ରୀସରେ ବି ଭୂମିକମ୍ପ ହୋଇଥିଲା । ମେ ୧୩ ତାରିଖରେ ୬.୧ ତୀବ୍ରତାର ଭୂମ୍ପକ ଝଟକା ଗ୍ରୀସକୁ ଲାଗିଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!