Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଂଲାଦେଶ: ଇସ୍ତଫା ଦେବେ ସରକାର ମୁଖ୍ୟ ମହମ୍ମଦ ୟୁନୁସ

by ସଞ୍ଜୟ ସ୍ୱାଇଁ
May 23, 2025
in NATIONAL NEWS, WORLD
ବାଂଲାଦେଶ: ଇସ୍ତଫା ଦେବେ ସରକାର ମୁଖ୍ୟ ମହମ୍ମଦ ୟୁନୁସ
99
VIEWS
Share on FacebookShare on Twitter

ବାଂଲାଦେଶ, (ବାଘୁଆବାର୍ତ୍ତା): ବାଂଲାଦେଶରେ ପୁଣି ରାଜନୈତିକ ଅସ୍ଥିରତା। ଦେଶର ସ୍ଥିତି ଆଗରେ ନଇଁଛନ୍ତି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ । ଖୁବ୍ ଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତି ୟୁନୁସ । ଆଉ ଦେଶକୁ ସମ୍ଭାଳି ପାରିବେ ନାହିଁ ବୋଲି ଗଣମାଧ୍ୟରେ ଚର୍ଚ୍ଚା । ବାଂଲାଦେଶରେ ହିଂସା, ଚୋରି ଓ ସଂଖ୍ୟାଲଘୁ ବିରୋଧୀ ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇ ପଡିଛନ୍ତି ୟୁନୁସ । ଏଥିପାଇଁ ସେ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା । କାରଣ ସେ ଅନୁଭବ କରୁଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତି ଅଭାବରୁ କାମ କରିବା କଷ୍ଟକର ହୋଇପଡୁଛି। କାରଣ ମହମ୍ମଦ ୟୁନୁସଙ୍କୁ ବାଂଲାଦେଶ ଆର୍ମି ଚିଫ୍ ଚେତାବନୀ । ଏହାସହ ସେ ଗାଦି ଛାଡିବାକୁ ୟୁନୁସଙ୍କୁ ଅଲ୍ଟିମେଟମ୍ ଦେଇଛନ୍ତି । ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ପ୍ରମୁଖ ଜେନେରାଲ ୟୁନୁସଙ୍କୁ ଚେତବାନୀ ଦେଇଛନ୍ତି । ସେନାମୁଖ୍ୟ ୱକାର-ଉଜ-ଜମାନ ଚାହୁଁଛନ୍ତି କି ଚଳିତବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବରରେ ନିର୍ବାଚନ ହେଉ । ନିର୍ବାଚିତ ସରକାର କାର୍ଯ୍ୟଭାର ସମ୍ଭାଳନ୍ତୁ । ମିଳିଥିବା ରିପୋର୍ଟ ଅନୁସାରେ ଅନ୍ତରୀଣ ସରକାରଙ୍କର କିଛି ନୀତିଗତ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଆର୍ମି ଚିଫ୍ । ୟୁନୁସ ଇସ୍ତଫା ଦେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଛାତ୍ର ନେତୃତ୍ୱାଧୀନ ନ୍ୟାସନାଲ ସିଟିଜେନ୍ ପାର୍ଟି (ସିପି)ର ମୁଖ୍ୟ ନାହିଦ ଇସଲାମଙ୍କ ସହ ଗୁରୁବାର ରାତିରେ ଗଣମାଧ୍ୟମରେ ସାକ୍ଷାତକାର ଥିଲା । ଯେଉଁଥିରେ ସେ କହିଥିଲେ, ଆମେ ସାର୍ (ୟୁନୁସ୍)ଙ୍କ ଇସ୍ତଫା ଖବର ଶୁଣି ଆସୁଛୁ । ତେଣୁ ମୁଁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ୟୁନୁସଙ୍କ ଭେଟିବାକୁ ଯାଇଥିଲି । ସେ କହିଥିଲେ ଯେ ସେ ଏହା ବିଷୟରେ ଚିନ୍ତା କରୁଛନ୍ତି। ସେ ଅନୁଭବ କରୁଛନ୍ତି ଯେ ପରିସ୍ଥିତି ଏପରି ଯେ ସେ କାମ କରିପାରିବେ ନାହିଁ। ଏନସିପି ସଂଯୋଜକ କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ୟୁନୁସ୍ ଭୟଭୀତ ଥିଲେ ଯେ ଦେଶର ବର୍ତ୍ତମାନର ପରିସ୍ଥିତିରେ ସେ କାମ କରିପାରିବେ ନାହିଁ। ୟୁନୁସ୍ ବିଶ୍ୱାସ କରନ୍ତି ଯେ ରାଜନୈତିକ ଦଳଗୁଡ଼ିକ ଏକ ସହମତିରେ ପହଞ୍ଚିବା ପର୍ଯ୍ୟନ୍ତ ସେ କାମ କରିପାରିବେ ନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!