Wednesday, April 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

by ସଞ୍ଜୟ ସ୍ୱାଇଁ
May 22, 2025
in NATIONAL NEWS, State
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା
112
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତିଙ୍କ ରିମାଣ୍ଡ ଶେଷ ହେବା ପରେ ଆଜି ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା। ଯାହା ପରେ କୋର୍ଟ ପୁଣି ଥରେ ଜ୍ୟୋତିଙ୍କୁ ୪ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ଜ୍ୟୋତିଙ୍କୁ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି , ଏହି ୪ ଦିନ ଭିତରେ ଜ୍ୟୋତିଙ୍କ ଠାରୁ ଅଧିକ ତଥ୍ୟ ବାହାର କରିବ ହିସାର ପୋଲିସ। ତାଙ୍କଠାରୁ ଓଗାଳିବ ଆହୁରି ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ପାକିସ୍ତାନର ଏଜେଣ୍ଟଙ୍କ ସହିତ ଜ୍ୟୋତିଙ୍କ କେମିତି ଲିଙ୍କ୍ ଥିଲା, କେଉଁ କେଉଁ ତଥ୍ୟ ସେ ପାକିସ୍ତାନକୁ ଦେଇଛନ୍ତି, କେମିତି ସେମାନଙ୍କ ସହିତ ସଂପର୍କରେ ଆସିଥିଲେ। ଏହି ସବୁ ତଥ୍ୟ ଓଗାଳିବ ହରିୟାଣା ପୋଲିସ । ଅପରେସନ ସିନ୍ଦୂର ପରବର୍ତ୍ତୀ ତନାଘନାରେ ଦେଶର ଧରାପଡ଼ିଛନ୍ତି ୧୦ରୁ ଅଧିକ ଗୁପ୍ତଚର ଯେଉଁମାନେ ପାକିସ୍ତାନ ପାଇଁ କାମ କରୁଥିଲେ। ଏହା ଭିତରେ ଅଛନ୍ତି ଜ୍ୟୋତି ମଲହୋତ୍ରା। ସେ ପାକିସ୍ତାନ ବି ଯାଇଥିଲେ। ଭାରତରେ ଥିବା ପାକିସ୍ତାନର ଦୂତାବାସର ଜଣେ ଅଧିକାରୀଙ୍କ ସହିତ ତାଙ୍କର ସଂପର୍କ ଥିଲା। ସୂଚନା ପାଇଁ ଜ୍ୟୋତି ହ୍ୱାଟସଆପ୍, ସ୍ନାପଚଟ୍ ଭଳି ଆପ୍ ବ୍ୟବହାର କରୁଥିଲେ। ଏପରିକି ଜଣେ ପାକିସ୍ତାନୀଙ୍କୁ ସେ ବାହା ହେବାକୁ ଚାହୁଁଥିଲେ ବୋଲି ମଧ୍ୟ ଖବର ଆସିଛି।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026
ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

April 28, 2026
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

April 28, 2026
ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!