ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆଜି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ। ଏହି ଖବର ବିଷୟରେ ପ୍ରଧାନମନ୍ତ୍ରୀ ଟୁଇଟ କରି ସୂଚନା ଦେବା ସହ ଲୋକଙ୍କୁ ଟିକା ନେବା ପାଇଁ କହିଛନ୍ତି। ଟୁଇଟରେ, ସେୟାର କରି ଖୁସି ଯେ ମୋ ମା’ ଆଜି କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ତୁମ ଆଖପାଖରେ ଯେଉଁମାନେ ଟିକା ନେବାକୁ ଯୋଗ୍ୟ ଅଟନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ଟିକା ନେବାକୁ ଉତ୍ସାହିତ କରନ୍ତୁ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।





