Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
May 22, 2025
in Crime, State
ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ୨ ଗିରଫ
43
VIEWS
Share on FacebookShare on Twitter

ଦିଗପହଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାଠାରୁ ପ୍ରାୟ ୫୦ ମିଟର ଦୂର ଏନ୍ଏସି ଚେକ୍ ଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ୨ ଯୁବକଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ତରାଶ ଗ୍ରାମର ମହେଶ୍ବର ଦଳାଇ ଓରଫ ଜଗନ ଏବଂ ଗଣେଶ ବେହେରା। କେସ୍ ନଂ୧୮୨/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୮ ଟାରେ ଗଜପତି ଜିଲା ଆର.ଉଦୟଗିରି ଥାନା ପି. ସଇଲାଙ୍ଗ ଗ୍ରାମର କପଡ଼ା ବ୍ୟବସାୟୀ ଅଇମୋଷ ପାଣି ତାଙ୍କ ଭିଣୋଇ ଦିଲରାଜ ଛିଞ୍ଚାଣିଙ୍କ ସହ ବାଇକ (ନଂ. ଓଡ଼ି ୨୦ ବି -୨୦୪୯) ଯୋଗେ ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ଯାଉଥିବା ବେଳେ ଦିଗପହଣ୍ଡି ଏନ୍ଏସି ଚେକ୍ ଗେଟ୍ ହନୁମାନ ଛକ ନିକଟରେ ଅଭିଯୁକ୍ତ ଦ୍ବୟ ବାଇକକୁ ଅଟକାଇ ଥିଲେ। ଉଭୟେ ସେମାନଙ୍କୁ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇ ଦ୍ରୁତଗତିରେ ବାଇକ୍ ଚଳାଉ ଥିବାରୁ ୩୨ ଶହ ଟଙ୍କା ଚାଲାଣ କାଟିବାକୁ ବାଧ୍ୟ କରିଥିଲେ। ସେମାନେ ମନା କରିବାରୁ ୧ ହଜାର ଟଙ୍କା ଦେବାକୁ କହିଥିଲେ। ପରେ ସେମାନେ ମନା କରିବାରୁ ଉଭୟେ ତାଙ୍କୁ ମାଡ଼ ମାରି ଟଙ୍କା ଥିବା ତାଙ୍କ ବ୍ୟାଗକୁ ଜବରଦସ୍ତ ଛଡ଼ାଇ ନେଇଥିଲେ। ପରେ ଥାନାକୁ ଚାଲ ବୋଲି କହି ଉଭୟଙ୍କୁ ବାଇକ୍ରେ ବସାଇ ଥାନା ଅଭିମୁଖେ ଗଲାବେଳେ ପୋଲିସକୁ ଦେଖି ଜଣେ ଅଭିଯୁକ୍ତଙ୍କ ବାଇକ୍ଟି ରାସ୍ତାକଡ଼କୁ ଖସି ପଡ଼ିଥିଲା। ବ୍ୟବସାୟୀ ଅଇମୋସ ଥାନା ମଧ୍ୟକୁ ଦୌଡ଼ି ଯାଇ ଉପସ୍ଥିତ ଥାନା କର୍ମଚାରୀଙ୍କୁ ଘଟଣା କହିଥିଲେ। ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ କାବୁକରି ଥାନାକୁ ଉଠାଇ ଆଣିଥିଲେ। ଏନେଇ ଏତଲା ହେବା ପରେ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଏସ୍.ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ସେମାନଙ୍କ ନିକଟରୁ ଲୁଟ୍ରେ ବ୍ୟବହୃତ ବାଇକ୍ (ନଂ. ଓଡ଼ି ୩୩ ଏଆର -୦୧୬୮),୧ ଲକ୍ଷ ଟଙ୍କା ଥିବା ବ୍ୟାଗ୍, ୨ ଟି ମୋବାଇଲ ଫୋନ୍, ମହେଶ୍ୱରଙ୍କ ଆଧାର କାର୍ଡ, ମନିପର୍ସରେ ଥିବା ୫୧୦ ଟଙ୍କା, ଏଟିଏମ୍ କାର୍ଡ ଜବତ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!