ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରତିପତ୍ତି ବା ଧନୀ ଲୋକ ଆଉ ଚାପ ପକାଇ ଅନୁସୂଚିତ ଜନଜାତି ଓ ଜାତି ଲୋକଙ୍କ ଜମି ହଡ଼ପ କରିପାରିବେନି । ଏଣିକି ସରକାର କିଣିବେ ଆଦିବାସୀଙ୍କ ଜମି । ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରାଯାଇଛି । କମିଟିରେ ST SC ବିଭାଗରର ପ୍ରମୁଖ ସଚିବ, ST SC ବିଭାଗର ନିର୍ଦ୍ଦେଶକ, ବିଶେଷଜ୍ଞ, କିଛି ଅଭିଜ୍ଞ ଅଧିକାରୀ ରହିବେ । ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ । ଏହାସହ ଅନୁସୂଚିତ ଜନଜାତି ଓ ଜାତି ମାନଙ୍କର ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ, ST ଏବଂ SC ବିଭାଗର ଗୃହ କମିଟି, ବିଧାୟକ ମାନଙ୍କର ପରାମର୍ଶ ମଧ୍ୟ ନିଆଯିବ । ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେଲା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।






