ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପଞ୍ଚାୟତ ଉପନିର୍ବାଚନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ପୁଣି ସ୍ଥଗିତ ରଖିଛନ୍ତି ସରକାର । ଯାହାକୁ ନେଇ ବର୍ଷିଛନ୍ତି ପିସିସି ଭକ୍ତ ଚରଣ ଦାସ ଓ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଦୁଇ ଦଳର ନେତା ଘଟଣାକୁ ନେଇ କହିଛନ୍ତି ସରକାର ସାଧାରଣ ଲୋକଙ୍କୁ ଭେଟିବା ପାଇଁ ଡରୁଛନ୍ତି । ସେମାନେ ଲୋକଙ୍କ ପାଇଁ କାମରେ ନାହାନ୍ତି । ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ କଣ ଜନିନଥିଲେ ଆଗକୁ ବର୍ଷାଦିନ ଅଛି ବୋଲି? ସରକାର ପ୍ରସ୍ତୁତ ନାହାନ୍ତି । ନିର୍ବାଚନ ପାଇଁ ତାଙ୍କ ଦଳ ପ୍ରସ୍ତୁତ ନାହିଁ । ତାଙ୍କ ଦଳୀୟ ପ୍ରସ୍ତୁତ କରିବା ପରେ ନିର୍ବାଚନ କରିବେ ବୋଲି ଯୋଜନା କରିଛନ୍ତି।






