ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେପି ସରକାରକୁ ଆସିବା ଦିନଠାରୁ ହିଁ ଲୋକେ ଜାଣି ସାରିଲେଣି ଯେ ସରକାର ବିଫଳ । ଯେଉଁଥିପାଇଁ ସେମାନେ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି । ସରକାର ମିଛ ପ୍ରତିଶୃତି ଦେଇ ଶାସନକୁ ଆସିଛି । ଯେଉଁଥିପାଇଁ ପଞ୍ଚାୟତ ଉପନିର୍ବାଚନ ବନ୍ଦ କରାଇ ଦେଲେ । ଲୋକଙ୍କ ପାଖକୁ ଯାଇନାହାନ୍ତି, ଚାଷୀଙ୍କୁ ପ୍ରତାରଣା, ସୁଭଦ୍ରା ଟଙ୍କା କାଟ, ବାର୍ଦ୍ଧକ୍ୟ ଭତା ଚାଳନା ପରି ଅବହେଳା କରିଛନ୍ତି । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରୋଡ଼ମ୍ୟାପ ପ୍ରସ୍ତୁତ ହେଉଛି କିପରି ନବୀନ ପଟ୍ଟନାୟକଙ୍କୁ ପୁଣି ଶାସନକୁ ଆଣିବେ । ଲୋକେ ବି ଏହା ମନସ୍ଥ କରି ସାରିଛନ୍ତି ।






